୨୦୨୦ ବଲିଉଡ ପାଇଁ ବହୁତ ଖରାପ ଥିଲା । ଅନେକ ବଡ କଳାକାର ଚଳିତ ବର୍ଷ ମୃତ୍ୟୁବରଣ କରିଥିଲେ । ଏଭଳି ପରିସ୍ଥିତିରେ ୨୦୨୧ ମସିହାରୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଆଶା ଥିଲା । ତେବେ ଏହି ବର୍ଷ ମଧ୍ୟ କିଛି ଭଲ ଖବର ଆଣି ନଥିଲା । ଏବେ ଆଉ ଏକ ଦୁଃଖଦ ଖବର ବଲିଉଡ କରିଡରରୁ ଆସୁଛି । ବଲିଉଡ ଅଭିନେତା, ନିର୍ଦେଶକ ତାରିକ ଶାହାଙ୍କ ଏପ୍ରିଲ୍ ୩, ଶନିବାର ଦିନ ଦେହାନ୍ତ ହୋଇଛି । ସେ ମୁମ୍ବାଇର ଡାକ୍ତରଖାନାରେ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
କହିରଖୁଛୁ ଯେ ତାରିକ୍ ଶାହା ‘କଡୱା ସଚ୍’ ପରି ପ୍ରସିଦ୍ଧ ଟିଭି ଶୋ ନିର୍ଦ୍ଦେଶନା ଦେଇଛନ୍ତି । ସେ ଅଭିନେତ୍ରୀ ଶୋମା ଆନନ୍ଦଙ୍କ ସ୍ୱାମୀ । ତାଙ୍କର ସାରା ନାମକ ଏକ ଝିଅ ମଧ୍ୟ ଅଛି । ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଦୁଃଖର ଲହରୀ ଖେଳିଯାଇଛି । ସମସ୍ତେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ।
କୁହାଯାଉଛି ଯେ ତାଙ୍କର ଡବଲ୍ ନିମୋନିଆ ଥିଲା । ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ଏହା ବ୍ୟତୀତ ସେ ଗତ ଦୁଇ ବର୍ଷ ଧରି କିଡନୀ ସମସ୍ୟାରେ ମଧ୍ୟ ପୀଡିତ ଥିଲେ । ତାଙ୍କର ଡାୟଲିସିସ୍ ଚାଲିଥିଲା ।
ଚଳଚ୍ଚିତ୍ର ବାଣିଜ୍ୟ ବିଶ୍ଳେଷକ ତଥା ବରିଷ୍ଠ ସାମ୍ବାଦିକ ଇନ୍ଦ୍ରମୋହନ ପନ୍ନୁ କହିଛନ୍ତି ଯେ ମୁଁ ତାରିକ୍ ଶାହାଙ୍କ ପତ୍ନୀ ଶୋମା ଆନନ୍ଦଙ୍କୁ କଲ୍ କରିଥିଲି । ତାଙ୍କ ଝିଅ ଫୋନ୍ ଉଠାଇ କହିଥିଲେ ଯେ ଆଜି ସକାଳେ (ଏପ୍ରିଲ ୩) ପାପା ନିମୋନିଆରେ ମୃତ୍ୟୁ ବରଣ କରିଛନ୍ତି ।
Sad News
Actor director Tariq Shah of serial "Kadwa Sach" and film "Janam Kundali" fame expired today morning at private hospital in Mumbai.
He was husband of Shoma Anand.
May Allah bless the departed soul. #tariqshah #shomaanand omshanti🙏— Viral Bhayani (@viralbhayani77) April 3, 2021
ତାରିକ୍ ଶାହାଙ୍କ ନାମ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା । ୧୯୯୦ରେ ତାଙ୍କ ଚଳଚ୍ଚିତ୍ର ‘ବାହାର ଆନେ ତକ୍’ ମୁକ୍ତିଲାଭ କରିଥିଲା । ଗୁଲଶାନ୍ କୁମାର ଏହାର ନିର୍ମାତା ଥିଲେ । ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବା ବ୍ୟତୀତ ତାରିକ୍ର ଶାହା ଅଭିନୟ ମଧ୍ୟ କରୁଥିଲେ । ତାଙ୍କର ଚଳଚ୍ଚିତ୍ର ସହିତ ବିଶେଷ କଥା ଏହା ଥିଲା ତାଙ୍କ ଫିଲ୍ମ ସହିତ ଗୀତଗୁଡ଼ିକ ମଧ୍ୟ ହିଟ୍ ହେଉଥିଲା । ଚଳଚ୍ଚିତ୍ର ‘ବାହାର ଆନେ ତକ୍’ରେ ତାରିକ୍ ଶାହାଙ୍କ ସହ ରୂପା ଗାଙ୍ଗୁଲି, ସୁମିତ ସେହଗାଲ୍, ମୁନ୍-ମୁନ୍ ସେନ୍ ଏବଂ ନବୀନ ନିଶ୍ଚଲଙ୍କ ଭଳି ଅଭିନେତା ଅଭିନୟ କରିଥିଲେ ।
ଚଳଚ୍ଚିତ୍ର ବ୍ୟତୀତ ସେ ‘ଜନ୍ମ କୁଣ୍ଡଲୀ’ ଏବଂ ‘କଡ଼ୱା ସଚ୍’ ଭଳି ଅନେକ ଟିଭି ସିରିଏଲ୍ ମଧ୍ୟ କରିଥିଲେ । ‘କଡ଼ୱା ସଚ୍’ରେ ସେ ଟିଭି ମାଧ୍ୟମରେ ସମାଜରେ ପ୍ରଚଳିତ ଦୁଷ୍କର୍ମର ଖୁଲାସା କରୁଥିଲେ । ତାଙ୍କ ବିୟୋଗରେ ନିସନ୍ଦେହ ଯେ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ଼ କ୍ଷତି ହୋଇଛି । ଆମର ସହାନୁଭୂତି ତାଙ୍କ ପରିବାର ସହିତ ଅଛି । ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।