ଅମିତାଭଙ୍କ ‘ଜୁମ୍ମା ଚୁମ୍ମା’ ଗାର୍ଲ ବର୍ତ୍ତମାନ ଏପରି ଦେଖାଯାଆନ୍ତି । ଦେଖିବା ପରେ ହେବନାହିଁ ବିଶ୍ୱାସ – ଦେଖନ୍ତୁ ଫଟୋଗୁଡ଼ିକ

ଅମିତାଭଙ୍କ ‘ଜୁମ୍ମା ଚୁମ୍ମା’ ଗାର୍ଲ ବର୍ତ୍ତମାନ ଏପରି ଦେଖାଯାଆନ୍ତି । ଦେଖିବା ପରେ ହେବନାହିଁ ବିଶ୍ୱାସ – ଦେଖନ୍ତୁ ଫଟୋଗୁଡ଼ିକ

ବଚ୍ଚନଙ୍କ ସୁପରହିଟ୍ ଗୀତ ‘ଜୁମ୍ମା ଚୁମ୍ମା ଦେ ଦେ’ ତେବେ ଆପଣ ସମସ୍ତଙ୍କୁ ମନେ ଥିବ । ୧୯୯୧ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ହମ୍’ର ଏହି ଗୀତଟି ସବୁଆଡ଼େ ଧମାଲ୍ କରି ଦେଇଥିଲା । ଏହି ଗୀତରେ କରାଯାଉଥିବା ଅମିତାଭଙ୍କ ଷ୍ଟେପ୍ ବହୁତ ପ୍ରସିଦ୍ଧ ହୋଇଥିଲା । ଯେବେମଧ୍ୟ ଏହି ଗୀତ ବାଜୁଥିଲା ସମସ୍ତେ ନାଚିବାକୁ ଆଗେଇ ଆସୁଥିଲେ । ଆଜି ମଧ୍ୟ ଲୋକମାନେ ତାଙ୍କ ଷ୍ଟେପକୁ ନକଲ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଅମିତାଭଙ୍କ ଠାରୁ ଅଧିକ ଲୋକଙ୍କ ନଜର ଯାହା ଉପରେ ରହୁଥିଲା ସେ ଥିଲେ ଗୀତର ହିରୋଇନ୍ କିମି କାଟକର । ନାଲି ରଙ୍ଗର ଫ୍ଲୋରଲ ଡ୍ରେସରେ କିମି ବହୁତ ସୁନ୍ଦରୀ ଓ ଆକର୍ଷକ ଦେଖାଯାଉଥିଲେ । ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଚୋରାଇ ନେଇଥିଲେ କିନ୍ତୁ କଣ ଆପଣ ଜାଣନ୍ତି ଯେ ନିଜ ସମୟର ଏହି ପ୍ରସିଦ୍ଧ ଅଭିନେତ୍ରୀ ବର୍ତ୍ତମାନ କେଉଁଠି ଅଛନ୍ତି ଏବଂ କଣ କରନ୍ତି । ଜଣାଇଦେଉଛୁ ଯେ ନିକଟରେ କିମିଙ୍କ ଏକ ଫଟୋ ସାମନାକୁ ଆସିଛି ଯାହାକୁ ଦେଖି ତାଙ୍କୁ ଚିନ୍ହି ପାରିବା ବହୁତ କଷ୍ଟକର ଅଟେ ।

newstrend

କିମି ପୂର୍ବରୁ ଅଧିକ ପରିବର୍ତ୍ତନ ହୋଇଯାଇଛନ୍ତି । ବଢୁଥିବା ବୟସ ସଙ୍ଗେ ସଙ୍ଗେ ତାଙ୍କ ସୁନ୍ଦରତାକୁ ମଧ୍ୟ କମ୍ କରିଦେଇଛି । ଛାଡ଼ନ୍ତୁ ଏହା ପ୍ରକୃତର ନିୟମ ଅଟେ କିନ୍ତୁ ଆଜି ମଧ୍ୟ କିଛି ଅଭିନେତ୍ରୀ ଏପରି ଅଛନ୍ତି ଯାହାଙ୍କ ସୁନ୍ଦରତା ବୟସ ସହିତ ବଢ଼ିବାକୁ ଲାଗୁଛି । କିମିଙ୍କ ସୁନ୍ଦରତା ଟିକିଏ କମିଯାଇଛି ସତ କିନ୍ତୁ ତାଙ୍କ ସୁନ୍ଦର ହସ ଆଜି ସୁଦ୍ଧା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣୁଛି । ଜୁମ୍ମା ଚୁମ୍ମା ଗାର୍ଲ ନାମରେ ପ୍ରସିଦ୍ଧ କିମି ନିଜ ସମୟର ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟରୁ ଜଣେ ଥିଲେ । ଜୁମ୍ମା ଚୁମ୍ମା ଗୀତରୁ ତାଙ୍କୁ ବହୁତ ପ୍ରସିଦ୍ଧି ମିଳିଥିଲା ଏବଂ ଏହି ଗୀତରେ ତାଙ୍କୁ ରାତାରାତି କଳାକାର ଭାବେ ପରିଚିତ କରାଇଦେଇଥିଲା । ଏହି ଗୀତ ପରେ ସବୁ ସ୍ଥାନରେ କେବଳ କିମିଙ୍କ ଚର୍ଚ୍ଚା ହେଉଥିଲା ।

newstrend
newstrend

ଏହା ବ୍ୟତୀତ ସେ ଆଉ ଏକ ନାମରେ ପରିଚିତ ହୋଇଗଲେ । ୧୯୮୫ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଟାର୍ଜନ’ ତାଙ୍କୁ ‘ଟାର୍ଜନ ଗାର୍ଲ’ ନାମରେ ପରିଚିତ କରାଇଦେଇଥିଲା । ଏହି ଚଳଚ୍ଚିତ୍ରରେ କିମି ଅନେକ ଗୁଡ଼ିଏ ନ୍ୟୁଡ଼ ସିନ୍ସ ଦେଇଥିଲେ । ଏହି ଚଳଚ୍ଚିତ୍ର ପରେ ତାଙ୍କୁ ସେକ୍ସ ସିମ୍ବଲ ଭାବେ ପ୍ରସିଦ୍ଧି ମିଳିଥିଲା । କିମିଙ୍କ ନାମ ହଟ୍ ଓ ବୋଲ୍ଡ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ହୋଇଗଲା । ୧୧ ଡ଼ିସେମ୍ବର ୧୯୬୫କୁ କିମି ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ୧୭ ବର୍ଷ ବୟସରୁ ସେ ମଡଡ଼େଲିଙ୍ଗ ଦୁନିଆରେ ପାଦ ରଖିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ପଥର ଦିଲ୍’ ଥିଲା । ଫିଲ୍ମଟି ଫ୍ଲପ ହେବା ପରେ ସେ ‘ଟାର୍ଜନ’ ନାମକ ଆଉ ଏକ ଚଳଚ୍ଚିତ୍ରରେ ନଜର ଆସିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଗ୍ଲେମରେସ୍ ଶୈଳୀ ଲୋକଙ୍କୁ ଖୁବ୍ ପସନ୍ଦ ଆସିଲା ।

newstrend

କିମି ସେହି ସମୟରେ ସମସ୍ତ ବଡ଼ ବଡ଼ କଳାକାର ଯେପରିକି ଜିତେନ୍ଦ୍ର, ଅନିଲ କପୁର, ଗୋବିନ୍ଦା ସହିତ କାମ କରି ସାରିଛନ୍ତି । ଗୋବିନ୍ଦାଙ୍କ ସହିତ ସେ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହି ଦୁଇଜଣଙ୍କ ଯୋଡ଼ିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ହଠାତ୍ କିମି ବଲିଉଡରୁ ଦୁରେଇ ଗଲେ । ସେ ଚଳଚ୍ଚିତ୍ରରେ ଅଭିନୟ କରିବା ବନ୍ଦ କରି ଦେଲେ । ବାରମ୍ବାର ତଳକୁ ଖସୁଥିବା କ୍ୟାରିୟରକୁ ଲକ୍ଷ୍ୟ କରି ସେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ବାହା ଘର ପରେ ସେ ଆଉ କୌଣସି ଚଳଚ୍ଚିତ୍ରରେ ନଜର ଆସିଲେ ନାହିଁ । ସେ ପୁଣେର ଫଟୋଗ୍ରାଫର ଓ ଏଡ୍ ଫିଲ୍ମ ନିର୍ଦେଶକ ଶାନ୍ତନୁ ଶୋରେଙ୍କ ସହିତ ବିବାହ କରିନେଲେ । ବାହାଘର ପରେ ସେ ଆଉ କୌଣସି ଚଳଚ୍ଚିତ୍ରରେ ନଜର ଆସିଲେ ନାହିଁ । ସେ ଚଳଚ୍ଚିତ୍ର ଜଗତକୁ ସଦା ସର୍ବଦା ପାଇଁ ବିଦାୟ କହିଦେଲେ । ଆଜି ଆମେ କିମି କାଟକରଙ୍କ ତାଙ୍କର କିଛି ଫଟୋ ନେଇ ଆସିଛୁ । ଫଟୋ ଦେଖିବା ପରେ ଆପଣ ମାନେ ମଧ୍ୟ ତାଙ୍କୁ ଚିନ୍ହି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *