ଫିଲ୍ମ ପାଇଁ Amrish Puri ଛାଡ଼ି ଦେଇଥିଲେ ଚାକିରୀ ! ଖଳନାୟକ ଭୂମିକାରେ ମଧ୍ୟ ଜିତିଥିଲେ ଅନେକ ଲୋକଙ୍କ ହୃଦୟ…

ଫିଲ୍ମ ପାଇଁ Amrish Puri ଛାଡ଼ି ଦେଇଥିଲେ ଚାକିରୀ ! ଖଳନାୟକ ଭୂମିକାରେ ମଧ୍ୟ ଜିତିଥିଲେ ଅନେକ ଲୋକଙ୍କ ହୃଦୟ…

ବଲିଉଡ୍ ଇଣ୍ଡୋଷ୍ଟ୍ରିରେ ଏମିତି ଅନେକ ଖଳନାୟକ ଅଛନ୍ତି ଯେଉଁମାନେ ନିଜର ନକରାତ୍ମକ ଭୂମିକା ଦ୍ୱାରା ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଧରଣର ଭଲପାଇବା ସୃଷ୍ଟି କରିଥାନ୍ତି । ସେହି ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଗୋଟିଏ ନାମ ଅଭିନେତା ଅମ୍ରିଶ୍ ପୁରୀଙ୍କର ମଧ୍ୟ ଆସିଥାଏ । ଯିଏ ନିଜର ନେଗେଟିଭ୍ ଭୂମିକା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ନେଇଥିଲେ । ଅମ୍ରିଶ୍ ପୁରୀ ଅଧିକାଂଶ ଫିଲ୍ମରେ ଖଳନାୟକ ଭୂମିକା ତୁଲାଇଛନ୍ତି ଏବଂ ଲୋକେ ତାଙ୍କ ଭିଲେନ୍ ରୋଲ୍ କୁ ପସନ୍ଦ ମଧ୍ୟ କରିଛନ୍ତି ।

ସ୍ବର୍ଗୀୟ ଅମ୍ରିଶ୍ ପୁରୀ ନିଜର ସୁନ୍ଦର ଅଭିନୟ ଦ୍ୱାରା ଇଣ୍ଡଷ୍ଟ୍ରିରେ ଭଲ ନାମ କମାଇଛନ୍ତି । ତାଙ୍କୁ ଆଜିବି କୌଣସି ପରିଚୟର ଅଭାବ ନାହିଁ । ଅମ୍ରିଶ୍ ପୁରୀଙ୍କ ମଧ୍ୟରେ ଏକ ଅଦ୍ଭୁତ କ୍ଷମତା ଥିଲା । ସେ ଯେଉଁ ଅଭିନୟ କରିଲେ ବି ତାହା ସାର୍ଥକ ହେଉଥିଲା । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଅମ୍ରିଶ୍ ପୁରୀଙ୍କ ସହିତ ଜଡ଼ିତ କିଛି ଖବର ବିଷୟରେ କହିବୁ ।

ହୁଏତ ଅମ୍ରିଶ୍ ପୁରୀ ଆଜି ଆମ ଗହଳରେ ନାହାଁନ୍ତି ପରନ୍ତୁ ତାଙ୍କର ଭାରି ସ୍ୱର ଏବଂ ପରଦାରେ ତାଙ୍କର ସୁନ୍ଦର ଅଭିନୟ ଆଜିବି ଲୋକଙ୍କ ହୃଦୟରେ ରାଜତ୍ୱ କରୁଛି । ଆପଣ ମାନେ ସମସ୍ତେ ଫିଲ୍ମ “ମିଷ୍ଟର୍ ଇଣ୍ଡିଆ” ତ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ଅମ୍ରିଶ୍ ପୁରୀ “ମୋଗେମ୍ବୋ” ଚରିତ୍ରରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ ।

ଅମ୍ରିଶ୍ ପୁରୀ ନିଜ ଫିଲ୍ମ କ୍ୟାରିଅରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ପରନ୍ତୁ ବୋଧହୁଏ ଖୁବ୍ କମ୍ ଲୋକଙ୍କୁ ଏହି ସମ୍ବନ୍ଧରେ ଜଣାଥିବ ଯେ ଅଭିନେତା ଫିଲ୍ମରେ କାମ କରିବା ପାଇଁ ସରକାରୀ ଚାକିରୀ ଛାଡ଼ି ଦେଇଥିଲେ । ଅମ୍ରିଶ୍ ପୁରୀ ସରକାରୀ ଚାକିରୀ ଛାଡ଼ି ଫିଲ୍ମରେ ପାଦ ଦେଇଥିଲେ । ଫିଲ୍ମକୁ ଆସିବା ପୂର୍ବରୁ ଅମ୍ରିଶ୍ ପୁରୀ ପାଖାପାଖି ୨୧ ବର୍ଷ ପର୍ଯ୍ୟନ୍ତ କର୍ମଚାରୀ ବୀମା ନିଗମରେ କ୍ଲାର୍କ କାମ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ଅମ୍ରିଶ୍ ପୁରୀ ପ୍ରାରମ୍ଭରରୁ ଫିଲ୍ମ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ ଏବଂ ପାଠ ପଢ଼ାରେ ମଧ୍ୟ ଖୁବ୍ ମେଧାବୀ ଥିଲେ । ଅମ୍ରିଶ୍ ପୁରୀ ଶିମଲାର ବିଏମ୍ କଲେଜରୁ ଗ୍ରାଜୁଏସନ୍ କରିଥିଲେ । ପାଠ ପଢ଼ା ସରିବା ପରେ ତାଙ୍କୁ କର୍ମଚାରୀ ବୀମା ନିଗମରେ ଚାକିରୀ ମିଳି ଯାଇଥିଲା । କିନ୍ତୁ ଫିଲ୍ମରେ କାମ କରିବାର ସ୍ଵପ୍ନ ତାଙ୍କୁ ଶାନ୍ତିରେ ରଖାଇ ଦେଇ ନଥିଲା । ଥରେ ଅମ୍ରିଶ୍ ପୁରୀଙ୍କ ସାକ୍ଷାତ ଇବ୍ରାହିମ୍ ଅଲକାଜିଙ୍କ ସହିତ ହୋଇଥିଲା । ସେତେବେଳେ ସେ ଅମ୍ରିଶ୍ ପୁରୀଙ୍କୁ ଥିଏଟର୍ ବିଷୟରେ କହିଥିଲେ ଏବଂ ତାଙ୍କୁ ଥିଏଟର୍ ବନାଇବାକୁ କହିଥିଲେ ।

ଅମ୍ରିଶ୍ ପୁରୀ ଜଣେ ଏପରି ଅଭିନେତା ଅଟନ୍ତି ଯିଏକି ନିଜର ଅଭିନୟ ପ୍ରତି ଖୁବ୍ ଅଧିକ ଗମ୍ଭୀର ରହୁଥିଲେ । ସେ ଯେଉଁ ଚରିତ୍ରରେ ବି କାମ କରୁଥିଲେ ତାହାକୁ ସୁଚାରୁ ରୁପେ ତୁଲାଉ ଥିଲେ । ଆପଣଙ୍କୁ କହିରଖୁଛୁ ଯେ ଅମ୍ରିଶ୍ ପୁରୀ ୧୯୮୭ ମସିହାରେ ଫିଲ୍ମ ମିଷ୍ଟର୍ ଇଣ୍ଡିଆରେ ମୋଗେମ୍ବୋ ଭୂମିକାରେ ଅଭିନୟ କରିଥିଲେ । ନିଜର ଏହି ଭୂମିକା ଦ୍ୱାରା ସେ ସାରା ଦୁନିଆରେ ନିଜର ଛାପ ଛାଡ଼ି ଯାଇଛନ୍ତି । ଏହାପରେ ଅମ୍ରିଶ୍ ପୁରୀ କେବେ ପଛକୁ ଫେରି ଦେଖି ନଥିଲେ ଏବଂ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ଭିଲେନ୍ ଭାବରେ ନାମ କମାଇ ଥିଲେ ।

ଅମ୍ରିଶ୍ ପୁରୀ ଅନେକ ଫିଲ୍ମରେ ସୁନ୍ଦର ଅଭିନୟ କରିଛନ୍ତି ଏବଂ ସେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତି ନେଇଥିଲେ । ତାଙ୍କ ଫିଲ୍ମ ଲିଷ୍ଟରେ ଦାମିନି, ଗଦର୍, ଘାତକ, ଦିଲବାଲେ ଦୁଲହନିୟା ଲେ ଯାଏଁଗେ, ଘାୟଲ୍, କରନ୍ ଅର୍ଜୁନ୍, କୋୟଲା, ମିଷ୍ଟର୍ ଇଣ୍ଡିଆ ଏବଂ ଆହୁରି ଅନେକ ଫିଲ୍ମରେ ହିଟ୍ ଅଭିନୟ ଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଅମ୍ରିଶ୍ ପୁରୀ ନିଜର ପରିଚୟ ସୃଷ୍ଟି କରିବା ପାଇଁ ବର୍ଷ ବର୍ଷ ଧରି ପରିଶ୍ରମ କରିଥିଲେ । ସେହି ସମୟରେ ବଲିଉଡର ସ୍ଥିତି ଏତେ ଭଲ ନଥିଲା । ଅମ୍ରିଶ୍ ପୁରୀ ଚାହୁଁନଥିଲେ ଯେ ତାଙ୍କ ପୁଅ ରାଜୀବ୍ ପୁରୀଙ୍କୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ୁ ବୋଲି । ଏହି କାରଣରୁ ସେ ନିଜ ପୁଅଙ୍କୁ ଏହି ପରାମର୍ଶ ଦେଇଥିଲେ ଯେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ନ ଆସନ୍ତୁ ବୋଲି । ରାଜୀବ୍ ମର୍ଚ୍ଚଏଣ୍ଟ ନେଭି ଚାକିରୀରେ ଜଏନ୍ କରିଥିଲେ ।

ହୋଇପାରେ ରାଜୀବ୍ ପୁରୀ ଫିଲ୍ମକୁ ଆସି ନଥିଲେ ପରନ୍ତୁ ଅମ୍ରିଶ୍ ପୁରୀଙ୍କ ନାତି ହର୍ଷବର୍ଦ୍ଧନ ପୁରୀ ବଲିଉଡ ଇଣ୍ଡଷ୍ଟ୍ରିରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଭାବରେ କାମ କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଅମ୍ରିଶ୍ ପୁରୀଙ୍କୁ ମୟେଲୋଡିସପଲଷ୍ଟୀକ୍ ସିଣ୍ଡ୍ରୋମ୍ ହୋଇ ଯାଇଥିଲା । ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା । ଗୋଟିଏ ଦିନ ହଠାତ୍ ସେ ପଡ଼ି ଯାଇଥିବା କାରଣରୁ ବ୍ରେନ୍ ହେମରେଜ୍ ହେବା ଦ୍ୱାରା ୨୦୦୫, ଜାନୁୟାରୀ ୧୨ରେ ମୃତ୍ୟୁ ବରଣ କରିଥିଲେ ।

Leave a Reply

Your email address will not be published. Required fields are marked *