ଅନୀଲ କପୂରଙ୍କ ପୁଅ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି । ଥରେ ଆପଣ ମଧ୍ୟ ନିଶ୍ଚୟ ଦେଖନ୍ତୁ ।

ଅନୀଲ କପୂରଙ୍କ ପୁଅ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି । ଥରେ ଆପଣ ମଧ୍ୟ ନିଶ୍ଚୟ ଦେଖନ୍ତୁ ।

ଅନୀଲ କପୂର ଭାରତୀୟ ଚଳଚିତ୍ରର ଅଭିନେତା ଓ ନିର୍ମାତା ଅଟନ୍ତି । ଯିଏକି ବୋଲିଉଡ଼ ଓ ହୋଲିଉଡ଼ରେ ନିଜ ଅଭିନୟ ଓ ଡ଼ାଏଲୋଗ୍ କହିବାର ଶୈଳୀ ଦ୍ୱାରା ଲୋକଙ୍କ ହୃଦୟକୁ ଜିତିଥିଲେ । ସେ ସମସ୍ତ ପ୍ରକାରର ଚଳଚିତ୍ରରେ କାମ କରିଛନ୍ତି । ଅନୀଲ କପୂର ଜେମ୍ବୁରର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁରେନ୍ଦ୍ର କପୂର ଓ ମାତାଙ୍କ ନାମ ନିର୍ମଳା କପୂର ଅଟେ । ଅନୀଲ କପୂରଙ୍କ କ୍ୟାରିଅର “ହମାରେ ତୁମାରେ” ଚଳଚିତ୍ରରେ ଏକ ଛୋଟ ଚରିତ୍ରରେ ଅଭିନୟ ଦ୍ୱାରା ଆରମ୍ଭ ହୋଇଥିଲା ।

Google

କିନ୍ତୁ ଚଳଚିତ୍ର “ୱ ସାତ୍ ଦିନ୍”ରେ ମୁଖ୍ୟ ଭୂମିକକାରେ ଅଭିନୟ କରିଥିଲେ । ଏହି ଚଳଚିତ୍ରରେ ଅନୀଲ କପୂରଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଥିଲେ ପ୍ରଶଂସକ । ଏହାପରେ “ମାସାଲ୍” ଚଳଚିତ୍ରରେ ସେ ନିଜ ଦମଦାର ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିଲେ । ପରେ ସେ ଅନେକ ଚଳଚିତ୍ରରେ ଛୋଟ-ବଡ଼ ଚରିତ୍ରରେ ଅଭିନୟ କରିବାକୁ ଲାଗିଲେ । ଦର୍ଶକଙ୍କ ବହୁତ ମନୋରଞ୍ଜନ କରିଥିଲେ ।

Google

“ତେରି ଜଙ୍ଗ, ଚାମେଲି କି ସାଦି, ଜାବାଜ, କାର୍ମା, ତେଜାବ, ମିଷ୍ଟର ଇଣ୍ଡିଆ, ରାମ୍ ଲଖନ୍, ଘର ହୋ ତ ଏସି, ବିରାସାତ, ହମ୍ ଆପକେ ଦିଲ୍ ମେ ରେହେତେ ହେ, ତାଳ୍, ପୁକାର, ନାୟକ, ୱେଲକମ୍, ରେସ୍” ଭଳି ଅନେକ ବଡ଼ ପ୍ରସିଦ୍ଧ ଚଳଚିତ୍ରରେ ଅଭିନୟ କରିଛନ୍ତି । ଚଳଚିତ୍ର “ବେଟା”ରେ ନିଜ ଦମଦାର ଅଭିନୟ ଦ୍ୱାରା ବହୁତ ନାମ ଅର୍ଜନ କରିଥିଲେ । ସେ “ନାୟକ” ଚଳଚିତ୍ରରେ କରିଥିବା ଜବରଦସ୍ତ ଅଭିନୟକୁ ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ । ତେବେ ଚାଲନ୍ତୁ ଅନୀଲ କପୂରଙ୍କ ପୁଅଙ୍କ ବିଷୟରେ ଜାଣିବା ।

Google

ଅନୀଲ କପୂରଙ୍କ ପୁଅଙ୍କ ନାମ ହେଉଛି “ହର୍ଷ ବର୍ଦ୍ଦନ କପୂର” । ହର୍ଷ ବର୍ଦ୍ଦନ କପୂର ଏକ ଭାରତୀୟ ଚଳଚ୍ଚିତ୍ରର ଅଭିନେତା ଅଟନ୍ତି । ହର୍ଷ ବର୍ଦ୍ଦନ କପୂରଙ୍କ ୧୯୯୦ ମସିହା, ମୁମ୍ବାଇରେ ଜନ୍ମ ହୋଇଥିଲା । ୨୦୧୬ରେ ସେ “ମିର୍ଜିଆ” ଚଳଚିତ୍ରରେ ଅଭିନେତା ରୂପେ ନିଜ ଚଳଚିତ୍ର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଚଳଚିତ୍ରରେ ସେ କରିଥିବା ଅଭିନୟକୁ ବହୁତ ପ୍ରଶଂସା କରିଥିଲେ । ହର୍ଷ ବର୍ଦ୍ଦନ କପୂର ନିଜେ ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି । ଏଥିପାଇଁ ସେ ନିଜର ପ୍ରଥମ ଚଳଚିତ୍ରରୁ ଏକ ଦମଦାର “ଷ୍ଟାଇଲ୍”ରେ ବୋଲିଉଡ଼ରେ ଏଣ୍ଟ୍ରି କରିଥିଲେ । ସେ ଆଗକୁ ନିଶ୍ଚୟ ରୂପେ ଏକ ବଡ଼ ଷ୍ଟାର ରୂପେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିବେ ।

Leave a Reply

Your email address will not be published. Required fields are marked *