କିଏ ଅଟନ୍ତି ଏହି LADY SINGHAM ? ଷ୍ଟାଇଲିସ ଓ ଆକର୍ଷକ ଶୈଳୀରେ ଏପରି ହେଲେ ଇଂଷ୍ଟାଗ୍ରାମ ଷ୍ଟାର…

କିଏ ଅଟନ୍ତି ଏହି LADY SINGHAM ? ଷ୍ଟାଇଲିସ ଓ ଆକର୍ଷକ ଶୈଳୀରେ ଏପରି ହେଲେ ଇଂଷ୍ଟାଗ୍ରାମ ଷ୍ଟାର…

ପୋଲିସ ପୋଷାକରେ ଉପସ୍ଥିତ ଏହି ମହିଳାଙ୍କ ଶୈଳୀ ଓ ଚାଲିଚଳଣି ଦେଖିବେ…, ତେବେ ଆପଣ ମଧ୍ୟ ପଚାରିବେ ଯେ ଏହି LADY SINGHAM ଜଣକ କିଏ ? ଇଂଷ୍ଟାଗ୍ରାମରେ ସେ LADY SINGHAM ନାମରେ ପରିଚିତ । ବାସ୍ତବରେ ଏହି ମହିଳା ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଟନ୍ତି । ତାଙ୍କ ନାମ ଅନୀତା ଫାସେଟ-ଭାଗୀଲେ ଅଟେ ।

ଅନୀତା ଫାସେଟ-ଭାଗୀଲେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି । ଅନ୍ୟପଟେ ନିଜ ଡ୍ୟୁଟି ସମୟରେ ସେ ସମ୍ପୂର୍ଣ୍ଣ ଫୁର୍ତ୍ତିର ସହିତ କାମ କରନ୍ତି । ସବ୍ ଇନ୍ସପେକ୍ଟର ଅନିତାଙ୍କ ଇଂଷ୍ଟାଗ୍ରାମରେ ହଜାର ହଜାର ଫୋଲୋଅର୍ସ ଅଛନ୍ତି । ଲୋକେ ତାଙ୍କୁ ଓ ତାଙ୍କ ସ୍ଵଭାବ, ବ୍ୟବହାର ଉଭୟକୁ ବହୁତ ପସନ୍ଦ କରନ୍ତି ।

ସେ କେବଳ ନିଜର କଠୋର ଶୈଳୀ ପାଇଁ ନୁହେଁ ବରଂ ପରିବାର ସହିତ ବିଶେଷ ଅତୁଟ ସମ୍ପର୍କ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ଜାରି ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ପ୍ରମାଣିତ ହୁଏ ଯେ, ସେ ଯେତେବେଳେ ଡ୍ୟୁଟିରେ ଥାଆନ୍ତି; ସେତେବେଳେ ସେ ଖୁବ୍ ଭଲ ଭାବରେ କାମ କରନ୍ତି ଏବଂ ଯେତେବେଳେ ସେ ଘରେ ଥାଆନ୍ତି, ସେତେବେଳେ ନିଜ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରନ୍ତି ।

ତାଙ୍କ ପୋଷ୍ଟ, ତାଙ୍କ କେପ୍ସନକୁ ପଢ଼ି ଏହାର ଅନୁମାନ କରାଯାଇପାରିବ ଯେ, ସେ ନିଜ କାମରୁ କେତେ ଭଲ ପାଆନ୍ତି । ଅନେକ ଥର ତାଙ୍କ ଷ୍ଟାଇଲିସ୍ ଶୈଳୀର ପୋଷ୍ଟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଉଠନ୍ତି । ସବ୍ ଇନ୍ସପେକ୍ଟର ଅନିତା ଫାସାଟେ-ଭାଗିଲେଙ୍କ ଇଂଷ୍ଟାଗ୍ରାମରେ ପାଖାପାଖି ୫୨ ହଜାର ଫୋଲୋଅର୍ସ ଅଛନ୍ତି ।

ସେ ନିଜ ପରିବାର ସହ ଅତିବାହିତ କରିଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ତାଙ୍କର ଗୋଟିଏ ଝିଅ ରହିଛି, ଯାହାକୁ କି ସେ ବହୁତ ଭଲ ପାଆନ୍ତି । ସେ ଜାହିବା ଅନୁଯାୟୀ, ତାଙ୍କ ଝିଅ ତାଙ୍କ ହୃଦୟର ସବୁଠାରୁ ନିକଟରେ ଅଟନ୍ତି । ସେ ନିଜ ଝିଅଙ୍କ ସହିତ ଅଧିକାଂଶ ସମୟରେ ଫଟୋ ସେୟାର କରନ୍ତି ।

ଗତ କିଛି ଦିନ ଆଗରୁ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହୋଇଥିଲା । ଏହି ଭିଡ଼ିଓରେ ତାଙ୍କ ଡ୍ୟୁଟିରୁ ଫେରିବା ପରେ ତାଙ୍କ ଝିଅ ତାଙ୍କ ପଛରେ ଦୌଡୁ ଥିବାର ନଜର ଆସୁଛନ୍ତି । ଲୋକମାନେ ଏହି ଭିଡ଼ିଓକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଏହି ସମୟରେ ଲୋକମାନେ ଭିନ୍ନ ଭିନ୍ନ ଶୈଳୀରେ ଏହି ଭିଡ଼ିଓରେ କମେଣ୍ଟ କରିଥିଲେ ।

ଭାଇରଲ୍ ଭିଡ଼ିଓରେ କିଛି ଲୋକ କହିଛନ୍ତି ଯେ – ନିଜ କର୍ମକ୍ଷେତ୍ରରେ ମହିଳା ଅଧିକାରୀ ଯେତେ କଠୋର ହୋଇଥାନ୍ତୁ ନା କାହିଁକି, ଯେତେବେଳେ ଶିଶୁମାନଙ୍କ ସମ୍ମୁଖରେ ଥାଆନ୍ତି; ସେତେବେଳେ ସେ କେବଳ ଏକ ମାଁ ଅଟନ୍ତି । ତାଙ୍କର ଏହି ଭିଡ଼ିଓରେ ଲକ୍ଷ ଲକ୍ଷ ଭିୟୁ ଆସିଛି ।

Leave a Reply

Your email address will not be published. Required fields are marked *