ନିଜ ପତ୍ନୀଙ୍କୁ ଦୁଇଥର ବିବାହ କରିଛନ୍ତି ଅଭିନେତା ଅନୁ କପୁର୍ ! ପ୍ରଥମ ବିବାହର ୧୬ ବର୍ଷ ପରେ କରିଥିଲେ ଦ୍ଵିତୀୟ ଥର ବିବାହ…

ନିଜ ପତ୍ନୀଙ୍କୁ ଦୁଇଥର ବିବାହ କରିଛନ୍ତି ଅଭିନେତା ଅନୁ କପୁର୍ ! ପ୍ରଥମ ବିବାହର ୧୬ ବର୍ଷ ପରେ କରିଥିଲେ ଦ୍ଵିତୀୟ ଥର ବିବାହ…

ହିନ୍ଦୀ ସିନେମାରେ ଅନୁ କପୁରଙ୍କ କାର୍ଯ୍ୟ ଉଲ୍ଲେଖଯୋଗ୍ୟ । ପାର୍ଶ୍ୱ ଅଭିନେତା ଏବଂ ସହାୟକ ଭୂମିକା ସତ୍ତ୍ୱେ ଅନୁ କପୁର୍ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଅନୁ କପୁର୍ ଜଣେ ଅଭିନେତା ଭାବରେ ପ୍ରାୟ ୪୦ବର୍ଷ ଧରି ବଲିଉଡରେ କାର୍ଯ୍ୟ କରୁଛନ୍ତି । ବଲିଉଡରେ ନିଜର ଚମତ୍କାର ଅଭିନୟ ଯୋଗୁ ବହୁ ଖ୍ୟାତି ଅର୍ଜନ କରିବା ସହିତ ବହୁତ ଧନ ମଧ୍ୟ ଅର୍ଜନ କରିଛନ୍ତି ଅନୁ କପୁର୍ ।

ଅନୁ କପୁର୍ ୨୦ ଫେବୃଆରୀ ୧୯୬୫ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜନ୍ମଗ୍ରହଣ କରିଥିଲେ । ଅନୁ କପୁରଙ୍କ ଇଛା ଥିଲା IAS ଅଧିକାରୀ ହେବା କିନ୍ତୁ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା । ବଡ଼ ହୋଇ ଅନୁ ହିନ୍ଦୀ ସିନେମାରେ କ୍ୟାରିୟର୍ କରିଥିଲେ ଏବଂ ଏହି କ୍ଷେତ୍ରରେ ସଫଳତା ହାସଲ କରିଥିଲେ ।

ଅନୁ କପୁର୍ କେବଳ ହିନ୍ଦୀ ଫିଲ୍ମରେ ନୁହେଁ ଟିଭି ସିରିଏଲରେ ମଧ୍ୟ କାମ କରୁଥିଲେ । ଜଣେ ଉତ୍ତମ ହୋଷ୍ଟ ଭାବରେ ସେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି । ସେ ‘ୱେବ୍ ସିରିଜ୍’ରେ ମଧ୍ୟ କାମ କରିଛନ୍ତି । ତେବେ ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ଅନୁ କପୁରଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି । ଜୀବନ ଧାରଣ ପାଇଁ ତାଙ୍କୁ ଚା’ ବିକ୍ରୟ କରିବାକୁ ପଡିଛି ।

ହାସ୍ୟତ୍ମକ ଚରିତ୍ର ହେଉ ବା ଗମ୍ଭୀର ଚରିତ୍ରରେ ଦର୍ଶକମାନେ ଅନୁ କପୁରଙ୍କୁ ପ୍ରତ୍ୟେକ ଭୂମିକାରେ ପସନ୍ଦ କରିଛନ୍ତି । ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ଅନୁଙ୍କ ପିତା ଏକ ‘ପାର୍ସୀ ଥିଏଟର୍’ରେ କାର୍ଯ୍ୟ କରୁଥିଲେ । ଅନ୍ନୁଙ୍କ ମା’ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଥିଲେ ଏବଂ ୪୦ ଟଙ୍କା ବେତନରେ ଏକ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ଅନୁଙ୍କ ପିତା ସହର ଯାଇ ରାସ୍ତାଘାଟରେ ଅଭିନୟ କରୁଥିଲେ । ଏହିପରି ଭାବରେ ଅନୁଙ୍କୁ ଅଭିନୟ କଳା ପୈତୃକ ସମ୍ପତି ଭାବେ ମିଳିଥିଲା ।

ଅନୁ କପୁରଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ଏଭଳି ପରିସ୍ଥିତିରେ ଅନୁଙ୍କୁ ଅଳ୍ପ ବୟସରୁ କାମ କରିବାକୁ ପଡିଥିଲା । ଏଥିପାଇଁ ତାଙ୍କୁ ଚାହା ବିକିବାକୁ ପଡିଲା । ଏହା ପରେ ଅନୁ ଚୂର୍ଣ୍ଣ ବିକ୍ରି କାର୍ଯ୍ୟରେ ନିୟୋଜିତ ହେଲେ । ସେ ଲଟେରୀ ଟିକେଟ୍ ମଧ୍ୟ ବିକ୍ରି କରୁଥିଲେ ।

୨୩ବର୍ଷ ବୟସରେ ନିଭାଇଥିଲେ ୭୦ବର୍ଷ ବୟସ୍କର ଭୂମିକା

ଅନୁ ତାଙ୍କ ପିତାଙ୍କ ଥିଏଟର୍ କମ୍ପାନୀରେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ନ୍ୟାସନାଲ୍ ଡ୍ରାମା ସ୍କୁଲରେ ଆଡମିଶନ୍ ମିଳିଯାଇଥିଲା । ଏହିପରି ଭାବେ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ ହେଲା । ଥିଏଟରରେ କାମ କରୁଥିବା ବେଳେ ଏକ ନାଟକରେ ଅନୁ କପୁରଙ୍କ ଅଭିନୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୨୩ ବର୍ଷୀୟ ଅନୁ ଜଣେ ୭୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ଅନୁଙ୍କ ଉପରେ ପଡିଲା ଶ୍ୟାମ ବେନେଗଲଙ୍କ ନଜର

ସୂଚନା ଅନୁଯାୟୀ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ୍ ମଧ୍ୟ ଏହି ନାଟକ ଦେଖିବାକୁ ଆସିଥିଲେ । ସେ ଅନୁଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ଏବଂ ଅନୁଙ୍କ ପାଇଁ ଏକ ପ୍ରଶଂସା ପତ୍ର ଲେଖି ତାଙ୍କୁ ଭେଟିବାକୁ ନିମନ୍ତ୍ରଣ କରିଥିଲେ । ଏହାପରେ ଶ୍ୟାମ ବେନେଗଲ୍ ତାଙ୍କ ଚଳଚ୍ଚିତ୍ର ‘ମଣ୍ଡି’ରେ ଅନୁ କପୁରଙ୍କୁ ଏକ ଭୂମିକା ଦେଇଥିଲେ । ଏହି ଚଳଚ୍ଚିତ୍ର ୧୯୮୩ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ଅନୁ ଆଉ କେବେ ପଛକୁ ଫେରି ଦେଖିନାହାଁନ୍ତି । ସେ ଅନେକ ଚମତ୍କାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ୬୫ବର୍ଷ ବୟସ ଅତିକ୍ରମ କରିଛନ୍ତି ଏବଂ ବଲିଉଡରେ ଏବେ ମଧ୍ୟ ସକ୍ରିୟ ଅଛନ୍ତି ।

ପତ୍ନୀଙ୍କୁ ଦୁଇଥର ବିବାହ କରିବାକୁ ପଡିଥିଲା

ଅନୁଙ୍କ ବିବାହିତ ଜୀବନ ଅତ୍ୟନ୍ତ ରୋମାଞ୍ଚପୂର୍ଣ୍ଣ । ସେ ପ୍ରଥମେ ୧୯୯୨ମସିହାରେ ଅନୁପମାଙ୍କୁ ବିବାହ କରିଥିଲେ କିନ୍ତୁ ୧୯୯୩ ମସିହାରେ ଏହି ବିବାହ ଭାଙ୍ଗିଗଲା । ଏହାପରେ ୧୯୯୫ମସିହାରେ ଅନୁ ଅରୁଣୀତାଙ୍କୁ ଭେଟିବା ପରେ ଦୁହେଁ ବିବାହ କରିଥିଲେ । କିନ୍ତୁ ଯେତେବେଳେ ଅରୁଣିତା ଜାଣିବାକୁ ପାଇଲେ ଯେ ଅନୁ ପୂର୍ବରୁ ବିବାହିତ ସେତେବେଳେ ଏହି ସମ୍ପର୍କ ଶେଷ ହୋଇଗଲା । ଏହାପରେ ଅନୁଙ୍କ ଜୀବନ ପୁଣି ଏକ ନୂଆ ମୋଡ଼ ନେଲା । ୨୦୦୮ରେ ଅନୁ କପୁର୍ ତାଙ୍କର ପ୍ରଥମ ପତ୍ନୀ ଅନୁପମାଙ୍କୁ ପୁଣିଥରେ ବିବାହ କରିଥିଲେ । ଅନୁ କପୁର୍ ଏବଂ ଅନୁପମା କପୁରଙ୍କ ତିନୋଟି ପୁଅ ଅଛନ୍ତି ଯାହାଙ୍କ ନାମ ହେଉଛି ଇୱାମ୍, ମାହିର୍ ଏବଂ କୱାନ୍ ।

Leave a Reply

Your email address will not be published. Required fields are marked *