କନ୍ୟାଦାନ ସମୟରେ ବହୁତ କାନ୍ଦିଥିଲେ ଅମିତାଭ୍ ବଚ୍ଚନ୍ ! ତାଙ୍କ ପାଇଁ କନ୍ୟାଦାନ ବହୁତ କଷ୍ଟକର ସମୟ ଥିଲା…

କନ୍ୟାଦାନ ସମୟରେ ବହୁତ କାନ୍ଦିଥିଲେ ଅମିତାଭ୍ ବଚ୍ଚନ୍ ! ତାଙ୍କ ପାଇଁ କନ୍ୟାଦାନ ବହୁତ କଷ୍ଟକର ସମୟ ଥିଲା…

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ତାଙ୍କ ହୃଦୟର ଅତି ନିକଟତର ଅଟନ୍ତି । ଅଧିକାଂଶ ସମୟରେ ଝିଅ ମାନଙ୍କ ପାଇଁ ସ୍ୱର ଉଠାଉଥିବା ଅମିତାଭ ବଚ୍ଚନ ତାଙ୍କ ଅଧା ସମ୍ପତ୍ତି ଶ୍ୱେତା ବଚ୍ଚନଙ୍କ ନାମରେ ରଖି ଦେଇଛନ୍ତି । ସେ ସୋସିଆଲ୍ ମିଡିଆରେ ନିଜ ଝିଅ ପ୍ରତି ଥିବା ଗଭୀର ପ୍ରେମକୁ ପ୍ରକାଶ କରିଥାନ୍ତି । ଶ୍ୱେତା ବଚ୍ଚନଙ୍କ ପରିବାରର ସମସ୍ତ ଲୋକ ଅଭିନେତା ଅଟନ୍ତି, ସେ ଚାହିଁଥିଲେ ଚଳଚ୍ଚିତ୍ରରେ ମଧ୍ୟ କାମ କରିପାରିଥାନ୍ତେ, କିନ୍ତୁ ଯେତେବେଳେ ସେ ୨୧ ବର୍ଷ ବୟସର ହୋଇଥିଲେ ସେତେବେଳେ ତାଙ୍କ ବିବାହ ହୋଇ ଯାଇଥିଲା ।

ଶ୍ୱେତା ବ୍ୟବସାୟୀ ନିଖିଲ୍ ନନ୍ଦାଙ୍କ ପ୍ରେମରେ ପଡି ଯାଇଥିଲେ, ସେ ଅଭିନୟ ବଦଳରେ ବିବାହ କରିବାକୁ ଚୟନ କରିଥିଲେ । ଶ୍ୱେତା ଏକ ସାକ୍ଷାତକାରରେ କହିଥିଲେ କି, ତାଙ୍କୁ ଅଭିନୟ କରିବାକୁ ବହୁତ ଡର ଲାଗେ, ସ୍କୁଲ୍ ସମୟରେ ଏକ ନାଟକ କରିବା ସମୟରେ ସେ ବହୁତ ନର୍ଭସ୍ ହୋଇ ଯାଇଥିଲେ, ତେଣୁ ସେ ପୂର୍ବରୁ ଭାବିଥିଲେ କି ସେ ଅଭିନୟ ଜଗତକୁ କେବେ ମଧ୍ୟ ଆସିବେ ନାହିଁ ।

ଶ୍ୱେତା ବଚ୍ଚନ ୨୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୭ ମସିହାରେ ନିଖିଲ୍ ନନ୍ଦାଙ୍କ ସହ ବିବାହ କରିଥିଲେ । ନିଖିଲ ନନ୍ଦା ଦିଲ୍ଲୀର ପ୍ରସିଦ୍ଧ ବ୍ୟବସାୟୀ ରାଜନ୍ ନନ୍ଦା ଏବଂ ରାଜ୍ କପୂରଙ୍କ ଝିଅ ରିତୁ ନନ୍ଦାଙ୍କ ପୁଅ ଅଟନ୍ତି । ବିଗ୍-ବି ଝିଅଙ୍କ ବିବାହକୁ ବହୁତ ବଡ ଭବ୍ୟ ସହକାରେ କରିଥିଲେ । ଏହି ବିବାହ ଉତ୍ସବରେ ବଚ୍ଚନ ଏବଂ କପୂର୍ ପରିବାର ସହିତ ବଲିଉଡର ଅନେକ କଳାକାର ମଧ୍ୟ ଯୋଗ ଦେଇଥିଲେ । ଏହି ବିବାହରେ କରିସ୍ମା ଏବଂ ଅଭିଷେକଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା ।

ବିବାହର ଏକ ଫୋଟ ଯେଉଁଥିରେ ଅମିତାଭ ଏବଂ ଜୟା ନିଜ ଝିଅଙ୍କ କନ୍ୟାଦାନ କରୁଛନ୍ତି, ଯେଉଁ ବିଷୟରେ ଅନେକ ଆଲୋଚନା ହୋଇଥିଲା । ଏହି ଫଟୋରେ ବିଗ୍-ବିଙ୍କ ପିତା ହରିବଂଶ ରାୟ ବଚ୍ଚନ ଏବଂ ମାତା ତେଜୀ ବଚ୍ଚନ ମଧ୍ୟ ନଜର ଆସିଛନ୍ତି । ଏଥିସହିତ ଜୟା ମୁଣ୍ଡରେ ଓଢଣୀ ଦେଇ କନ୍ୟାଦାନ ସମାରୋହରେ ଅମିତାଭ ବଚ୍ଚନଙ୍କ ସାଥ୍ ଦେଉଛନ୍ତି ।

ଅପରପକ୍ଷରେ ଗୋଟିଏ ଫୋଟରେ ବିଗ୍-ବି ଝିଅ ଶ୍ୱେତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ବହୁତ ଭାବପ୍ରବଣ ଥିବା ପରି ଦେଖାଯାଉଛନ୍ତି । କନ୍ୟାଦାନ ଏବଂ ବିଦାୟ ସମୟରେ ପିତା ଅମିତାଭଙ୍କୁ ଆଲିଙ୍ଗନ କରି ଶ୍ୱେତା ବଚ୍ଚନ ବହୁତ କାନ୍ଦୁଥିଲେ । ଅମିତାଭଙ୍କ ଜଣେ ପ୍ରଶଂସକଙ୍କ ଏହି ଫୋଟକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଏହି ଫୋଟ କୁ ରିଟ୍ୱିଟ୍ କରିବା ସହିତ ବିଗ୍-ବି ଲେଖିଛନ୍ତି କି ଜଣେ ପିତାଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ବିଷୟ ହେଉଛି ଯେତେବେଳେ ସେ ତାଙ୍କ ଝିଅଙ୍କ କନ୍ୟାଦାନ କରିଥାନ୍ତି ।

ଶ୍ୱେତା ଏବଂ ନିଖିଲଙ୍କ ବିବାହର ରୀତିନୀତି ୪ ଦିନ ଧରି ଚାଲିଥିଲା । ପ୍ରଥମ ଦିନ ହଳଦୀ ରୀତିନୀତି ହୋଇଥିଲା, ଏହାପରେ ମେହେନ୍ଦୀ କାର୍ଯ୍ୟ ପାଳନ କରାଯାଇଥିଲା । ମେହେନ୍ଦୀ ସମାରୋହରେ ଶ୍ୱେତା ଏକ ଧଳା ରଙ୍ଗର ଲେହେଙ୍ଗା ସହିତ ସବୁଜ ରଙ୍ଗର ଓଢଣୀ ପିନ୍ଧିଥିଲେ । ଏଥିସହିତ ସେ ଫୁଲ ଅଳଙ୍କାର ଏବଂ ଓଢଣୀ ଉପରେ ଏକ ଭେଲ୍ ମଧ୍ୟ ରଖିଥିଲେ ।

ଶ୍ୱେତାଙ୍କ ବିବାହରେ ସଙ୍ଗୀତର କାର୍ଯ୍ୟ ମଧ୍ୟ ବହୁତ ଚମତ୍କାର ଥିଲା । ସଂଗୀତ ସମାରୋହ ଅବସରରେ ସେ ଏକ କ୍ରିମ୍ ରଙ୍ଗର ଏମ୍ବ୍ରୋଡେଡ୍ ଲେହେଙ୍ଗା ପିନ୍ଧିଥିଲେ । ଏହି ସମୟରେ ସେ ପିତା ଅମିତାଭଙ୍କ ସହିତ ବହୁତ ନାଚିଥିଲେ ।

ଭାଇ ଅଭିଷେକଙ୍କ ପାଇଁ ଭଉଣୀଙ୍କ ବିବାହ ଉତ୍ସବ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଶ୍ୱେତାଙ୍କ ସହିତ ସେ ବିବାହରେ ବହୁତ ନାଚ କରିଥିଲେ । ଏହି ଫୋଟର ପଛରେ ଜୟା ବଚ୍ଚନ ମଧ୍ୟ ନଜର ଆସୁଛନ୍ତି ।

ଶ୍ୱେତାଙ୍କ ବିବାହ ସମୟରେ କେବଳ ଅଳ୍ପ କିଛି ଫୋଟ ଉତ୍ତୋଳନ କରାଯାଇଥିଲା, ଯାହାକି ଲୋକଲୋଚନକୁ ଆସିଥିଲା । ୨୦୧୮ ମସିହାରେ, ପ୍ରସିଦ୍ଧ ଡିଜାଇନର୍ ଅବୁ ଜାନୀ ସନ୍ଦୀପ୍ ଖୋନ୍ସଲା ଅନେକ ଫୋଟ ସେୟାର୍ କରିଥିଲେ ।

ଡିଜାଇନର୍ ଯୋଡି ଏହି କାର୍ଯ୍ୟରେ ୩୩ ବର୍ଷ ପୂରଣ କରିଥିଲେ । ଏହି ଅବସରରେ ସେମାନେ ଏହି ଫୋଟ ଗୁଡ଼ିକୁ ସେୟାର୍ କରିଛନ୍ତି । ଏହା ପ୍ରଥମ ସେଲିବ୍ରିଟି ବିବାହ ଥିଲା ଯେଉଁଥିରେ ଅବୁ ଏବଂ ସନ୍ଦୀପ୍ କାମ କରିଥିଲେ । ବିବାହର ଯେଉଁ ବିସ୍ତୃତ ପୋଷ୍ଟ ସେୟାର୍ କରାଯାଇଥିଲା, ସେଥିରେ ସେ ତାଙ୍କ କାର୍ଯ୍ୟରେ ବିଶ୍ୱାସ କରିଥିବା ହେତୁ ବଚ୍ଚନ ପରିବାରକୁ ଧନ୍ୟବାଦ ଦେଇଥିଲେ ।

ଶ୍ୱେତା ଏବଂ ନିଖିଲଙ୍କ ବ୍ୟତୀତ ବଚ୍ଚନ ପରିବାରର ପୋଷାକ ମଧ୍ୟ ସେମାନେ ପରିକଳ୍ପନା କରିଥିଲେ । ଏହା ସହିତ ବିବାହ ସମୟରେ, ବଚ୍ଚନ ପରିବାରଙ୍କ ବଙ୍ଗଳାର ସାଜସଜ୍ଜା ଏବଂ ସମସ୍ତ କାର୍ଯ୍ୟ ଅବୁ ଜାନି ଏବଂ ସନ୍ଦୀପ୍ ଖୋସଲାଙ୍କ ଦ୍ୱାରା କରାଯାଇଥିଲା ।

Leave a Reply

Your email address will not be published. Required fields are marked *