ସୁଶାନ୍ତ ଏବଂ ମହେଶ ଭଟ୍ଟଙ୍କ ସମ୍ପର୍କ ବିଷୟରେ ଅଙ୍କିତା କରିଛନ୍ତି ବଡ ଖୁଲାସା ! ରିୟାଙ୍କୁ ନେଇ ମଧ୍ୟ ବୟାନ ଦେଇଛନ୍ତି…

ସୁଶାନ୍ତ ଏବଂ ମହେଶ ଭଟ୍ଟଙ୍କ ସମ୍ପର୍କ ବିଷୟରେ ଅଙ୍କିତା କରିଛନ୍ତି ବଡ ଖୁଲାସା ! ରିୟାଙ୍କୁ ନେଇ ମଧ୍ୟ ବୟାନ ଦେଇଛନ୍ତି…

ଅଙ୍କିତା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ହେବା ସହିତ ତାଙ୍କର ଭଲ ବନ୍ଧୁ ମଧ୍ୟ ଥିଲେ, କିନ୍ତୁ ବ୍ରେକ୍ଅପ୍ ପରେ ସୁଶାନ୍ତଙ୍କ ଜୀବନରେ ବହୁତ କିଛି ବଦଳି ଯାଇଥିଲା ।

ବଲିଉଡ ଜଗତର ଏକ ଜଣାଶୁଣା ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ମାମଲାର ରହସ୍ୟ ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ଦିନ ହେଲା ଏହି ମାମଲାକୁ କେତେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଏବଂ ନୂଆ ଖୁଲାସା ମଧ୍ୟ ହେଉଛି । ସୁଶାନ୍ତ ସିଂହଙ୍କ ପିତା କେ.କେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନାରେ ମାମଲା ରଜ୍ଜୁ କରିବା ପରେ ମୁମ୍ବାଇ ସହିତ ବିହାର ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି । ଅପରପକ୍ଷରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକାମାନେ କ୍ରମାଗତ ଭାବେ ଏହି ମାମଲା ଉପରେ କିଛି ନା କିଛି ବିବୃତ୍ତି ଦେଉଛନ୍ତି । ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହିତ ମହେଶ ଭଟ୍ଟଙ୍କ ନାମ ମଧ୍ୟ ଯୋଡ଼ା ଯାଉଛି । ସେଠାରେ ଏହା ମଧ୍ୟ କୁହାଯାଉଛି ଯେ, ମହେଶ ଭଟ୍ଟ ହିଁ ରିୟାଙ୍କୁ ସୁଶାନ୍ତଙ୍କ ଠାରୁ ଅଲଗା ରହିବା ପାଇଁ କହିଥିଲେ । ବର୍ତ୍ତମାନ ଏହି ସମସ୍ତ ମାମଲା ଉପରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ନୀରବତା ଭଙ୍ଗ କରିଛନ୍ତି ।

Google

ମହେଶ ଭଟ୍ଟ ଓ ସୁଶାନ୍ତଙ୍କୁ ନେଇ ଅଙ୍କିତା କହିଛନ୍ତି :

ସୁଶାନ୍ତ ଚାଲିଯିବା ପରେ ଅଙ୍କିତା ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁପ୍ ରହିଥିଲେ ଏବଂ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଭଉଣୀଙ୍କ ପୋଷ୍ଟରେ ହିଁ ପ୍ରତିକ୍ରିୟା ଦେଉଥିଲେ । ତେବେ ଅଙ୍କିତା ମଧ୍ୟ ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଏବଂ ସେ ସୁଶାନ୍ତଙ୍କ ବିଷୟରେ ଅନେକ ଚ୍ୟାନେଲ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଏକ ସାକ୍ଷାତକାରରେ ଅଙ୍କିତା ସୁଶାନ୍ତ ଏବଂ ମହେଶ ଭଟ୍ଟଙ୍କ ସମ୍ପର୍କ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି । ଅଙ୍କିତା କହିଛନ୍ତି ଯେ, ଯେତେ ଦିନ ପର୍ଯ୍ୟନ୍ତ ସେ ଏବଂ ସୁଶାନ୍ତ ଏକାଠି ଥିଲେ, ସୁଶାନ୍ତ ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା ।

Google

ଅଙ୍କିତା ଆଗକୁ ଏହା ମଧ୍ୟ କହିଛନ୍ତି, “ରିୟା ଏବଂ ମହେଶ ଭଟ୍ଟଙ୍କ ବନ୍ଧନ ବିଷୟରେ ମୋତେ ଜ୍ଞାତ ନାହିଁ । ଏହା ହୋଇପାରେ କି ରିୟା ହୁଏତ ମହେଶ ଭଟ୍ଟଙ୍କୁ ସୁଶାନ୍ତଙ୍କ ସହିତ ପରିଚିତ କରିଥାଇ ପାରନ୍ତି, ବୋଧ ହୁଏ ଏହା ହିଁ କିଛି ସଂଯୋଗ ହୋଇ ଥାଇପାରେ । ଯଦିଓ ମୁଁ ଏହା ବିଷୟରେ କିଛି ଜାଣେ ନାହିଁ; ତେଣୁ ମୁଁ ଏହା ଉପରେ ମନ୍ତବ୍ୟ ଦେଇ ପାରିବି ନାହିଁ ।” ଆପଣଙ୍କୁ କହିରଖୁଛୁ ଯେ, ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ପର ଠାରୁ ହିଁ ରିୟା ଏବଂ ମହେଶ ଭଟ୍ଟଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବଲିଉଡର ଅନେକ ଲୋକଙ୍କ କହିବା ଅନୁସାରେ ମହେଶ ଭଟ୍ଟ ରିୟାଙ୍କୁ ସୁଶାନ୍ତଙ୍କ ଠାରୁ ଅଲଗା ରହିବା ପାଇଁ କହିଥିଲେ କିନ୍ତୁ ପୋଲିସର ପଚରାଉଚରା ସମୟରେ ମହେଶ ଭଟ୍ଟ ଏହି ଅଭିଯୋଗକୁ ସଫା ସଫା ଅସ୍ୱୀକାର କରିଛନ୍ତି ।

ସୁଶାନ୍ତଙ୍କ ମାମଲାରେ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ଅଙ୍କିତା :

Google

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଅଙ୍କିତା ଏବଂ ସୁଶାନ୍ତ ଏକ ସାଥିରେ “ପବିତ୍ର ରିସ୍ତା” ଠାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଏହି ଶୋ’ ସହିତ ହିଁ ସେମାନଙ୍କର ପ୍ରେମ ବଢ଼ିଥିଲା । ଅଙ୍କିତା ଏବଂ ସୁଶାନ୍ତ ପରସ୍ପର ପ୍ରତି ଏତେ ନିକଟତର ହୋଇଥିଲେ ଯେ, ଉଭୟ ବହୁତ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଥିଲେ । କିନ୍ତୁ ଏହି ସମ୍ପର୍କ ଦୀର୍ଘ ସମୟ ପରେ ଭାଙ୍ଗି ଯାଇଥିଲା । ଏହାପରେ ସୁଶାନ୍ତଙ୍କ ନାମ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ଯୋଡି ହେବାରେ ଲାଗିଥିଲା । ମୃତ୍ୟୁର କିଛି ସମୟ ପୂର୍ବରୁ ହିଁ ସୁଶାନ୍ତ ରିୟାଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । ଏହିପରି ପରିସ୍ଥିତିରେ ରିୟାଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରତ୍ସାହିତ କରିବାର ଅଭିଯୋଗ କରାଯାଇଛି ।

Google

ଅଙ୍କିତାଙ୍କ ଏହି ସମସ୍ତ ମାମଲାରେ କହିଛନ୍ତି, “ସୁଶାନ୍ତ ଏହିପରି ଜଣେ ପୁଅ ଥିଲେ ଯେତେଯାହା ଦୁଃଖ ଥିଲେ ମଧ୍ୟ ସର୍ବଦା ଖୁସିରେ ରହିବାକୁ ପସନ୍ଦ କରୁଥିଲେ ଏବଂ ସେ ଖୋଲାହୃଦୟ ସମ୍ପର୍ଣ୍ଣର ବ୍ୟକ୍ତି ଥିଲେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସୁଶାନ୍ତ ଏପରି କେଉଁ କଥାକୁ ନେଇ ଏତେ ଉଦାସୀନ ଥିଲେ ? ଯଦି ଏହିପରି ହୋଇଛି, ତେବେ ଏହାର କାରଣ ଜାଣିବା ଜରୁରୀ ଅଟେ । ଏହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସୁଶାନ୍ତ କାହିଁକି ଏହିପରି ପଦକ୍ଷେପ ଉଠାଇଛନ୍ତି ।” ଆପଣଙ୍କୁ କହି ରଖୁଛୁ ଯେ, ଅଙ୍କିତା ସମ୍ପୂର୍ଣ୍ଣ ଭାବେ ଏହି ମାମଲାରେ ସୁଶାନ୍ତଙ୍କ ପରିବାର ସହିତ ଛିଡା ହୋଇଛନ୍ତି ଏବଂ ଅପରପକ୍ଷରେ ବିହାରରୁ ମୁମ୍ବାଇ ଆସିଥିବା ପୋଲିସକୁ ମଧ୍ୟ ସେ ପ୍ରତ୍ୟେକ ପ୍ରକାର ସାହାଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *