ଏହି କାରଣ ଯୋଗୁଁ ସୁଶାନ୍ତ ସିଂହଙ୍କୁ ଈର୍ଷା କରୁଥିଲେ ଅଙ୍କିତା । ଶେଖର ସୁମନଙ୍କ ଶୋ’ରେ କରିଲେ ଖୁଲସା !

ଏହି କାରଣ ଯୋଗୁଁ ସୁଶାନ୍ତ ସିଂହଙ୍କୁ ଈର୍ଷା କରୁଥିଲେ ଅଙ୍କିତା । ଶେଖର ସୁମନଙ୍କ ଶୋ’ରେ କରିଲେ ଖୁଲସା !

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେଲା ପରେ ଅଲଗା ଅଲଗା ପ୍ରକାରର ଆରୋପ ଲାଗି ଚାଲିଛି । କିଛି ଲୋକ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି କୁହନ୍ତି । ଏଥିରେ ବଲିଉଡ଼ର କୁଇନ କଂଗନା ମଧ୍ୟ ସାମିଲ ଅଛନ୍ତି । କଂଗନା ଏହା କହିଛନ୍ତି କି ଯଦି ତାଙ୍କର ଦାବିକୁ ପୁରା ନ କରିଛନ୍ତି ତେବେ ସେ ତାଙ୍କ ପଦ୍ମଶ୍ରୀ ଫେରେଇଦେବେ ବୋଲି କହିଛନ୍ତି । ଏପରି ମଧ୍ୟ ସୁଶାନ୍ତଙ୍କ କେସ୍ ସିବିଆଇ ଯାଞ୍ଚର ଗତି ବଢ଼େଇ ଦେଇଛନ୍ତି । ଏହା ମଧ୍ୟ ଆପଣଂକୁ ମନେ ଥିବ ସୁଶାନ୍ତଙ୍କ ମୃତ୍ୟୁ ପରେ ସିବିଆଇ ଯାଞ୍ଚ କରିବା ପାଇଁ ପ୍ରଥମେ ବଲିଉଡର ଜଣାଶୁଣା ଅଭିନେତା ଶେଖର ସୁମନ କହିଥିଲେ । ଆଜି ସେହି ଶେଖର ସୁମନଙ୍କ ଶୋ’ ମୁବର୍ଷ ଆଣ୍ଡ ଶେଖର୍ସ’ଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ଏପରି କଣ ଅଛି ଆସନ୍ତୁ ଜାଣିବା ।

ସୁଶାନ୍ତଙ୍କ ଉପରେ ରାଗ ସୁଝାଉଥିଲେ ଅଙ୍କିତା:-

newstrend

ଆପଣଂକୁ ଜଣାଇଦେଉଛୁ କି ଏହି ଦିନ ମାନଙ୍କରେ ଶେଖର ସୁମନଙ୍କ ଶୋ’ମୁବର୍ଶ ଆଣ୍ଡ ଶେଖର୍ସ’ର ଏକ ଭିଡିଓ ଇଣ୍ଟର୍ନେଟରେ ବହୁତ ଚର୍ଚ୍ଚିତ ହୋଇଛି । ଏହି ଭିଡିଓରେ ସେହି ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିବା ଅଙ୍କିତା ଲଖଣ୍ଡେ ନିଜର ଓ ସୁଶାନ୍ତଙ୍କ ବିଷୟରେ କହୁଥିବା ନଜ଼ର ଆସିଛନ୍ତି । ଶେଖର ସୁମନଙ୍କ ଗୋଟିଏ ପ୍ରଶ୍ନର ଉତ୍ତର ଦେଇଥିଲେ କି ଅଙ୍କିତାକୁ ଯେତେବେଳେ ମଧ୍ୟ ରାଗ ଆସେ ସେ ନିଜର ସବୁ ରାଗ ସୁଶାନ୍ତଙ୍କ ଉପରେ ସୁଝାଉଥିଲେ ।

ଝଲକ୍ ଦିଖଲାଜା ପାଇଁ ସେ ବହୁତ ପରିଶ୍ରମ କରୁଥିଲେ:-

newstrend

ଏତିକି ନୁହେଁ ଏହି ଭିଡ଼ିଓରେ ଅଙ୍କିତା ନିଜେ କିପରି ଭାବରେ ପରିଶ୍ରମ କରୁଥିଲେ ତାହା ମନେ ପକାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିରେ ଏହା ମଧ୍ୟ କହୁଥିବା ଦେଖିବାକୁ ମିଳିଥିଲା କି ସେ କିପରି ତାଙ୍କ ବାପାଙ୍କୁ ମନେଇବା ପାଇଁ ତାଙ୍କ ଦାଦାଙ୍କ ସାହାଯ୍ୟ ମାଗୁଥିଲେ । ତା’ପରେ ଯାଇ ତାଙ୍କ ବାପା ତାଙ୍କୁ ହିରୋଇନ ହେବାକୁ ରାଜ଼ୀ ହୋଇଥିଲେ । ଏହି ଭିଡ଼ିଓରେ କହିଲେ କି ଝଲକ୍ ଦିଖଲଜାରେ ବହିଷ୍କୃତ ହେବାର ଦୁଃଖ ତାଙ୍କ ଆଖିରେ ଦେଖାଯାଉଥିଲା । ସେ କହିଲେ କି ଝଲକ୍ ଦିଖଲଜଜା ପାଇଁ ବହୁତ ଭିନ୍ନ ଭିନ୍ନ ଧରଣର ଡ୍ୟାନ୍ସ କରୁଥିଲେ ଓ ଏହି ଶୋ ପାଇଁ ସେ ବହୁତ ପରିଶ୍ରମ କରୁଥିଲେ ।

ଏହି ଭିଡ଼ିଓରେ ଯେତେବେଳେ ଶେଖର ଅଙ୍କିତାଙ୍କୁ ଏକ ପ୍ରଶ୍ନ ପଚାରିଲେ କି ତାଙ୍କୁ ଯେତେବେଳ ବହୁତ ଜୋରରେ ରାଗ ଆସେ ସେ କାହା ଉପରେ ସୁଝାନ୍ତି ? ଏକ ସେକେଣ୍ଡରେ ଏହି ପ୍ରଶ୍ନର ଉତ୍ତରରେ ଅଙ୍କିତା କହିଲେ କି ସେ ନିଜର ସମସ୍ତ ରାଗ ସୁଶାନ୍ତଙ୍କ ଉପରେ ସୁଝାନ୍ତି ।

ଏଥିପାଇଁ ହୋଇଥିଲା ସୁଶାନ୍ତଙ୍କ ଉପରେ ଇର୍ଷା:-

newstrend

ଏହି ଶୋ’ରେ ଅଙ୍କିତା କହିଲେ କି ଯେତେବେଳେ ସୁଶାନ୍ତଙ୍କୁ ୩୦ ନମ୍ବର ମିଳୁଥିଲା ସେତେବେଳେ ତାଙ୍କୁ ବହୁତ ଇର୍ଷା ହେଉଥିଲା । ଏପରି ବହୁତ କିଛି ଅଛି ଯାହା ମୋତେ ଅସୁବିଧା ହେଉଥିଲା । ଏହା ପରେ ଅଙ୍କିତା ହସିକି କହିଲେ କି ସୁଶାନ୍ତଙ୍କ ଡ୍ୟାନ୍ସ ପାର୍ଟନର ଗୋଟିଏ ଥର ତାଙ୍କ କୋଳରେ ଚଢି ଯାଇଥିଲେ । ଏହାକୁ ଦେଖି ତାଙ୍କୁ ବହୁତ ରାଗ ଆସିଥିଲା । ଏହା ପରେ ସେ ଏହା କହିଲେ କି ଯେତେବେଳେ ଏହି ଶୋ ଠାରୁ ବହିଷ୍କୃତ ହୋଇଥିଲେ ସେତେବେଳେ ସୁଶାନ୍ତକୁ ବହୁତ ଖରାପ ଲାଗିଥିଲା । ସୁଶାନ୍ତଙ୍କ ଅନୁସାରେ ତାଙ୍କୁ ଆଗକୁ ଯିବା ଦରକାର ଥିଲା ।

ଏହି ଶୋ’ରେ ଅଙ୍କିତା ଏହା ମଧ୍ୟ କହିବାର ଦେଖିବାକୁ ମିଳିଥିଲା କି ସୁଶାନ୍ତ ଓ ସେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ଓ ପର ବର୍ଷ ସେ ଦୁହେଁ ବାହା ହେବାକୁ ଯାଉଛନ୍ତି । ସେ ଏହା ମଧ୍ୟ କହୁଥିଲେ କି ତାଙ୍କର ପବିତ୍ର ରିସ୍ତା ବହୁତ ଶକ୍ତିଶାଳୀ ଅଟେ ।

Leave a Reply

Your email address will not be published. Required fields are marked *