ଅଙ୍କିତା ଲୋଖଣ୍ଡେ ଏକ ବିଚିତ୍ର ଫଟୋ ସେୟାର କରିଛନ୍ତି ! ଏହି ବିଚିତ୍ର ଫୋଟର ଇଶାରା ରିୟା ଚକ୍ରବର୍ତ୍ତୀ ଆଡ଼କୁ ନୁହେଁ ତ !

ଅଙ୍କିତା ଲୋଖଣ୍ଡେ ଏକ ବିଚିତ୍ର ଫଟୋ ସେୟାର କରିଛନ୍ତି ! ଏହି ବିଚିତ୍ର ଫୋଟର ଇଶାରା ରିୟା ଚକ୍ରବର୍ତ୍ତୀ ଆଡ଼କୁ ନୁହେଁ ତ !

ଅଙ୍କିତା ଇଂଷ୍ଟାଗ୍ରାମରେ ଏକ ଅଦ୍ଭୁତ ପ୍ରକାର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଏକ ମହିଳା ସମ୍ମୁଖରେ ଏକ କାଉ ଥିବାର ଦେଖାଯାଉଛି ।

ଗୋଟିଏ ପଟେ ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ସୁଶାନ୍ତ ସିଂହ ରାଜପୁତ ଚିନ୍ତିତ ଥିଲେ ବୋଲି ଜଣାପଡୁଛି ତ ଅନ୍ୟପଟେ ଏହି ମାମଲାରେ ସବୁଠାରୁ ସନ୍ଦେହ ଘେରରେ ଅଛନ୍ତି ରିୟା ଚକ୍ରବର୍ତ୍ତୀ । କୁହାଯାଉଛି ଯେ ସୁଶାନ୍ତଙ୍କ ଜୀବନରେ ରିୟାଙ୍କ ଆଗମନ ହେବା ପରଠାରୁ ତାଙ୍କ ଆକାଉଣ୍ଟରେ ରଖିଥିବା ଟଙ୍କାଗୁଡ଼ିକୁ ଉପରେ ପର ଲାଗିଯାଇଥିଲା । ଅର୍ଥାତ ସୁଶାନ୍ତଙ୍କ ଅର୍ଜିତ ଟଙ୍କାକୁ ରିୟା ଖୁବ୍ ଖର୍ଚ୍ଚ କରୁଥିଲେ । ଖବର ଅନୁଯାୟୀ ରିୟା ବୁଲିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯାବତିୟ ଖର୍ଚ୍ଚ ସୁଶାନ୍ତଙ୍କ ଟଙ୍କାରୁ ହିଁ କରୁଥିଲେ । ରିୟା ସୁଶାନ୍ତଙ୍କ ଟଙ୍କାରେ ହିଁ କିଣାବିକା କରୁଥିଲେ । ଏଥି ମଧ୍ୟରେ ଏହି ଖବର ମଧ୍ୟ ଆସିଲା ଯେ ସୁଶାନ୍ତଙ୍କ ପୂର୍ବତ୍ତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଫ୍ଲଟର ଇଏମଆଇ (EMI) ମଧ୍ୟ ନିଜେ ଅଭିନେତା ସୁଶାନ୍ତ ହିଁ ଭରୁଥିଲେ । ଯଦିଓ, ଗତ କିଛି ଦିନ ଆଗରୁ ଅଙ୍କିତା ନିଜ ବ୍ୟାଙ୍କ ଷ୍ଟେଟମେଣ୍ଟର ପ୍ରମାଣ ଦେଖାଇ ସମ୍ପୂର୍ଣ୍ଣ ଜଗତକୁ ଦେଖାଇଥିଲେ ଯେ, ନିଜ ଫ୍ଲାଟର ଟଙ୍କା ସେ ନିଜେ ଭରୁଛନ୍ତି । ବର୍ତ୍ତମାନ ଅଙ୍କିତା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଏପରି କୁହାଯାଉଛି ଯେ, “କ’ଣ ଏହା ସେ ରିୟାଙ୍କ ପାଇଁ କରିନାହାଁନ୍ତି ତ ?”

ମହିଳାଙ୍କ ସାମନାରେ କାଉର ଫଟୋ :

ଅଙ୍କିତା ଲୋଖଣ୍ଡେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ କୁହାଯାଉଛି ଯେ ଏହାର ସଂକେତ ରିୟା ଆଡ଼କୁ କରାଯାଇଛି । ସେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଜଣେ ମହିଳା ସମ୍ମୁଖରେ ଏକ କାଉ ଥିବାର ନଜର ଆସୁଛି । ଏହି ଫଟୋରେ ଶାତାରା ଲିଓରା (Shatara Liora)ଙ୍କ ପ୍ରସିଦ୍ଧ ବାକ୍ୟ ଲେଖାହୋଇଛି ।

“ଏହିପରି ଅନେକ ଜିନିଷ ମହିଳାମାନଙ୍କୁ ଶିକ୍ଷା ଦିଆଯାଏ” :

Google

ଏହି ଫଟୋ ସହିତ ଲେଖାହୋଇଛି ଯେ, “ମହିଳାଙ୍କୁ ଏପରି ଅନେକ କିଛି ଶିକ୍ଷା ଦିଆଯାଉଛି ଯାହା ପରସ୍ପରର ବିପରୀତ ଅଟେ । ଏଥିପାଇଁ ମୁଁ କେବଳ ବିଚିତ୍ର ଓ ଶକ୍ତିଶାଳୀ ହେବା ପାଇଁ ନିଷ୍ପତ୍ତି ନେଇଛି । ସତ୍ୟ ।”

ଏହି ପୋଷ୍ଟ କରି ସେ ଏକ ଫଟୋ ଉପରେ ଲେଖିଥିବା କଥାକୁ ଆଉ ଥରେ ବୁଝାଇ ଲେଖିଛନ୍ତି ଯେ, ସତରେ, ବିଚିତ୍ର ଓ ଶକ୍ତିଶାଳୀ ହେବା ପାଇଁ ଅଟେ ଏହା ।

ଅଙ୍କିତା ପୋଷ୍ଟ କରିଥିବା ଫୋଟ :

instagram

“ସତ୍ୟର ହେଲା ବିଜୟ” :

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ନିକଟରେ ରିୟାଙ୍କ ଆବେଦନ ପତ୍ର ବିରୁଦ୍ଧରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ସୁପ୍ରିମକୋର୍ଟ CBI ଯାଞ୍ଚର ଅନୁମତି ଦେଇଛନ୍ତି, ଏହାପରେ ସୁଶାନ୍ତଙ୍କ ପରିବାର ଓ ତାଙ୍କ ନିକଟ ସମ୍ପର୍କୀୟମାନେ ଖୁସି ଜାହିର କରିଛନ୍ତି । ଅଙ୍କିତା ମଧ୍ୟ ନିଜ ଖୁସି ଜାହିର କରି ଲେଖିଛନ୍ତି ଯେ – ସତ୍ୟର ବିଜୟ ହୋଇଛି । “#1ststeptossrjustice”

CBI ନିଷ୍ପତ୍ତି ପରେ ଆସିଲା ଅଙ୍କିତାଙ୍କ ପୋଷ୍ଟ :

Google

ସୁଶାନ୍ତଙ୍କ ଘର ଲୋକଙ୍କ ପାଇଁ ଖୁବ୍ ପ୍ରିୟ ଅଟନ୍ତି ଅଙ୍କିତା :

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ଅଙ୍କିତା ଓ ସୁଶାନ୍ତ ପାଖପାଖି ୬ ବର୍ଷ ସମ୍ପର୍କରେ ଥିଲେ ଏବଂ ୨୦୧୬ ମସିହାରେ ସେ ବିବାହ କରିବାକୁ ଯାଉଥିଲେ । ଯଦିଓ ଭାଗ୍ୟର ବିଡମ୍ବନା ଯେ, ଦୁହେଁ ପରସ୍ପରକୁ ଅଧିକ ଭଲ ପାଉଥିଲେ ମଧ୍ୟ ଏହି ପ୍ରେମୀ ଯୁଗଳ ସବୁଦିନ ପାଇଁ ଅଲଗା ହୋଇଗଲେ । ଏହା ଦୁହିଁଙ୍କ ପାଇଁ ଖୁବ୍ ଦୁଃଖଦାୟକ ଥିଲା । ସେମିତିରେ ସୁଶାନ୍ତଙ୍କ ପରିବାର ଲୋକ ଆଜି ମଧ୍ୟ ଅଙ୍କିତାଙ୍କୁ ନିଜ ହୃଦୟରୁ ଘରର ଏକ ଅଂଶ ବୋଲି ଭାବନ୍ତି ଏବଂ ତାଙ୍କୁ ସେତିକି ହିଁ ଭଲ ପାଇବା ଦିଅନ୍ତି ଯାହା ପୂର୍ବରୁ ଦେଉଥିଲେ । ଅଙ୍କିତାଙ୍କୁ ମଧ୍ୟ ସୁଶାନ୍ତଙ୍କ ଘର ଲୋକେ ନିଜ ପରିବାରର ସଦସ୍ୟ ଠାରୁ କମ୍ ଭାବନ୍ତି ନାହିଁ ।

Leave a Reply

Your email address will not be published. Required fields are marked *