୫ ହଜାର କୋଟିର ବଙ୍ଗଳାରେ ରୁହନ୍ତି ଋଣରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀ, ୬୦ ଲକ୍ଷ ଟଙ୍କା ଆସେ ବିଜୁଳି ବିଲ୍ !

ଅନିଲ ଅମ୍ବାନୀ ବର୍ତ୍ତମାନ କୋଟି କୋଟି ଟଙ୍କାର ଋଣରେ ବୁଡି ରହିଛନ୍ତି ଓ ତାଙ୍କ ଉପରେ ଲଣ୍ଡନରେ ମାମଲା ଦାଖଲ ହୋଇଛି । ଅନିଲ ଅମ୍ବାନୀ ଅନେକଗୁଡ଼ିଏ ଚିନି ବ୍ୟାଙ୍କରୁ ଋଣ ନେଉଥିଲେ ଏବଂ ବର୍ତ୍ତମାନ ଏହ ଋଣ ପରିଶୋଧ କରିବାରେ ସେ ଅକ୍ଷମ । ଏକ ରିପୋର୍ଟ ଅନୁଯାୟୀ ଅନିଲ ଅମ୍ବାନୀଙ୍କ ଉପରେ ଏକ୍ସପୋର୍ଟ ଓ ଇମପୋର୍ଟ ବ୍ୟାଙ୍କ ଅଫ ଚାଇନା ଓ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଚାଇନାର ୭୧୬ ମିଲିୟନ ଡ଼ଲାର ଅର୍ଥାତ ପାଖାପାଖି ୫,୨୭୬ କୋଟି ଟଙ୍କା ଋଣ ନେଇଥିଲେ ଏବଂ ଏହି ଋଣକୁ ନେଇ ଏହି ବ୍ୟାଙ୍କ ଗୁଡ଼ିକ ତାଙ୍କ ଉପରେ ମାମଲା ଦାଖଲ କରିଛନ୍ତି । ଲଣ୍ଡନର ଅଦାଲତ ତାଙ୍କୁ ଜୁନ୍ ମାସ ପର୍ଯ୍ୟନ୍ତ ଋଣ ପରିଶୋଧ କରିବା ପାଇଁ ସମୟ ଦେଇଥିଲେ । କିନ୍ତୁ ସେ ଏହି ଋଣ ପରିଶୋଧ କରିବାରେ ଅସଫଳ ହୋଇଯାଇଛନ୍ତି । ସେ କୋର୍ଟକୁ କହିଛନ୍ତି ଯେ ତାଙ୍କ ନିକଟରେ କିଛି ନାହିଁ ଓ ସେ ଗହଣା ବିକ୍ରି କରି ଓକିଲ ମାନଙ୍କ ଫୀସ୍ ଦେଉଛନ୍ତି । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଅନିଲ ଅମ୍ବାନୀ ଯେଉଁ ଘରେ ରୁହନ୍ତି ଏହାର ମୂଲ୍ୟ ୫ ହଜାର କୋଟି ଟଙ୍କାରୁ ଅଧିକ ଅଟେ । ହଁ, ଯେତେକି ତାଙ୍କ ଉପରେ ଋଣ ରହିଛି ତା’ଠାରୁ ଅଧିକ ତାଙ୍କ ଘରର ମୂଲ୍ୟ ଅଟେ ।

ଅନିଲ ଅମ୍ବାନୀଙ୍କ ଏହି ଘର ମୁମ୍ବାଇ ଠାରେ ରହିଛି ଏବଂ ଏହି ଘରେ ମୋଟ ଚାରି ଲୋକ ରୁହନ୍ତି । ଅନିଲ, ଟିନା ମୁନିମ୍, ଏବଂ ତାଙ୍କର ଦୁଇଟି ସନ୍ତାନ ଅନମୋଲ ଓ ଅଂଶୁଲ ଏଠାରେ ରୁହନ୍ତି ।

ଧିରୁଭାଇ ଅମ୍ବାନୀ ଗ୍ରୁପର ଚ୍ୟାୟରମ୍ୟାନ ଅନିଲ ଅମ୍ବାନୀ ବହୁତ ଭଲ ଭାବରେ ନିଜ ଘରର ନିର୍ମାଣ କରାଇଛନ୍ତି । ୨୦୧୮ ମସିହାରେ ଫାଇନେନ୍ସିଲ କମରସିଆଲ ସର୍ଭିସେସ୍ କମ୍ପାନୀ ଆଇଆଇଏଫଏଲ ଭାରତର ସବୁଠାରୁ ମହଙ୍ଗା ଘରର ସୂଚୀରେ ତାଙ୍କ ଘରକୁ ଦ୍ୱିତୀୟ ସ୍ଥାନ ଦିଆଯାଇଥିଲା । ଯେବେକି ତାଙ୍କ ଭାଇ ମୁକେଶ ଅମ୍ବାନୀଙ୍କ ଘରକୁ ପ୍ରଥମ ସ୍ଥାନ ଲାଭ ହୋଇଥିଲା ।

ଅନିଲ ଅମ୍ବାନୀ ଘରେ ଯେଉଁ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ ହୋଇଛି, ଏହାର ମୂଲ୍ୟ କୋଟି କୋଟି ଟଙ୍କାର ଅଟେ । ସେ ବିଦେଶର ଇଣ୍ଟରିୟର ଡିଜାଇନର ମାନଙ୍କ ଠାରୁ ନିଜ ଘର ସଜାଇଛନ୍ତି ।

ସେ ନିଜ ବଙ୍ଗଳାକୁ ମୁମ୍ବାଇକୁ ପାଲି ହିଲ୍ ସ୍ଥାନରେ ନିର୍ମାଣ କରାଇଛନ୍ତି । ଅନିଲ ଅମ୍ବାନୀଙ୍କ ଘର ଏବୋଡେ଼ ୧୬୦୦ସ୍କୁଏର ଫିଟରେ ତିଆରି ହୋଇଛି ଏବଂ ଘରେ ଜିମ୍, ସ୍ୱିମିଙ୍ଗ ପୁଲ୍ ସମେତ ଅନେକଗୁଡ଼ିଏ ସୁବିଧା ରହିଛି ।

ସେ ନିଜ ଘରର ଛାତରେ ହିଁ ହେଲିପେଡ଼ ନିର୍ମାଣ କରାଇଛନ୍ତି । କୁହାଯାଏ ଯେ ସେ ଏହି ଘରକୁ ଆହୁରି ଉଚ୍ଚ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଏପରି କରିବା ପାଇଁ ତାଙ୍କୁ ଅଥରିଟିଜ ଅନୁମତି ମିଳିଲା ନାହିଁ ।

ତାଙ୍କ ଘରେ ଅନେକଗୁଡ଼ିଏ ହଲ୍ ରହିଛି ଓ ତାଙ୍କୁ ବହୁତ ସୁନ୍ଦର ଭାବରେ ସଜାଯାଇଛି । ଅନିଲ ଅମ୍ବାନୀଙ୍କ ଏହି ଘରେ ରଖିବା ସାମଗ୍ରୀରେ ପାଇଁ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ତାଙ୍କର ଏହି ଘରେ ଖୁବ୍ ସଂଖ୍ୟାରେ ଚାକର ବା ଷ୍ଟାଫ ରହିଛନ୍ତି । ଯାହାଙ୍କୁ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କାର ଦରମା ମିଳେ ।

କୁହାଯାଏ ଯେ ତାଙ୍କ ଘରର ବିଜୁଳି ବିଲ୍ ହିଁ ୬୦ ଲକ୍ଷ ଟଙ୍କା ଆସେ । ସେ ପକ୍ଷରେ ଯେତେବେଳେ ତାଙ୍କ ଘରର ଖର୍ଚ୍ଚକୁ ନେଇ ଆଲୋଚନା କରାଗଲା, ତେବେ ସେ କୋର୍ଟକୁ କହିଲେ ଯେ ତାଙ୍କ ଘରର ଖର୍ଚ୍ଚ ତାଙ୍କ ସ୍ତ୍ରୀ ତୁଲାଇଥାନ୍ତି ।

Be the first to comment

Leave a Reply

Your email address will not be published.


*