ଅମିତାଵ ବଚ୍ଚନ ସବୁଦିନ ପାଇଁ ମହାନାୟକ ଅଛନ୍ତି ଓ ସେ ଏପରି କଳାକାର ଯାହାଙ୍କ ପାଇଁ ଲୋକମାନେ ଭଗବାନଙ୍କ ପାଖରେ ତାଙ୍କର ଆରୋଗ୍ୟ ପାଇଁ ପ୍ରାଥନା କରନ୍ତି । ଅମିତାଵ ବଚ୍ଚନ ଯଦି କୋଣସି କାରଣରୁ ମେଡିକାଲ ପହଞ୍ଚନ୍ତି ତେବେ ତାଙ୍କ ବନ୍ଧୁ ମାନେ ତାଙ୍କ ଆରୋଗ୍ୟ ପାଇଁ ପୂଜା ପାଠ କରିଥାନ୍ତି । ବର୍ତ୍ତମାନ କିଛି ଦିନ ତଳେ ଅମିତାଵଙ୍କୁ କୋରନା ପସିଟିଭି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ୧୧ଜୁଲାଇକୁ ନିଜେ ଅମିତାଵ ଟ୍ଵିଟ୍ କରି କହିଥିଲେ କି ତାଙ୍କୁ କୋରନା ହୋଇଛି ଓ ସେ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଏହାପରେ ତାଙ୍କ ବନ୍ଧୁମାନେ ତାଙ୍କୁ ସୁସ୍ଥ ହେବା ପାଇଁ କାମନା କରୁଥିଲେ । ଏପରି କିଛି ଲୋକ ଅଛନ୍ତି ଯିଏ ଅମିତାଵ ବଚ୍ଚନଙ୍କ ପ୍ରତି କିଛି ଭୁଲ୍ ସବ୍ଧ ବ୍ୟବହାର କରନ୍ତି । ବର୍ତ୍ତମାନ ଏହି ଲୋକଙ୍କ ଉପରେ ଅମିତାଵ ନିଜର କ୍ରୋଧକୁ ପ୍ରକାଶ କରିଛନ୍ତି ।

ଏକ ବ୍ୟକ୍ତି ବିଗ୍ ବିଙ୍କ ନାମରେ ଲେଖିଲେ ଖରାପ କଥା:-
ଜଣେଇଦେଉଛୁ କି ଅମିତାଵଙ୍କୁ ସବୁବେଳେ ଦର୍ଶକମାନଙ୍କ ଖୁବ୍ ଭଲ ପାଇବା ମିଳୁଅଛି । ତାଙ୍କର କେବଳ ଗୋଟିଏ ଝଲକ୍ ପାଇବା ପାଇଁ ତାଙ୍କ ଘର ବାହାରେ ଲୋକମାନଙ୍କ ଭିଡ଼ ଜମିଥାଏ । ଅମିତାଵ ମଧ୍ୟ ସର୍ବଦା ତାଙ୍କୁ ଚାହୁଁଥିବା ଲୋକମାନଙ୍କର ଭଲ ପାଇବାକୁ ମଧ୍ୟ ଧନ୍ୟବାଦ କହନ୍ତି । କିନ୍ତୁ ଜଣେ ବ୍ୟକ୍ତି ଅମିତାଵଙ୍କ ପାଇଁ ବହୁତ ଖରାପ କଥା କହିଥିଲା । ଜଣେ ବ୍ୟକ୍ତି ଅମିତାଵଙଙ୍କୁ କହିଲା କି,’ଖାସ୍ ତୁମର କୋଭିଡ-୧୯ରେ ମୃତ୍ୟୁ ହୋଇଯାଆନ୍ତା କି’। ଏହି କଥାର ଖୁଲସା ନିଜେ ଅମିତାଵ ଜଣେଇଛନ୍ତି ।

ଜଣେଇଦେଉଛୁ କି ଅମିତାଵ ବଚ୍ଚନ ୧୧ ଜୁଲାଇରେ ନାନାବଟୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଓ ନିଜର ଚିକିତ୍ସା କରୁଛନ୍ତି। ଏହା ଦ୍ୱାରା ସେ ସୋସିଆଲ ମିଡ଼ିଆରେ ନିଜ ବନ୍ଧୁ ମାନକ ସହ ଯୋଡି ରହୁଛନ୍ତି ଓ ବହୁତ ପ୍ରକାରର ପୋଷ୍ଟ ସେୟାର କରୁଛନ୍ତି ।ଅମିତାଵ ବଚ୍ଚନ ଲେଖିଛନ୍ତି କି ଯିଏ ତାଙ୍କ ମୃତ୍ୟୁ ବିଷୟରେ କହିଛନ୍ତି ତା ଉପରେ ତାଙ୍କର କ୍ରୋଧକୁ ପ୍ରକାଶ କରିଛନ୍ତି ।
ବ୍ୟକ୍ତି ଉପରେ ନିଜର କ୍ରୋଧକୁ ପ୍ରକାଶ କଲେ ଅମିତାଵ ବଚ୍ଚନ:-
ଅମିତାଵ ଲେଖିଲେ,’ମିଷ୍ଟର ଅଜ୍ଞାତ, ତୁମେ ତୁମର ବାପାଙ୍କ ନାମ ଲେଖି ନାହଁ କାହିଁକିନା ତୁମକୁ ଜଣା ନାହିଁ ତୁମ ବାପା କିଏ । ଏଠାରେ ଦୁଇଟି ଜିନିଷ ହୋଇପାରିବ ଅର୍ଥାତ ମୁଁ ବଞ୍ଚିବି ନଚେତ ମୁଁ ମରିବି । ଯଦି ମୁଁ ମରିଯାଏ ତେବେ ତୁମେ ଏକ ସେଲିବ୍ରେଟି ନାମରେ ନିଜର କ୍ରୋଧ ବାହାର କରିବା ବା ନିନ୍ଦା କରିବା କାମ ଆଗକୁ କରି ପାରିବ ନାହିଁ ।’

ଏତିକି ନୁହେଁ ବିଗ୍ ବି ଆଗକୁ ଲେଖିଲେ କି,’ଦୁଃଖର କାରଣ ଏହାକି ଆପଣ ଲେଖିଥିବା ନୋଟିସକୁ ଆଗକୁ ଆଣିବା ଵାଲା ଆଉ ରହିବ ନାହିଁ କାରଣ ଯେଉଁ ଅମିତାଵ ଉପରେ ତୁମେ ଅଭିଯୋଗ କରିଛ ସିଏ ସେତେ ପର୍ଯ୍ୟନ୍ତ ବଞ୍ଚିବ ନାହିଁ । ଯଦି ଭଗବାନଙ୍କ କୃପାରୁ ମୁଁ ବଂଚିଯାଏ ତେବେ ତୁମେ ମାନେ ତୁମମାନଙ୍କ ରାଗର ଜବରଦସ୍ତ ତୁଫାନ ଉଠାଇବ । ସେ ମଧ୍ୟ କେବଳ ମୋ ପାଇଁ ନୁହଁ ବରଂ ମୋ ୯ କୋଟି ଫଲର୍ସଙ୍କ ତରଫରୁ ଓ ଏହା ଜାଣି ନିଅ କି ଏହା ଦୁନିଆଁରୁ, ସବୁ କୋଣରୁ, ପୂର୍ବରୁ ନେଇ ପଶ୍ଚିମ ପର୍ଯ୍ୟନ୍ତ, ଉତ୍ତରରୁ ଦକ୍ଷିଣପର୍ଯ୍ୟନ୍ତ । ଏହା କେଵଳ ଏହି ପୃଷ୍ଠାର ଇଏଫ ମାନେ ବିସ୍ତାରିତ ପରିବାର ନୁହଁ ବରଂ ପରୀକ୍ଷଣ ପରିବାର । ମୁ ବାସ୍ ଏହା କୁହେ କି – ଠୋକ୍ ଦ ଶାଲେ କୋ’।
ବିଗ୍ ବିଙ୍କ କ୍ରୋଧ ଏତିକିରେ ଶାନ୍ତି ହେଲା ନାହିଁ । ଆଗକୁ ସେ ଲେଖିଲେ କି,’ମାରିଚ, ଅହିରାବଣ, ମହିଷାସୁର, ଅସୁର, ଉପନାମ ତୁମେ, ଆମର ଯଜ୍ଞ ଆରମ୍ଭରୁ ହିଁ ରାକ୍ଷସଙ୍କ ଭଳି କଷ୍ଟ ପାଇବ, ଜାଣି ନିଅ ଏତିକି କି ବର୍ତ୍ତମାନ ତୁମେ ହିଁ କେବଳ ସମାଜର ଶବ୍ଦ ନୁହେଁ, ଚରିତ୍ରହୀନ, ଅବିଶ୍ୱାସୀ, ନିର୍ଲଜ, ସମାଜର କଳଙ୍କ । ଜଣେଇଦେଉଛୁ କି ଐଶ୍ୱର୍ଯ୍ୟ। ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କୁ ମେଡିକାଲରୁ ଛୁଟି ମିଳିଗଲା, କିନ୍ତୁ ଅମିତାଵଙ୍କ କରୋନା ରିପୋର୍ଟ ନେଗେଟିଭ ଆସିନାହିଁ ।