ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନଙ୍କର ସମଗ୍ର ବିଶ୍ୱ ଦୀୱାନା ଅଟେ । ସେ ବଲିଉଡକୁ ଏକାଧିକ ହିଟ୍ ଫିଲ୍ମ ଦେଇଛନ୍ତି । ୧୯୬୯ମସିହାରେ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା ଅମିତାଭ ବଚ୍ଚନ ଖୁବ୍ କମ୍ ସମୟ ମଧ୍ୟରେ ବହୁତ ସଫଳତା ହାସଲ କରିଥିଲେ ଏବଂ ଆଜି ମଧ୍ୟ ବଲିଉଡରେ ତାଙ୍କର ସ୍ଥିତି ମଜବୂତ ରହିଛି ।
୭୮ ବର୍ଷ ବୟସରେ ମଧ୍ୟ ବିଗ-ବି ବଲିଉଡରେ କାମ କରୁଛନ୍ତି । ନିଜର କଳା, ବ୍ୟକ୍ତିତ୍ୱ ଏବଂ ସଂଳାପ ବିତରଣ ତଥା ନିଜ ଲଭଲାଇଫ୍ ଆଫେୟାର୍ ପାଇଁ ସେ ଖୁବ୍ ଚର୍ଚାରେ ରହିଥାନ୍ତି ବିଗ-ବି । ଭେଟେରାନ୍ ଅଭିନେତ୍ରୀ ରେଖା ସହ ତାଙ୍କର ସମ୍ପର୍କ ପାଇଁ ସେ ସବୁବେଳେ ହେଡଲାଇନରେ ରହିଥାନ୍ତି ।
ଅମିତାଭ ବଚ୍ଚନ ଏବଂ ରେଖା ଦୁହେଁ ପରସ୍ପରକୁ ପାଗଳପରି ପ୍ରେମ କରୁଥିଲେ । ଆଜି ବି ଉଭୟଙ୍କ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚା ହୁଏ । ଯେତେବେଳେ ଅମିତାଭ ବଚ୍ଚନଙ୍କ ସହ ରେଖାଙ୍କ ସମ୍ପର୍କ ଭାଙ୍ଗିଲା ସେତେବେଳେ ରେଖାଙ୍କୁ ଖୁବ୍ ଝଟକା ଲାଗିଥିଲା । ତାଠାରୁ ମଧ୍ୟ ବଡ ଝଟକା ରେଖାଙ୍କୁ ଲାଗିଥିଲା ଯେତେବେଳେ ଅମିତାଭ ବଚ୍ଚନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ।
ଫିଲ୍ମ କୁଲିର ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କୁ ଆଘାତ ଲାଗିଥିଲା ଏବଂ ସେଥିରେ ସେ ଗୁରୁତର ଆହତ ହୋଇଥିଲେ । ଅମିତାଭ ବଚ୍ଚନଙ୍କୁ ଅନେକ ଦିନ ହସ୍ପିଟାଲରେ ରହିବାକୁ ପଡିଥିଲା । ଅମିତାଭ ବଚ୍ଚନ ଏବଂ ପୁନୀତ ଇସରଙ୍କ ମଧ୍ୟରେ ଏକ ଫାଇଟିଂ ସିନ୍ ସୁଟିଂ ହେଉଥିଲା । ସେହି ସିନ୍ ଅନୁଯାୟୀ ପୁନୀତ ଅମିତାଭଙ୍କୁ ତାଙ୍କ ଅଣ୍ଟା ଓ ପେଟ ନିକଟରେ ମାଡ଼ ମରିବାର ଥିଲା । ଭୁଲରେ ପୁନୀତଙ୍କ ଅମିତାଭଙ୍କୁ ଖୁବ୍ ଜୋରରେ ଏକ ମାଡ ଦେଇଥିଲେ ଏବଂ ଅମିତାଭଙ୍କ ଅବସ୍ଥା ବିଗିଡି ଯାଇଥିଲା ।
ଏହାପରେ ଅମିତାଭ ବଚ୍ଚନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ବିଗ-ବି ଅନେକ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଅମିତାଭଙ୍କ ସୁସ୍ଥତା ସାରା ଦେଶ କାମନା କରୁଥିଲା । ରେଖା ମଧ୍ୟ ଏହି ସମୟରେ ବିଗ-ବି ଦେଖିବାକୁ ଡାକ୍ତରଖାନା ଯିବାକୁ ଚାହୁଁଥିଲେ । କିନ୍ତୁ ଅଭିନେତ୍ରୀ ରେଖାଙ୍କୁ ଅମିତାଭଙ୍କୁ ଭେଟିବାକୁ ଦିଆଯାଇନଥିଲା । ଏହି ଘଟଣା ଯୋଗୁଁ ରେଖା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲେ ।
ସେହି ସମୟରେ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଇଥିଲା କିନ୍ତୁ ଏହା ସତ୍ୱେ ରେଖା ବିଗ-ବିଙ୍କୁ ଭେଟିବାକୁ ଚାହୁଁଥିଲେ । କିନ୍ତୁ ସେତେବେଳେ ରେଖାଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା । ପରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମୁଁ ମୃତ୍ୟୁ ଗ୍ରହଣ କରିପାରିବି କିନ୍ତୁ ଏହି ଅସହାୟତା ନୁହେଁ । ବୋଧହୁଏ ମୃତ୍ୟୁ ମଧ୍ୟ ଏତେ ନିର୍ଦୟ ନୁହେଁ ।’
ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରଶଂସକମାନେ ଦୁହିଁଙ୍କ ଯୋଡିକୁ ରିଲ୍ ଏବଂ ରିଅଲ୍ ସବୁଥିରେ ଭଲ ପାଆନ୍ତି ଯଦିଓ ଉଭୟଙ୍କ ପ୍ରେମ ସାର୍ଥକ ହୋଇପାରିଲା ନାହିଁ । ଏହି ଦୁଇଜଣ ଯେତେବେଳେ ରିଲେଶନରେ ଥିଲେ ସେତେବେଳେ ଅମିତାଭ ବିବାହିତ ଥିଲେ । ରେଖା ଏବଂ ଅମିତାଭଙ୍କୁ ‘ସିଲସିଲା’ ଫିଲ୍ମରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା ଯେଉଁଥିରେ ଉଭୟଙ୍କ ଯୋଡି ଦର୍ଶକ ଖୁବ୍ ଭଲପାଇବା ଦେଇଥିଲେ ।