ଜରୁରୀକାଳୀନ ବୈଠକ ଡାକି ବିକ୍ରି କରିଦେଲେ ବ୍ୟାଙ୍କ ! ସଙ୍କଟକାଳୀନ ପରିସ୍ଥିତି ମଧ୍ୟରେ ନିର୍ମାଣ ହେବ ମୋଦୀଙ୍କର “ସେଣ୍ଟ୍ରାଲ ଭିଷ୍ଟା” ପ୍ରାସାଦ…

ଜରୁରୀକାଳୀନ ବୈଠକ ଡାକି ବିକ୍ରି କରିଦେଲେ ବ୍ୟାଙ୍କ ! ସଙ୍କଟକାଳୀନ ପରିସ୍ଥିତି ମଧ୍ୟରେ ନିର୍ମାଣ ହେବ ମୋଦୀଙ୍କର “ସେଣ୍ଟ୍ରାଲ ଭିଷ୍ଟା” ପ୍ରାସାଦ…

ଭାରତରେ କରୋନାର ଦ୍ଵିତୀୟ ଲହରରେ ଜଳୁଥିବା ଚିତାଗୁଡିକର ଧୂଆଁ ବିଦେଶୀ ଗଣମାଧ୍ୟମ ପର୍ଯ୍ୟନ୍ତ ପହଞ୍ଚୁଅଛି । ଦେଶର ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖାକୁ ମିଳିଛୁ । ଅଦାଲତର ଭାଷା ଏଠାକାର ଗଣମାଧ୍ୟମ ଉପରେ ବାସ୍ତବ ରୂପରେଖା ନେଉଛି, ଯାହାକି ସେମାନେ କେନ୍ଦ୍ର ସରକାରଙ୍କ ପାଇଁ କହିଥିଲେ: “ଆପଣ ବାଲିରେ ମୁଣ୍ଡ ରଖି ଓଟପକ୍ଷୀ ହୋଇପାରିବେ ନାହିଁ, ତେବେ ସଠିକ ଉପାୟରେ ଭାରତର ଗଣମାଧ୍ୟମ ମୋଦୀଙ୍କର ଓକିଲାତିରେ ଓଟପକ୍ଷୀ ହୋଇଯାଇଛି ।” ପ୍ରଶ୍ନ କରିବା ତ ଦୂରର କଥା, ସେମାନେ ଦିନରାତି ମୋଦୀ ଏବଂ କେବଳ ମୋଦୀଙ୍କର ପାଲିଙ୍କିରେ ବସିଛନ୍ତି ଏବଂ କ୍ରମାଗତ ଭାବରେ ମୋଦି ଦିନରାତି ଦେଶକୁ ବିଭ୍ରାନ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବୁଧବାର ଅର୍ଥାତ ମଇ ୫ ତାରିଖ ଦିନ ମୋଦୀ ସରକାରଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତିର ଚର୍ଚ୍ଚା ମେନ ଷ୍ଟ୍ରିମ ଗଣମାଧ୍ୟମରେ ଅଳ୍ପତର ଭାବରେ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆର୍ଥିକ ମାମଲାଜନିତ ସମିତିର ବୈଠକ ହୋଇଥିଲା । ଏହି ବୈଠକରେ ସମିତି ଆଇଡ଼ିବିଆଇ (IDBI) ବ୍ୟାଙ୍କକୁ ବିକ୍ରି କରିବା ପାଇଁ ଅନୁମତି ଦେଇଥିଲା । ଏହା ସେହି ବ୍ୟାଙ୍କ ଅଟେ, ଯାହା କ୍ରମାଗତ ଭାବରେ ଲାଭରେ ରହିଆସୁଅଛି ଏବଂ ଦେଶକୁ ସେହି ବ୍ୟାଙ୍କ ମାଧ୍ୟମରେ ପ୍ରତିବର୍ଷ ଭଲ ମୁନଫା ମଧ୍ୟ ମିଳୁଛି । କିନ୍ତୁ ଏହା ବର୍ତ୍ତମାନ ସରକାରଙ୍କର ନୁହେଁ ବରଂ କୌଣସି ଘରୋଇ କମ୍ପାନୀର ହୋଇଯିବ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କରୋନା ମହାମାରୀ ସଙ୍କଟକାଳୀନ ପରିସ୍ଥିତିରେ ଏଭଳି କଣ ତତ୍ପରତା ରହିଛି ଯେ ସରକାର ଆଇଡ଼ିବିଆଇ (IDBI) ବ୍ୟାଙ୍କକୁ ବିକ୍ରି କରିବା ପାଇଁ ଚାହୁଁଛନ୍ତି ।

ଯେତେବେଳେ କ୍ୟାବିନେଟକୁ ଏହା ବିଚାର କରିବାର ଆବଶ୍ୟକତା ଥିଲା ଯେ, ହସ୍ପିଟାଲ ପର୍ଯ୍ୟନ୍ତ ଅକ୍ସିଜେନ କିପରି ପହଞ୍ଚିବ ଏହା ବିଚାରବିମର୍ଶ ନ କରି ବରଂ ବ୍ୟାଙ୍କ ବିକ୍ରୟ କରିବାକୁ ନିଷ୍ପତ୍ତି ନେଉଛନ୍ତି । ଯେତେବେଳେ ଗାଁ ଗାଁରେ ଶହ ଶହ ଶବ ଉଠୁଛି, ଚିକିତ୍ସା ବ୍ୟବସ୍ଥା ଧ୍ୱଂସ ବିଧ୍ୱଂସ ହୋଇଯାଉଛି, ସେଗୁଡିକୁ ଠିକ କରିବା ପରିବର୍ତ୍ତେ ବୈଠକରେ ବ୍ୟାଙ୍କ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଉଛି ।

ଆପଣଙ୍କୁ କହିରଖୁଛୁ ଯେ, ୨୦୨୦-୨୧ ମସିହାରେ ଏହି ବ୍ୟାଙ୍କ ୧୩୫୯ କୋଟି ଟଙ୍କାର ସୁଧ ଲାଭ ରୋଜଗାର କରିଛି । “ସେଣ୍ଟ୍ରାଲ ଭିଷ୍ଟା” ପ୍ରକଳ୍ପ ନାମରେ ଚିହ୍ନଟ କରାଯାଇଥିବା ନୂତନ ପ୍ରଧାନମନ୍ତ୍ରୀ ଆବାସର କାମ ଯେପରିକି ୨୦୨୨ ମସିହା ସୁଦ୍ଧା ପୂରଣ ହୋଇଯିବ । ଏଥିପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ନିକଟରେ ସମୟସୀମା ନିର୍ଦ୍ଧାରଣ କରିନେଇଛନ୍ତି । ଲକ୍ଡ଼ାଉନରେ ମଧ୍ୟ ଏହି ପ୍ରକଳ୍ପର କାମ ନ ଅଟକିବା ପାଇଁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଆବଶ୍ୟକ ସେବା ଯୋଗାଇବା ସଙ୍ଗେସଙ୍ଗେ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଏଭଳି ସମୟରେ ଯେତେବେଳେ ଦେଶ କରୋନା ମହାମାରୀ କାରଣରୁ ହସ୍ପିଟାଲ, ଅକ୍ସିଜେନ, ଔଷଧ, ଜରୁରୀକାଳୀନ ସ୍ୱାସ୍ଥ୍ୟ ସୁବିଧାର ଭାରି ସଙ୍କଟ ଦେଇ ଦେଶ ଗତି କରୁଛି, ସେତେବେଳେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କର ଏହି ପରିବେଶକୁ ନେଇ ସୋସିଆଲ ମିଡ଼ିଆ ଉପରେ ସରକାରଙ୍କ ବିଷୟରେ ବହୁମାତ୍ରାରେ ଆଲୋଚନା ହେଉଅଛି । ଜଣେ ବରିଷ୍ଠ ପତ୍ରକାର ପୁଣ୍ୟ ପ୍ରସୂନ ବାଜପେୟୀ ମଧ୍ୟ ଏହା ଉପରେ ତଥ୍ୟ ପ୍ରକାଶ କରିଛନ୍ତି । ସେ ଟ୍ଵିଟ୍ କରି କହିଛନ୍ତି, ଔଷଧର କଳାବଜାର…, ଏପ୍ରିଲ ମାସରେ ଚରମ ସୀମାରେ ବେରୋଜଗାରୀ…, ବିମାନବନ୍ଦରରେ ବିଦେଶୀମାନଙ୍କ ସାହାଯ୍ୟ… କିନ୍ତୁ ରାଜାଙ୍କର ନୂତନ ଘର ନିର୍ମାଣ ହେଉଅଛି । ଦେଶର ସରକାର କେଉଁଠାରେ ଅଛନ୍ତି ଏବଂ କିଏ ଚଳାଉଛନ୍ତି… ?

ଆପଣଙ୍କୁ କହିରଖୁଛୁ ଯେ, ଏହି ମହତ୍ଵାକାଂକ୍ଷୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନିର୍ମାଣ କରିବା ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ପ୍ରକଳ୍ପ ଅନୁଯାୟୀ ନୂତନ ସଂସଦ ଭବନ ଏବଂ ନୂତନ କେନ୍ଦ୍ରୀୟ ସଚିବାଳୟ ସହ ରାଜପଥର ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁନଃନିର୍ମାଣ କରାଯାଉଛି । କରୋନା ଆତ୍ପାତକାଳୀନ ମଧ୍ୟରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ଅନେକ ବିପକ୍ଷୀ ଦଳ ମଧ୍ୟ କଠୋର ଅଭିଯୋଗ ପ୍ରକାଶ କରିଛନ୍ତି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଏହି ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲିଛି ।

Leave a Reply

Your email address will not be published. Required fields are marked *