“କରିବାର ଅଛି ଯଦି କର ନଚେତ୍ ଛାଡିଦିଅ…” ନିର୍ମାତାଙ୍କ ସହିତ କଥା କଟାକଟିକୁ ନେଇ ଶୋ’ ଛାଡ଼ିଲେ ଅଞ୍ଜଳି ଭାଉଜ ? ସମ୍ନାକୁ ଆସି କହିଲେ ନେହା…

ଅଭିନେତ୍ରୀ ନେହା ମେହତା ଶୋ’ ଛାଡ଼ିବାକୁ ନେଇ ବିଭିନ୍ନ ପ୍ରକାରର ଅନୁମାନ କରାଯାଉଥିଲା । ଏଭଳି ସ୍ଥିତିରେ ଅଭିନେତ୍ରୀ ଅଞ୍ଜଳି ନିଜେ ସମ୍ନାକୁ ଆସିଛନ୍ତି ଓ ଏକ ସାକ୍ଷାତକାରରେ ଶୋ’ TMKOC ଛାଡ଼ିବାର କାରଣ ମଧ୍ୟ କହିଛନ୍ତି ।

ତାରକ ମେହତା କା ଉଲ୍ଟା ଚଷମା (Taarak Mehta Ka Ooltah Chashmah)ର ଲୋକପ୍ରିୟ ଅଭିନେତ୍ରୀ ନେହା ମେହତା TMKOC ଛାଡ଼ି ଦେଇଛନ୍ତି । ଯେଉଁଠି ତାଙ୍କ ସ୍ଥାନରେ ଶୋ’ରେ ଅଞ୍ଜଳି ଭାଉଜ ଚରିତ୍ରରେ ସୁନୈନା ଫୌଜଦାର ରୂପରେ ନଜର ଆସୁଛନ୍ତି । ଅଭିନେତ୍ରୀ ନେହା ମେହତାଙ୍କର ଶୋ’ ଛାଡ଼ିବାକୁ ନେଇ ଅନେକ ପ୍ରକାରର ଅନୁମାନ କରାଯାଉଥିଲା । ଏମିତିରେ ଏବେ ଅଭିନେତ୍ରୀ ଅଞ୍ଜଳି ନିଜେ ଏକ ସାକ୍ଷାତକାରରେ ଶୋ’ ଛାଡ଼ିବାର କାରଣ ବିଷୟରେ କହିଛନ୍ତି । ସେ ଶୋ’ TMKOCକୁ କାହିଁକି ଛାଡ଼ିଲେ ତାହାର କାରଣ କହିଛନ୍ତି ।

ନେହା ମେହତା ଯେତେବେଳେ ଶୋ’ ଛାଡ଼ିଥିଲେ ସେତେବେଳେ ଏହି କଥା ଉଠିଥିଲା ଯେ ଶୋ’ର ନିର୍ମାତା ଏବଂ ନେହାଙ୍କ ମଧ୍ୟରେ କୌଣସି ମତଭେଦ କାରଣରୁ ନେହା ଶୋ’ ଛାଡ଼ିଥିଲେ । ତାଙ୍କ ଶୋ’ ଛାଡ଼ିବା ପରେ ପ୍ରଯୋଜକ ଅଶୀତ କୁମାର କହିଥିଲେ, “ନେହାଙ୍କ ସହିତ କୌଣସି ବଡ଼ ଘଟଣା ହୋଇନାହିଁ । କିନ୍ତୁ ସେ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ଅଟକାଇବା ପାଇଁ ମୁଁ ପୁରା ଚେଷ୍ଟା ଚଳାଇଥିଲି ।”

କିନ୍ତୁ ଏକ ସାକ୍ଷାତକାରରେ ନେହା ସ୍ପଷ୍ଟ ଭାବରେ ଦର୍ଶକଙ୍କ ସାମ୍ନାରେ ନିଜର ମତ ରଖିଛନ୍ତି । ସେ “ଟାଇମସ୍ ଅଫ୍ ଇଣ୍ଡିଆ”କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, “ତାଙ୍କୁ ଏପରି କୁହାଯାଇଥିଲା ଯେ, ଆପଣ କରିବେ ଯଦି କରନ୍ତୁ, ନଚେତ ଛାଡ଼ିଦିଅନ୍ତୁ ।

ଏହା ପୂର୍ବରୁ ମଧ୍ୟ ନେହା ଅନେକ ଶୋ’ ଛାଡ଼ିଛନ୍ତି । କିନ୍ତୁ ଏହାର ଉତ୍ତରରେ ନେହା କହିଥିଲେ ଯେ, “ଏହି କଥା ଆଦୋୖ ସତ୍ୟ ନୁହେଁ ।” ଅତି ସମ୍ମାନର ସହିତ ମୁଁ ନିଜର ନିର୍ମାତାଙ୍କୁ କହିବାକୁ ଚାହିଁବି ଯେ ଏପରି ଆଦୋୖ ହୋଇନାହିଁ । ଆପଣ ବାରମ୍ବାର ମୋତେ ଶୋ’କୁ ଫେରିବା ପାଇଁ କହିଛନ୍ତି । କିନ୍ତୁ ବାସ୍ତବିକ କାରଣ କିଛି ଭିନ୍ନ ଥିଲା । ଆପଣଙ୍କୁ ଏଠିକାର ନିୟମ ଜଣାଛନ୍ତି- “କରିବାର ଅଛି ଯଦି କର ନହେଲେ ଛାଡ଼ିଦିଅ ।”

ନେହା ଏହା ମଧ୍ୟ କହିଛନ୍ତି ଯେ- “ମୁଁ ସ୍ଵୀକାର କରୁଛି ଯେ ଶୋ’ରେ ଏପରି କିଛି ଘଟିବା କୌଣସି ବଡ଼ କଥା ନୁହେଁ, କିନ୍ତୁ ଆପଣ କୌଣସି କଳାକାରଙ୍କୁ କନ୍ଦେଇବା ପରେ ସେ ଭଲ ପ୍ରଦର୍ଶନ କରିବା ବୋଲି ଆପଣ ଆଦୌ ଆଶା ରଖିପାରିବେ ନାହିଁ । “ଇଣ୍ଟରଭିଉରେ ନେହା କହିଛନ୍ତି ଯେ, ନିର୍ମାତା ତାଙ୍କୁ ବାରମ୍ବାର ଏହା କହିଛନ୍ତି ଯେ ତାଙ୍କ ପାଖରେ ନେହାଙ୍କର ବିକଳ୍ପ ଅଛି ବୋଲି ।”

ଶୋ’ ଛାଡ଼ିବା ପରେ ନେହାଙ୍କ ବାପା ତାଙ୍କୁ ପୁଣିଥରେ ଅସିତ ମୋଦୀଙ୍କ ସହିତ କଥା ହୋଇ ମାମଲାକୁ ସମାଧାନ କରିବାକୁ କହିଥିଲେ । ଏହାକୁ ନେଇ ନେହା କହିଥିଲେ, “ମୁଁ ଅସିତ ମୋଦୀଙ୍କୁ ଖୁବ୍ ସମ୍ମାନ କରେ । ମୁଁ ସେହି ସବୁ ନିର୍ମାତାଙ୍କୁ ସମ୍ମାନ କରେ ଯେଉଁମାନଙ୍କ ସହିତ ମୁଁ କାମ କରିଛି ।” ମୁଁ ତାଙ୍କୁ କହିଥିଲି ଯେ ଯଦି ଏପରି କଥା ଅଛି ତା’ହେଲେ ସେହି ବିଷୟରେ କଥା ହୋଇ ସମାଧାନ କରିନେବା ଉଚିତ ।

କିନ୍ତୁ ଯେତେବେଳେ ଆପଣଙ୍କୁ ଏହା କୁହାଯାଏ ଯେ, ଆପଣଙ୍କୁ ନିଜର ଇଗୋକୁ ସଂଯତ କରିବାକୁ ପଡ଼ିବ କିନ୍ତୁ ତା’ପରେ କୁହାଯିବ ଯଦି ଆପଣ ଯିବାକୁ ଚାହୁଁଛନ୍ତି; ତେବେ ଯାଇ ପାରନ୍ତି ! କାରଣ ଆମ ପାଖରେ ଆପଣଙ୍କ ବିକଳ୍ପ ଅଛନ୍ତି । ଯିଏ କମ ପଇସାରେ ମଧ୍ୟ କାମ କରିବେ ? ଏହା କାହା ସହିତ ବି ହୋଇପାରେ, ତେଣୁ ମୁଁ ଏବେ ଆଗକୁ ବଢୁଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଶୋ’ ଯେତେ ପୁରୁଣା ଏବଂ ଲୋକପ୍ରିୟ ଅଟେ ସେତିକି ଲୋକପ୍ରିୟ ଏବଂ ପୁରୁଣା TMKOCର କଳାକାର ମଧ୍ୟ । କିନ୍ତୁ ଗତ କିଛି ଦିନରେ ଶୋ’ର କିଛି କଳାକାରମାନେ କୌଣସି କାରଣରୁ ଦୂରେଇ ଯାଇଛନ୍ତି । ଏଥିମଧ୍ୟରେ ଅଞ୍ଜଳି ଭାଉଜଙ୍କ ପୂର୍ବରୁ ସୋଢୀ, ସୋନୁ ଏବଂ ଦୟା ବେନ ଭଳି ଚରିତ୍ରରେ କାମ କରୁଥିବା କଲକାର ମଧ୍ୟ ଶୋ’ ଛାଡ଼ି ଦେଇଛନ୍ତି ।

Be the first to comment

Leave a Reply

Your email address will not be published.


*