ସୁଶାନ୍ତଙ୍କ ପରେ ଏହି ବ୍ୟକ୍ତିଙ୍କୁ ଭଲ ପାଇଲେ ଅଙ୍କିତା ଲୋଖଣ୍ଡେ । ଫଟୋ ସେୟାର କରି ନିଜର ଅନୁଭୂତି ପ୍ରକାଶ କରିଲେ !

ସୁଶାନ୍ତଙ୍କ ପରେ ଏହି ବ୍ୟକ୍ତିଙ୍କୁ ଭଲ ପାଇଲେ ଅଙ୍କିତା ଲୋଖଣ୍ଡେ । ଫଟୋ ସେୟାର କରି ନିଜର ଅନୁଭୂତି ପ୍ରକାଶ କରିଲେ !

ବଲିଉଡରେ ଡେବ୍ୟୁ କରିସାରିଥିବା ଅଙ୍କିତା ଲୋଖଣ୍ଡେ ଜଣେ ବ୍ୟବସାୟୀଙ୍କୁ ପ୍ରେମ କରୁଥିବାର ସୂଚନା ମିଳିଛି । ଅଙ୍କିତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବହୁ ଫଟୋ ସେୟାର କରିଛନ୍ତି । ଅଙ୍କିତାଙ୍କ ପ୍ରଶଂସକମାନେ ଏହି ଫୋଟୋକୁ ବହୁତ ପସନ୍ଦ କରିଛନ୍ତି ।

ଟିଭି ପରଦାରେ କାମ କରୁଥିବା ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ସମସ୍ତଙ୍କ ଘରେଘରେ ପରିଚିତ । ତାଙ୍କର ବହୁତ ଧାରାବାହିକ ଓ ଫିଲ୍ମକୁ ଲୋକ ମଧ୍ୟ ପସନ୍ଦ କରନ୍ତି । ଧାରାବାହିକ ଫିଲ ବ୍ୟତୀତ ଅଙ୍କିତାଙ୍କ ନାମ ସୁଶାନ୍ତଙ୍କ ସହ ଜଡିତ ରହିଥିଲା, ତେଣୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଲାଖଣ୍ଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କିନ୍ତୁ ଅଙ୍କିତା ବର୍ତ୍ତମାନ ତାଙ୍କର ନୂତନ ସାଥି ବିକି ପାଇଁ ଚର୍ଚ୍ଚାରେ ସାଉଁଟିଛନ୍ତି ।

ବ୍ୟବସାୟୀ ବିକିଙ୍କୁ କରୁଛନ୍ତି ଡେଟ୍ :-

Google

ମିଡ଼ିଆ ରିପୋର୍ଟ ଅନୁଯାୟୀ ଅଙ୍କିତା ବର୍ତ୍ତମାନ ତାଙ୍କ ନୂତନ ସାଥି ବିକି ଜେନଙ୍କୁ ଡେଟ୍ କରୁଛନ୍ତି । ଅଙ୍କିତା ଓ ବିକି ଦୀର୍ଘ ସମୟରୁ ପାଖାପାଖି ରହି ଆସୁଥିଲେ ମଧ୍ୟ କୌଣସି ସୂଚନା ଦେଇନଥିଲେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଥିବା ଫଟୋ ସବୁ ସତ୍ୟତାର ପର୍ଦାଫାସ କରିଦଉଛି । ଫଟୋରେ ଅଙ୍କିତା ଓ ବିକି ପରସ୍ପର ବହୁତ ନିକଟତର ଥିବା ଦେଖାଯାଇଛି । ତାଙ୍କର ଫ୍ୟାନସ୍ ମଧ୍ୟ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି ।

ଶୀଘ୍ର ଵିଵାହ କରିପାରନ୍ତି ଅଙ୍କିତା :-

Google

ଅଙ୍କିତା ବିକି ଜେନଙ୍କୁ ଡେଟ୍ କରୁଥିବା ସ୍ଵୀକାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ତାଙ୍କ ବାହାଘର ଖବର ଭାଇରଲ୍ ହୋଇଛି । ଏହି ପରିପେକ୍ଷରେ ଅଙ୍କିତା ତାଙ୍କ ନିରାବତାକୁ ଭାଙ୍ଗି କହିଛନ୍ତି କି ତାଙ୍କର ଏବେ ବାହା ହେବା ପାଇଁ କୌଣସି ଇଚ୍ଛା ନାହିଁ । ସେ ପ୍ରଥମେ ତାଙ୍କ କ୍ୟାରିଅର ତିଆରି କରିବେ ଓ ଯେବେ ସମୟ ଆସିବ ସେତେବେଳେ ବିବାହ କରିବେ । କିନ୍ତୁ ମିଡିଆକୁ ମିଳିଥିବା ତଥ୍ୟ ଅନୁଯାୟୀ ଅଙ୍କିତା ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କିନ୍ତୁ ଏହା ସେ ଗଣମାଧ୍ୟମଙ୍କୁ ଲୁଚାଇ ରଖିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କୁ କରିସାରିଛନ୍ତି ଡେଟ୍ :-

Google

ଅଙ୍କିତା ଲୋଖଣ୍ଡେ ତାଙ୍କ କାର୍ଯ୍ୟ ସହିତ ଯେତିକି ଶିରୋନାମା କରିଥିଲେ, ତାଠାରୁ ଅଧିକ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କ (Relationship) ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଯେଉଁଥିପାଇଁ ଲୋକମାନେ ପ୍ରାୟତଃ ଉଭୟଙ୍କ ନାମ ଶୁଣୁଥିଲେ । କିନ୍ତୁ ଗତ କିଛି ବର୍ଷହେବ ଦୁହେଁ ଅଲଗା ହୋଇ ଯାଇଥିଲେ । ତା ପରଠାରୁ ସୁଶାନ୍ତ ଓ ଅଙ୍କିତା ପରସ୍ପରଙ୍କ ମୁଁହ କେବେ ଦେଖିବାକୁ ଚାହିଁ ନାହାନ୍ତି । ଆପଣଙ୍କୁ କହି ଦେବାକୁ ଚାହଁଉଛୁ ଯେ, ଅଙ୍କିତା ଓ ସୁଶାନ୍ତ ଟେଲିଭିଜନରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *