ବାଳିକା ବଧୂର ଆନନ୍ଦୀ ଓରଫ୍ ଅବିକା ଗୌର କଲେ ବିବାହ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫୋଟ…

ବାଳିକା ବଧୂର ଆନନ୍ଦୀ ଓରଫ୍ ଅବିକା ଗୌର କଲେ ବିବାହ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫୋଟ…

ଗତ କିଛି ଦିନ ହେବ ଅଭିନେତ୍ରୀ ଅବିକା ଗୌର ନିଜ ବିବାହ ପାଇଁ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଙ୍ଗରେ ଅଛନ୍ତି । ବାସ୍ତବରେ ଅବିକା ଗୌର ନିଜ ଇନଷ୍ଟାଗ୍ରାମରେ କୋରିଓଗ୍ରାଫର୍ ଆଦିଲ୍ ଖାନଙ୍କ ସହ ଏକ ଫୋଟ ସେୟାର୍ କରିଛନ୍ତି ଯେଉଁଥିରେ ସେ ଖ୍ରୀଷ୍ଟିଆନ୍ ବ୍ରାଇଡ୍ ଲୁକରେ ଅଛନ୍ତି । ଅବିକା ଗୌରଙ୍କ ଏହି ଫୋଟ ସୋସିଆଲ୍ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି । ତାଙ୍କର ଫ୍ୟାନମାନେ ତାଙ୍କୁ ଵିଵାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କର ଏହି ବ୍ରାଇଡାଲ୍ ଲୁକକୁ ମଧ୍ୟ ଅନେକ ପ୍ରଶଂସା କରିଛନ୍ତି ।

ଅବିକା ଗୌର ସାଜିଲେ କନ୍ୟା

ଟିଭି ଦୁନିଆର ବୋହୂ ଅବିକା ଗୌର ବର୍ଷ ବର୍ଷ ଧରି ଫ୍ୟାନମାନଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କର ଫ୍ୟାନମାନେ ସୋସିଆଲ୍ ମିଡିଆରେ ତାଙ୍କର ଗ୍ଲାମରସ୍ ଲୁକକୁ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ଅବିକା ତାଙ୍କ ବ୍ରାଇଡାଲ୍ ଲୁକ୍ ଯୋଗୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଇନଷ୍ଟାଗ୍ରାମରେ ସେୟାର୍ ହୋଇଥିବା ଏହି ଫୋଟରେ ଅବିକା ଗୌର ଏକ ଧଳା ୱେଡିଙ୍ଗ ଗାଉନ୍ ଏବଂ ଭେଲ୍ ପିନ୍ଧିଛନ୍ତି । ଏଥିରେ ଆଦିଲ୍ ଏବଂ ସେ ପରସ୍ପରର ହାତ ଧରି ଆଖିରେ ଆଖି ମିଶାଇ ପରସ୍ପରକୁ ଚାହିଁ ହସୁଛନ୍ତି । ଫୋଟର କ୍ୟାପସନରେ ହିନ୍ଦୀରେ ଲେଖାଯାଈଛି “ଆଖରିକାର କାଦିଲ୍- ଷ୍ଟେ ଟ୍ୟୁନଡଡ୍ ।” ତାଙ୍କର ଏହି ଫୋଟ ଦେଖି କିଛି ଫ୍ୟାନ୍ ତାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ କିଛି ଫ୍ୟାନ୍ ତାଙ୍କ ଉପରେ ନାରାଜ୍ ହୋଇଛନ୍ତି ।

ଅବିକାଙ୍କ ଫୋଟରେ ଫ୍ୟାନଙ୍କ ପ୍ରତିକ୍ରିୟା

ଅବିକା ଗୌରଙ୍କ ଏହି ଫୋଟରେ ଫ୍ୟାନମାନଙ୍କର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣେ ଫ୍ୟାନ୍ ଲେଖିଛନ୍ତି, “ହାପି ମ୍ୟାରେଡ୍ ଲାଇଫ୍ ।” ତା’ପରେ ଅନ୍ୟ ଜଣେ ଫ୍ୟାନ୍ ଲେଖିଛନ୍ତି, “ତୁମ ଦୁହିଁଙ୍କୁ ବହୁତ ବହୁତ ଶୁଭେଚ୍ଛା ।” ଆଉ ଜଣେ ଫ୍ୟାନ୍ ଲେଖିଛନ୍ତି, “ତୁମେ ମୋର ହୃଦୟ ଭାଙ୍ଗିଦେଲ । ମୁଁ ତୁମକୁ ବହୁତ ଭଲ ପାଉଥିଲି ।” ପ୍ରକୃତରେ ସତ୍ୟ ଏହା ଯେ ଅବିକା ଏବଂ ଆଦିଲ୍ ବିବାହ କରିନାହାଁନ୍ତି ବରଂ ଏହା ତାଙ୍କର ଆଗାମୀ ଗୀତର ପ୍ରମୋସନ୍ ଅଟେ ଯେଉଁଥିରେ ଅବିକାଙ୍କୁ ବ୍ରାଇଡାଲ୍ ଲୁକରେ ଦେଖିବାକୁ ମିଳିବ ।

ଅବିକା ସେୟାର୍ କରିଛନ୍ତି ନିଜ ବୟଫ୍ରେଣ୍ଡଙ୍କ ଫୋଟ

ଅବିକା ଗୌର ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ଅବିକା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସବୁବେଳେ କିଛି ନା କିଛି ଫୋଟ ଏବଂ ଭିଡିଓ ସେୟାର୍ କରିଥାନ୍ତି । କେବଳ ଏତିକି ନୁହେଁ ଅଭିକା ପ୍ରାୟତ ନିଜ ବୟଫ୍ରେଣ୍ଡ ମିଲିନ୍ଦ ଚନ୍ଦୱାନୀଙ୍କ ସହ ଫୋଟ ସେୟାର୍ କରନ୍ତି ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ । ନିକଟରେ ଅବିକା ମିଲିନ୍ଦ ଚନ୍ଦୱାନୀଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ସେ ସୋସିଆଲ୍ ମିଡିଆରେ ସେ ମିଲିନ୍ଦଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସେୟାର୍ କରିଥିଲେ ।

ଅବିକା ଏହି ପୋଷ୍ଟରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା, ତୁମେ ମୋତେ ଆଜି ସେହି ବ୍ୟକ୍ତି କରିଛ ଯାହା ଅନ୍ୟ ମାନେ ମୋତେ ଦେଖୁଛନ୍ତି । ତୁମର ପ୍ରେରଣା ହେତୁ ମୁଁ ଏକ ଦୟାଳୁ ବ୍ୟକ୍ତି ହୋଇଯାଇଛି । ତୁମେ ହିଁ ମୋତେ ବିଶ୍ୱାସ କରାଇଛ ଯେ ଜୀବନ ବଞ୍ଚିବାର ଗୋଟିଏ ଉପାୟ ତାହା ହେଉଛି ପ୍ରେମ । ତୁମେ ମୋତେ ପ୍ରତିଦିନ ନିଜକୁ ଭଲ ପାଇବାକୁ ଶିଖାଇଛ । ମୁଁ ଜାଣେ ମୁଁ ତୁମକୁ ବହୁତ ହଇରାଣ କରୁଛି ଏବଂ ତୁମେ ଜାଣିଛ ଯେ ମୁଁ ଅନେକ ଜିନିଷ ପାଇଁ ଦ୍ୱୁଃଖିତ ।” ମିଲିନ୍ଦ ଟିଭି ରିଆଲିଟି ସୋ’ ରୋଡିଜ’ରେ ପ୍ରତିଯୋଗୀ ଭାବରେ ଥିଲେ । ଯଦି ଆମେ ଅବିକା ଗୌରଙ୍କ ବିଷୟରେ କହିବା ତେବେ ଆଜିକାଲି ଅବିକା ତାଙ୍କ ଫିଟନେସ୍ ପ୍ରତି ବହୁତ ଧ୍ୟାନ ଦେଉଛନ୍ତି । ଏହା ବ୍ୟତୀତ ଅବିକାଙ୍କ ଡ୍ୟାନ୍ସ ଭିଡ଼ିଓ ମଧ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *