ସୁଶାନ୍ତ ସିଂହଙ୍କ ନିଧନର ଏକ ମାସ ପରେ ବାହାରକୁ ଆସିଲା ଅଙ୍କିତା ଲୋଖଣ୍ଡେଙ୍କ ଦୁଃଖ । ଦୀପ ଜାଳି କହିଲେ – ଭଗବାନ….

ସୁଶାନ୍ତ ସିଂହଙ୍କ ନିଧନର ଏକ ମାସ ପରେ ବାହାରକୁ ଆସିଲା ଅଙ୍କିତା ଲୋଖଣ୍ଡେଙ୍କ ଦୁଃଖ । ଦୀପ ଜାଳି କହିଲେ – ଭଗବାନ….

୧୪ ଜୁନ୍ ୨୦୨୦କୁ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ମୁମ୍ବାଇର ନିବାସ ସ୍ଥଳୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟାର ଖବର ଶୁଣି ସମଗ୍ର ବଲିଉଡ଼ ଦୋହଲି ଯାଇଥିଲା । କେହି ବୁଝିପାରିଲେ ନାହିଁ ଯେ ସେ ଏପରି କଲେ କାହିଁକି । ଆଜି ୧୪ ଜୁଲାଇରେ ସୁଶାନ୍ତଙ୍କ ନିଧନକୁ ଏକ ମାସ ପୂରଣ ହୋଇଯାଇଛି । ଏହି ଅବସରରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଏକ ଫଟୋ ସେୟାର କରିଛନ୍ତି । ଜଣାଇଦେଉଛୁ ଯେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଅଙ୍କିତା ସୋସିଆଲ ମିଡ଼ିଆରେ ଗୋଟିଏ ମଧ୍ୟ ପୋଷ୍ଟ କରିନଥିଲେ । ସୁଶାନ୍ତ ଏହି ଦୁନିଆକୁ ଛାଡ଼ି ଯିବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟ ଅଟେ । ଏହି ପୋଷ୍ଟରେ ଅଙ୍କିତା ସୁଶାନ୍ତଙ୍କ ନାମ ଲେଖି ନାହାଁନ୍ତି କିନ୍ତୁ ବହୁତ କମ୍ ଶବ୍ଦରେ ବହୁତ କିଛି କହିଦେଲେ ।

ସୁଶାନ୍ତଙ୍କ ପାଇଁ ଅଙ୍କିତା ଜାଳିଲେ ଦୀପ

newstrend

ବାସ୍ତବରେ ସୁଶାନ୍ତଙ୍କ ନିଧନକୁ ଏକ ମାସ ପୂରଣ ହେବା ପରେ ଅଙ୍କିତା ତାଙ୍କ ସ୍ମୃତିରେ ଦୀପ ଜାଳିଲେ । ଏହାର ଏକ ଫଟୋ ସେ ନିଜର ଅଧିକାରୀକ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋରେ ଭଗବାନ ମନ୍ଦିର ସମ୍ମୁଖରେ ଶ୍ୱେତ ରଙ୍ଗର ଏକ ଫୁଲ ଆଗରେ ଏକ ଦୀପ ପ୍ରଜ୍ଜ୍ଵଳନ ହେବାର ଦେଖାଯାଉଛି । ଏହି ଫଟୋକୁ ସେୟାର କରି ଅଙ୍କିତା କେପ୍ସନରେ ଲେଖିଛନ୍ତି ଯେ – ଚାଇଲ୍ଡ ଅଫ ଗଡ଼ ଅର୍ଥାତ ଈଶ୍ୱରଙ୍କ ସନ୍ତାନ ।

ଲୋକମାନଙ୍କର ଆସିଲା ପ୍ରତିକ୍ରିୟା

ସୁଶାନ୍ତଙ୍କୁ ନେଇ ଅଙ୍କିତାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଲୋକମାନେ କମେଣ୍ଟ କରି ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । ଏହା ସହିତ ସେମାନେ ଅଙ୍କିତାଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ‘ଆଶା କରୁଛି ଯେ ଆପଣ ଠିକ୍ ଥିବେ ।” ପରେ କମେଣ୍ଟରେ ଆସିଲା ‘ଭଗବାନ ଆପଣଙ୍କୁ ଶକ୍ତି ପ୍ରଦାନ କରନ୍ତୁ, ପ୍ରେମ ଓ ଖୁସି ଦିଅନ୍ତୁ ।’

newstrend

ଜଣାଇଦେଉଛୁ ଯେ ସୁଶାନ୍ତଙ୍କ ନିଧନ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଙ୍କିତା ସୁଶାନ୍ତଙ୍କୁ ନେଇ ଗୋଟିଏ ହେଲେ ପୋଷ୍ଟ କରିନଥିଲେ । ବୋଧହୁଏ ଅଙ୍କିତା ନିଜ ଓ ସୁଶାନ୍ତଙ୍କ ସମ୍ପର୍କକୁ ବ୍ୟକ୍ତିଗତ ରଖି ଏହାର ସମ୍ମାନ କରିବା ପାଇଁ ଚାହୁଁଥିଲେ । ଏହି ପୋଷ୍ଟରେ ମଧ୍ୟ ସେ ସୁଶାନ୍ତଙ୍କ ଫଟୋ ସେୟାର ନକରି ଏବଂ କିଛି ନଲେଖି ବହୁତ କିଛି କହି ଦେଇଛନ୍ତି । ଫ୍ୟାନ୍ସଙ୍କୁ ଅଙ୍କିତାଙ୍କ ଏହି ଶୈଳୀ ବହୁତ ପସନ୍ଦ ଆସିଲା ।

ବହୁତ ଗଭୀର ଥିଲା ଦୁହିଁଙ୍କ ସମ୍ପର୍କ

newstrend

ଅଙ୍କିତା ଓ ସୁଶାନ୍ତଙ୍କ ପ୍ରେମ କାହାଣୀ ‘ପବିତ୍ର ରିଶତା’ ଧାରାବାହିକରୁ ଆରମ୍ଭ ହୋଇଥିଲା । ଏହି ଶୋ’ରେ ଦୁହିଁଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା । ଏମାନଙ୍କ ସମ୍ପର୍କ ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା କିନ୍ତୁ ପରେ ଦୁହିଁଙ୍କ ବ୍ରେକ୍ ଅପ୍ ହୋଇଗଲା । ଦୁହେଁ ଏକ ବର୍ଷ ଲିଭ ଇନରେ ମଧ୍ୟ ରହିଥିଲେ । ବ୍ରେକ୍ ଅପର କାରଣକୁ ନେଇ ଅନେକ ପ୍ରକାର କାରଣ ସାମନାକୁ ଆସୁଥିଲା । ଯେପରିକି ଅଙ୍କିତା ସୁଶାନ୍ତଙ୍କୁ ନେଇ ବହୁତ ପଜେସିଭ ବା ଭାବୁକ ହୋଇଯାଇଥିଲେ । ସେ ବାହା ହୋଇ ସେଟଲ ହେବା ପାଇଁ ଚାହୁଁଥିଲେ । ସେପଟେ ସୁଶାନ୍ତ ପ୍ରଥମେ ବଲିଉଡ଼ରେ ନିଜ କ୍ୟାରିୟର ତିଆରି କରିବା ପାଇଁ ଚାହୁଁଥିଲେ ଏଥିପାଇଁ ସେହି ସମୟରେ ବିବାହର କୌଣସି ଯୋଜନା ନଥିଲା । ଏପରି ଏକ ଖବର ମଧ୍ୟ ଆସୁଥିଲା ଯେ ବଲିଉଡ଼ ଅଭିନେତ୍ରୀ କ୍ରୀତି ସାନନଙ୍କ ସହିତ ତାଙ୍କ ନିକଟ ସମ୍ପର୍କ ମଧ୍ୟ ଅଙ୍କିତାଙ୍କ ବ୍ରେକ୍ ଅପ୍ କାରଣ ଥିଲା ।

Leave a Reply

Your email address will not be published. Required fields are marked *