ସୁଶାନ୍ତଙ୍କ ପ୍ରେମରେ ପାଗଳ ଥିଲେ ଅଙ୍କିତା । ବ୍ରେକ୍ ଅପ୍ ପରେ ମଧ୍ୟ ରଖିଥିଲେ କରୱାଚୌଥର ବ୍ରତ ଏବଂ ଲଗାଇଥିଲେ ମେହେନ୍ଦୀ !

ସୁଶାନ୍ତଙ୍କ ପ୍ରେମରେ ପାଗଳ ଥିଲେ ଅଙ୍କିତା । ବ୍ରେକ୍ ଅପ୍ ପରେ ମଧ୍ୟ ରଖିଥିଲେ କରୱାଚୌଥର ବ୍ରତ ଏବଂ ଲଗାଇଥିଲେ ମେହେନ୍ଦୀ !

ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । ଏହି କଥାକୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ ମାନଙ୍କୁ ବିଶ୍ଵାସ ହେଉନାହିଁ । ସୁଶାନ୍ତ ଫାସୀ ଲଗାଇ ନିଜ ଜୀବନ ଦେଇଥିଲେ । ଯେଉଁ କାରଣରୁ ତାଙ୍କ ପରିବାର ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି । ସୁଶାନ୍ତଙ୍କର ହଠାତ ଉଠାଇଥିବା ଏପରି ପଦକ୍ଷେପ ତାଙ୍କ ପରିବାର ଏବଂ ଇଣ୍ଡଷ୍ଟ୍ରି ଏବଂ ସମ୍ପର୍କୀୟ ଲୋକଙ୍କୁ ଏପରି କଷ୍ଟ ଦେଇଯାଇଛି ଯାହା କେବେ ମଧ୍ୟ ଠିକ୍ ହୋଇପାରିବନି । ତାଙ୍କ ନିଧନ ଦ୍ଵାରା ଯେକେହି ମଧ୍ୟ ଦୁଃଖୀ ଅଛନ୍ତି କିନ୍ତୁ ସବୁଠାରୁ ଅଧିକ ଦୁଃଖରେ ଅଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ଅଙ୍କିତା ଲଖାଣ୍ଡେ । ଅଙ୍କିତା ସୁଶାନ୍ତଙ୍କୁ ଏତେ ଭଲ ପାଉଥିଲେ ଯେ ବ୍ରେକ୍ ଅପ୍ ପରେ ମଧ୍ୟ ତାଙ୍କ ପାଇଁ କରୱାଚୌଥର ବ୍ରତ ରଖିଥିଲେ ।

newstrend

ସୁଶାନ୍ତଙ୍କ ଦୀର୍ଘ ଆୟୁଷର କାମନା କରୁଥିଲେ ଅଙ୍କିତା :-

ଅଙ୍କିତା ଏବଂ ସୁଶାନ୍ତଙ୍କ ରିଲେସନସିପ୍ ପାଖାପାଖି ୬ ବର୍ଷର ଥିଲା । ଏତେ ବର୍ଷରେ ଅଙ୍କିତା ସୁଶାନ୍ତଙ୍କ ଖୁବ୍ ନିକଟତର ହୋଇଥିଲେ । ସେ ସବୁବେଳେ ସୁଶାନ୍ତଙ୍କ ଦୀର୍ଘ ଆୟୁଷର କାମନା ପାଇଁ ପ୍ରାର୍ଥନା କରୁଥିଲେ । ବୋଧହୁଏ ଏହି କାରଣ ଥିଲା ଯେ ଅଲଗା ହୋଇଯିବା ପରେ ମଧ୍ୟ ସେ ସୁଶାନ୍ତଙ୍କ ପାଇଁ କରୱାଚୌଥ ବ୍ରତ ରଖିଥିଲେ ।

newstrend

୨୦୧୬ରେ ଯେତେବେଳେ ଅଙ୍କିତା ଏବଂ ସୁଶାନ୍ତଙ୍କ ବ୍ରେକ୍ ଅପ୍ ହୋଇଥିଲା ସେତେବେଳେ କିଛି ଦିନ ପରେ ହିଁ କରୱାଚୌଥ ଆସିଥିଲା । ସେହିଦିନ ଅଙ୍କିତା ନିଜର ଏକ ଫୋଟ ପୋଷ୍ଟ କରିଥିଲେ । ଏହି ଫୋଟୋରେ ଅଙ୍କିତା ନାଲି ରଙ୍ଗର ଏକ ସୁନ୍ଦର ଶାଢ଼ୀ ପିନ୍ଧିଥିଲେ । ତା’ସହିତ କେଶରେ ଧଳା ରଙ୍ଗର ଗଜରା ଲଗାଇଥିଲେ । ତା’ସହିତ ହିଁ ସେ ଗୋଲଡେନ ରଙ୍ଗର ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ଅଙ୍କିତାଙ୍କ ଏହି ଫୋଟକୁ ଦେଖି ଏପରି ଲାଗୁଥିଲା ଯେପରି ଜଣେ ନବବିବାହିତା କରୱାଚୌଥ ବ୍ରତ ରଖିଛନ୍ତି । ପୁଣି ଅଙ୍କିତା ନିଜ ହାତରେ ସୁଶାନ୍ତଙ୍କ ନାମରେ ମେହେନ୍ଦୀ ମଧ୍ୟ ଲଗାଇଥିଲେ ।

newstrend

ହାତରେ ଲଗାଇଥିଲେ ସୁଶାନ୍ତଙ୍କ ନାମର ମେହେନ୍ଦୀ :-

newstrend

ଏହି ଫୋଟ ସହିତ ଅଙ୍କିତା ଏକ ସୁନ୍ଦର ନାମ ମଧ୍ୟ ଲେଖିଥିଲେ । ଲେଖିଥିଲେ ଯେ – ଆପଣ ମାନଙ୍କୁ କରୱାଚୌଥର ହାର୍ଦ୍ଦିକ ଶୁଭକାମନା । ହୁଏତ ଅଙ୍କିତା ସ୍ପଷ୍ଟ ଭାବରେ କହିନଥିଲେ ଯେ ସେ ବ୍ରତ କାହା ପାଇଁ ରଖିଥିଲେ । ସେତେବେଳେ ତାଙ୍କ ହାତର ଫୋଟ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା ଯେଉଁଥିରେ ସେ ସୁଶାନ୍ତଙ୍କ ନାମରେ ମେହେନ୍ଦୀ ମଧ୍ୟ ଲଗାଇଥିଲେ । ଏହାକୁ ଦେଖି ଯେକେହି ମଧ୍ୟ ବୁଝି ଯାଇଥିଲେ ଯେ ଦୁହେଁ ହୁଏତ କହିବାକୁ ଗଲେ ଅଲଗା ହୋଇଯାଇଛନ୍ତି କିନ୍ତୁ ହୃଦୟରେ ପରସ୍ପର ପାଇଁ ଭଲପାଇବା ଶେଷ ହୋଇନଥିଲା ।

newstrend

ସୁଶାନ୍ତ ଏବଂ ଅଙ୍କିତାଙ୍କ ବ୍ରେକ୍ ଅପ୍ ପରେ ମଧ୍ୟ ସମ୍ପର୍କ ଖରାପ ହୋଇନଥିଲା । ଅଙ୍କିତାଙ୍କ ଘରର ନେମପ୍ଲେଟରେ ଆଜି ମଧ୍ୟ ସୁଶାନ୍ତଙ୍କ ନାମ ଲେଖା ହୋଇଛି । ସୁଶାନ୍ତ ଏବଂ ଅଙ୍କିତା ଦୁହେଁ ନିଜର କ୍ୟାରିଅରର ପ୍ରାରମ୍ଭ ଏକ୍ତା କପୂରଙ୍କ ଶୋ’ ପବିତ୍ର ରିସ୍ତା ‘ରୁ କରିଥିଲେ । ଏହି ଶୋ ସମୟରେ ଦୁହିଁଙ୍କ ମଧ୍ୟରେ ଭଲପାଇବା ହୋଇଥିଲା ଏବଂ ଶେଷ ହେବା ପରେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲପାଇବା ଥିଲା । ଏପରିକି ଦୁହିଁଙ୍କ ବିବାହର ଚର୍ଚ୍ଚା ମଧ୍ୟ ଚାଲିଥିଲା ।

ଫ୍ୟାନଙ୍କୁ ପସନ୍ଦ ଥିଲା ଅଙ୍କିତା ଏବଂ ସୁଶାନ୍ତଙ୍କ ଯୋଡ଼ି :-

newstrend

ସିରିଏଲ ପରେ ସୁଶାନ୍ତ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ଏବଂ ଛୋଟ ପରଦାର ଠାରୁ ଦୂରେଇ ଯାଇଥିଲେ । ଏହାସହିତ ଅଙ୍କିତା ମଧ୍ୟ ସୁଶାନ୍ତଙ୍କ ଜୀବନରେ ପଛରେ ରହିଯାଇଥିଲେ । ସୁଶାନ୍ତଙ୍କ ନାମ ଫିଲ୍ମର ଅନ୍ୟ ଅଭିନେତ୍ରୀଙ୍କ ସହିତ ଯୋଡ଼ିବାରେ ଲାଗିଥିଲା ଏବଂ ଅଙ୍କିତାଙ୍କ ଜୀବନରେ ବିକ୍କୀଙ୍କ ଏଣ୍ଟ୍ରି ହୋଇଗଲା କିନ୍ତୁ ଦୁହେଁ ପରସ୍ପର ମଧ୍ୟରେ ଥିବା ବନ୍ଧୁତାକୁ କେବେ ଭାଙ୍ଗିନଥିଲେ । ସୁଶାନ୍ତ ଏବଂ ଅଙ୍କିତାଙ୍କ ଫ୍ୟାନ୍ ସୁଶାନ୍ତଙ୍କ ନିଧନ ପରେ ଏକ ସୁନ୍ଦର ପୋଷ୍ଟ ସେୟାର କରିଥିଲେ । ଏଥିରେ ସେମାନେ ଲେଖିଥିଲେ ଯେ କେବଳ ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇ ପରିଥାନ୍ତେ । ସେ ତାଙ୍କ ମାଆ, ସାଙ୍ଗ, ପତ୍ନୀ ସବୁକିଛି ଥିଲେ ।

newstrend

ଗତ କିଛି ବର୍ଷ ମଧ୍ୟରେ ଅଙ୍କିତା ଏବଂ ସୁଶାନ୍ତ କେବଳ ସୋସିଆଲ ମିଡିଆରେ ପରସ୍ପର ସହିତ ଜଡ଼ିତ ଥିଲେ ଏବଂ ତାଙ୍କର ଦେଖା ସାକ୍ଷାତ ଖୁବ୍ କମ୍ ହେଉଥିଲା । ତାଙ୍କ ପ୍ରଶଂସକ ମାନଙ୍କ କହିବା କଥା ଯେ ଯଦି ସୁଶାନ୍ତ ଅଙ୍କିତାଙ୍କ ଠାରୁ କେବେ ମଧ୍ୟ ଅଲଗା ହୋଇନଥାନ୍ତେ ତେବେ ବୋଧହୁଏ ଆଜିର ସ୍ଥିତି କିଛି ଅଲଗା ହୋଇଥାନ୍ତା । ଅଙ୍କିତା ମଧ୍ୟ ସୁଶାନ୍ତଙ୍କ ନିଧନ ପରେ ଭାଙ୍ଗିପଡିଛନ୍ତି ଏବଂ ଅନେକ ଦିନ ହେବ ସୋସିଆଲ ମିଡିଆ ଠାରୁ ଦୂରରେ ଅଛନ୍ତି । ସୁଶାନ୍ତଙ୍କ ନିଧନ ପରେ ସେ ତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ପାଟଣା ମଧ୍ୟ ଯାଇଥିଲେ ।

Leave a Reply

Your email address will not be published. Required fields are marked *