ବଲିଉଡ ଇଣ୍ଡଷ୍ଟ୍ରିକୁ ଲାଗିଲା ଆଉ ଏକ ବଡ଼ ଝଟକା । ବର୍ତ୍ତମାନ ଏହି ପ୍ରସିଦ୍ଧ ଆକ୍ସନ୍ ନିର୍ଦେଶକଙ୍କ ହୋଇଛି ନିଧନ !

ବଲିଉଡ ଇଣ୍ଡଷ୍ଟ୍ରିକୁ ଲାଗିଲା ଆଉ ଏକ ବଡ଼ ଝଟକା । ବର୍ତ୍ତମାନ ଏହି ପ୍ରସିଦ୍ଧ ଆକ୍ସନ୍ ନିର୍ଦେଶକଙ୍କ ହୋଇଛି ନିଧନ !

୨୦୨୦ ମସିହା ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ସବୁଠାରୁ ଖରାପ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷର ସାତ ମାସ ଅତିବାହିତ ହୋଇଯାଇଛି ଏବଂ ଏହି ସାତ ମାସ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ପ୍ରସିଦ୍ଧ ତାରକାମାନେ ଦୁନିଆକୁ ଅଲବିଦା କହିଛନ୍ତି । ଏଥିମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ଼ ଧରଣର ଝଟକା ଲାଗିଛି । ବାସ୍ତବରେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ପରବେଜ ଖାନଙ୍କ ସୋମବାର ଦିନ ଦେହାନ୍ତ ହୋଇଯାଇଛି । ପରବେଜ ଖାନଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି । ସେ ୫୫ ବର୍ଷୀୟ ଥିଲେ । ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ପରବେଜ ଖାନଙ୍କ ମୃତ୍ୟୁର ସୂଚନା ପ୍ରଶଂସକଙ୍କୁ ଦେଇଥିଲେ । ହଂସଲ ମେହତା ଟ୍ୱିଟରରେ ଶୋକ ପରିପ୍ରକାଶ କରିବା ସହିତ ଗୋଟିଏ ଟ୍ୱିଟ୍ କରିଥିଲେ । ଏହି ସମୟରେ ସେ ପରବେଜ ଖାନଙ୍କ କ୍ୟାରିୟରର ପ୍ରଥମ ଦିନ ବିଷୟରେ ଉଲ୍ଲେଖ କରିଥିଲେ ।

google
google

ହଂସଲ ମେହତା ଟ୍ୱିଟ୍ କରିବା ସହ ଲେଖିଛନ୍ତି କି, ବର୍ତ୍ତମାନ ଜଣା ପଡ଼ିଲା କି ଆକ୍ସନ ନିର୍ଦ୍ଦେଶକ ପରବେଜ ଖାନ୍ ଆଉ ଏହି ଦୁନିଆରେ ନାହାଁନ୍ତି । ଆମେ ଚଳଚ୍ଚିତ୍ର ”ସହିଦ୍”ରେ ଏକାଠି କାମ କରିଥିଲୁ । ସେ ଜଣେ ବହୁତ ପ୍ରତିଭାଶାଳୀ, ପ୍ରଚୁର ଶକ୍ତିସମ୍ପର୍ଣ୍ଣ ଏବଂ ଜଣେ ମହାନ ବ୍ୟକ୍ତିତ୍ବ ଥିଲେ । ତୁମର ଆତ୍ମାକୁ ଶାନ୍ତି ମିଳୁ ପରବେଜ । ତୁମର ସ୍ୱର ବର୍ତ୍ତମାନ ମଧ୍ୟ ମୋ କାନରେ ଗୁଞ୍ଜରିତ ହେଉଛି । ପରବେଜ ଖାନଙ୍କ ସହ ଦୀର୍ଘ ଦିନ ଧରି କାମ କରିଥିବା ନିଶାନ୍ତ ଖାନ୍ କହିଛନ୍ତି କି, ସୋମବାର ସକାଳେ ହଠାତ୍ ହୃଦଘାତ ହୋଇଥିଲା । ଯାହା ପରେ ତାଙ୍କୁ ମୃତ ଘୋଷଣା କରିଦିଆଯାଇଥିଲା । ଏହି ବିଗତ ଦିନ ମାନଙ୍କରେ ତାଙ୍କୁ କୌଣସି ପ୍ରକାରର ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା କିନ୍ତୁ ରବିବାର ରାତିରେ ଶୋଇବା ସମୟରେ ଅସୁବିଧା ନିଶ୍ଚିତ ହୋଇଥିଲା ।

କହିରଖୁଛୁ କି, ବଲିଉଡରେ ପରଭେଜ ଖାନ୍ ବହୁତ ସୁନ୍ଦର ଆକ୍ସନ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର କ୍ୟାରିୟରର ଆରମ୍ଭ ଆକବର ବକ୍ସୀଙ୍କୁ ସାହାଯ୍ୟ କରିବା ସହ କାମ ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ସୁପରଷ୍ଟାର ତାରକା ମାନଙ୍କ ଚଳଚ୍ଚିତ୍ରରେ ସାହାଯ୍ୟକାରୀ ଆକ୍ସନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଯେଉଁଥିରେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ”ଖିଲାଡି”, ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ”ବାଜୀଗର” ଏବଂ ବାବି ଦେଔଲଙ୍କ ଚଳଚ୍ଚିତ୍ର ”ସୋଲ୍ଜର” ଅଟେ । କିନ୍ତୁ ୨୦୦୪ ମସିହାରେ ସେ ଅଲଗା ହୋଇ ସ୍ୱତନ୍ତ୍ର ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ସେ ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର “ଅବ୍ ତକ୍ ଛପ୍ପନ୍”ରେ କାମ କରିଥିଲେ । ଏହା ପରେ ପରବେଜ ଖାନ୍ ରାମ ଗୋପାଳ ବର୍ମାଙ୍କ ସହିତ ମିଶି ଜାନି ଗଦ୍ଦାର, ଏଜେଣ୍ଟ ବିନୋଦ, ବଦଲାପୁର ଏବଂ ଅନ୍ଧାଧୁନ ପରି ଚଳଚ୍ଚିତ୍ର ମାନଙ୍କରେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *