କ୍ୟାଟ୍ରିନା କୈଫଙ୍କ ବିବାହରେ ଖୁବ୍ ନାଚିଲେ ଅମିତାଭ ବଚ୍ଚନ ! ଦେଖିବା ଭଳି ହୋଇଥିଲା ସ୍ତ୍ରୀ ଜୟା ବଚ୍ଚନଙ୍କ ଚେହେରା…

କ୍ୟାଟ୍ରିନା କୈଫଙ୍କ ବିବାହରେ ଖୁବ୍ ନାଚିଲେ ଅମିତାଭ ବଚ୍ଚନ ! ଦେଖିବା ଭଳି ହୋଇଥିଲା ସ୍ତ୍ରୀ ଜୟା ବଚ୍ଚନଙ୍କ ଚେହେରା…

କରୋନା ମହାମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗିରହିଛି । ପ୍ରତିଦିନ ଅନେକ ଲୋକେ ଏହି ରୋଗର ଶିକାର ହେଉଛନ୍ତି । ଯଦିଓ, ସରକାର ଲୋକଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ରଖୁଛନ୍ତି । ଏଥି ମଧ୍ୟରେ କ୍ୟାଟ୍ରିନା କୈଫଙ୍କ ବିବାହର କିଛି ଫୋଟ ଓ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହେଉଛି । କ୍ୟାଟ୍ରିନାଙ୍କ ବିବାହରେ ଅମିତାଭ ବଚ୍ଚନ ଖୁବ୍ ନାଚୁଥିବାର ନଜର ଆସୁଛନ୍ତି । ସେପଟେ ପାଖରେ ଛିଡା ହୋଇଥିବା ଜୟା ବଚ୍ଚନ ତାଙ୍କୁ ଖୁବ୍ ଧ୍ୟାନରେ ଦେଖୁଛନ୍ତି । ଆପଣ ଭାବୁଥିବେ ଯେ କଣ କ୍ୟାଟ୍ରିନା ବିବାହ କରି ନେଇଛନ୍ତି ତେବେ ଆପଣଙ୍କୁ ସୁଚାଇଦେଉଛୁ ଯେ ଏପରି କିଛି ନାହିଁ, ବାସ୍ତବରେ ଏ ଦୁହେଁ ଏକ ଗହଣା ବ୍ରାଣ୍ଡର ବିଜ୍ଞାପନରେ ନଜର ଆସୁଛନ୍ତି ।

ଏକ ନୂତନ ବିଜ୍ଞାପନ ମୁକ୍ତିଲାଭ କରିଛି, ଯାହା ବହୁତ ଭାବୁକ ଅଟେ, ଯେଉଁଥିରେ ‘ବିଗ୍-ବି’ ବଧୂ ବେଶ ଧାରଣ କରିଥିବା କ୍ୟାଟ୍ରିନାଙ୍କ ପିତା ଭୂମିକାରେ ନଜର ଆସୁଛନ୍ତି ।

ଅମିତାଭ ବଚ୍ଚନ ଏହି ବିଜ୍ଞାପନର ଭିଡ଼ିଓ ନିଜ ଇଂଷ୍ଟାଗ୍ରାମରେ ସେୟାର୍ କରିଛନ୍ତି, ଯେଉଁଥିରେ ସେ ଦକ୍ଷିଣ ଭାରତୀୟ ଷ୍ଟାଇଲରେ ନୃତ୍ୟ ପରିବେଷଣ କରୁଥିବାର ନଜର ଆସୁଛନ୍ତି । ତାଙ୍କ ସହିତ ଜୟା ଓ କ୍ୟାଟ୍ରିନା ମଧ୍ୟ ଅଛନ୍ତି ।

ଭିଡ଼ିଓକୁ ସେୟାର୍ କରି ଅମିତାଭ ବଚ୍ଚନ ଲେଖିଛନ୍ତି ଯେ- ନୂତନ ସମ୍ବନ୍ଧର ଏକ ବିଶେଷ ଆରମ୍ଭ । ଏକ ବନ୍ଧନ, ଯାହାକୁ ବିଶ୍ୱାସ, ଭଲପାଇବା ଓ ପରମ୍ପରା ଜରିଆରେ ସଂରକ୍ଷିତ କରି ରଖାଯାଇଛି । ଏହି ଶୁଭ କ୍ଷଣକୁ ଏକାଠି ଆଣିବା ମୁହୂର୍ତ୍ତ ଅଟେ । ବିବାହର ଗହଣା କଲେକ୍ସନ୍, ଯାହା ଭାରତୀୟ ବଧୂଙ୍କ ଖୁସିକୁ ଦୁଇଗୁଣ କରିଥାଏ ।

ସାମ୍ନାକୁ ଆସିଥିବା ଫୋଟରେ ଦେଖାଯାଇଛି ଯେ ଅମିତାଭଙ୍କ ଆଉଟଫିଟ୍ ମଧ୍ୟ ସାଉଥ୍ ଇଣ୍ଡିଆନ୍ ଅଟେ । ସେପଟେ, କ୍ୟାଟ୍ରିନା ଗୋଲାପୀ ରଙ୍ଗର ଲେହେଙ୍ଗାରେ ନୂଆ ବଧୂ ଭଳି ନଜର ଆସୁଛନ୍ତି ।

ବିଜ୍ଞାପନରେ ଦେଖାଯାଇଛି ଯେ କ୍ୟାଟ୍ରିନା ଅର୍ଥାତ ଅମିତାଭଙ୍କ ଝିଅଙ୍କ ବିବାହ ଅଛି । ସେମାନେ ଅତିଥି ମାନଙ୍କୁ ସ୍ୱାଗତ ଜଣାଉଛନ୍ତି ।

ବିଜ୍ଞାପନ ବହୁତ ଭାବୁକ ଅଟେ । ଏଥିରେ ବାପିଝିଅଙ୍କ ଚରିତ୍ରରେ ଅମିତାଭ-କ୍ୟାଟ୍ରିନା ନିଜ ପୁରୁଣା ଦିନକୁ ମନେ ପକାଇ ଭାବୁକ ହେଉଥିବାର ନଜର ଆସୁଛନ୍ତି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ବିଜ୍ଞାପନର ଶୁଟିଂ ଗତ ବର୍ଷ ଜାନୁଆରୀରେ ହୋଇଥିଲା । ଅମିତାଭ ସେତେବେଳେ ନିଜ ବ୍ଲଗରେ ଶୁଟିଂର ଫୋଟ ସେୟାର୍ କରିଥିଲେ । ସେ କ୍ୟାଟ୍ରିନା ଓ ନିଜ ଫୋଟର କେପ୍ସନ୍ ଲେଖିଛନ୍ତି ଯେ- କାଟ୍ରିନା ବିବାହ ହେଉଛି ।

କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଅମିତାଭ, ଅୟାନ୍ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏଥିରେ ରଣବିର୍ କପୂର୍ ଓ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ରରେ ଅଛନ୍ତି । ଅମିତାଭଙ୍କ ଫିଲ୍ମଗୁଡ଼ିକ ଚେହେରେ, ମେଡେ ଝୁଣ୍ଡ ଓ ଦ ଇଣ୍ଟର୍ନ ମୁକ୍ତିଲାଭ ହେବାକୁ ପ୍ରସ୍ତୁତ ଅଛି । ସେପଟେ କ୍ୟାଟ୍ରିନାଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ମଧ୍ୟ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ ଅଛି । ଗତ କିଛି ମାସରୁ ସେ ‘ଫୋନ୍ ବୁଥ୍’ର ଶୁଟିଂରେ ଲାଗି ପଡ଼ିଛନ୍ତି । ଏତିକିନୁହେଁ ସେ ଅଲି ଅବାସ୍ ଜାଫରଙ୍କ ସହିତ ଏକ ସୁପରହିରୋ ଫିଲ୍ମ କରୁଛନ୍ତି ।

Leave a Reply

Your email address will not be published. Required fields are marked *