ଅମିତାଭ୍ ବଚ୍ଚନ୍ କିଣିଲେ ସବୁ ପ୍ରକାରର ବିଳାସ ସୁଖ ସୁବିଧା ଠାରୁ କମ୍ ୩୧ କୋଟି ଟଙ୍କାର ଦ୍ୟୁପ୍ଲେକ୍ସ ଘର ! ଜାଣନ୍ତୁ କ’ଣ ରହିଛି ଏହାର ଖାସ କଥା…

ଅମିତାଭ୍ ବଚ୍ଚନ୍ କିଣିଲେ ସବୁ ପ୍ରକାରର ବିଳାସ ସୁଖ ସୁବିଧା ଠାରୁ କମ୍ ୩୧ କୋଟି ଟଙ୍କାର ଦ୍ୟୁପ୍ଲେକ୍ସ ଘର ! ଜାଣନ୍ତୁ କ’ଣ ରହିଛି ଏହାର ଖାସ କଥା…

ବଲିଉଡର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନଙ୍କୁ ଗୋଟିଏ ପଟେ ଯେଉଁଠି ତାଙ୍କର ହିଟ୍ ଫିଲ୍ମ ଏବଂ ଅଭିନୟ ପାଇଁ ଜଣାଯାଏ ପୁଣି ଅନ୍ୟ ପକ୍ଷରେ ନିଜର ବିଳାସ ବ୍ୟସନର ଜୀବନଶୈଳୀ କାରଣରୁ ମଧ୍ୟ ଅମିତାଭ ଏବଂ ପୁରା ବଚ୍ଚନ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାଏ । ଜାଣିବା ପାଇଁ ଆମେ କହିରଖୁଛୁ ଯେ ଅମିତାଭଙ୍କ ପାଖରେ ନିଜର ୫ ରୁ ୬ଟି ବଙ୍ଗଳା ରହିଛି ସେଥିମଧ୍ୟରୁ ଜଲସା, ପ୍ରତୀକ୍ଷା, ବତ୍ସ ଏବଂ ଜନକ ଭଳି ନାମ ସାମିଲ୍ ଅଛି ଏବଂ ଏହା ବ୍ୟତୀତ ‘ଫ୍ଲାଟ୍’ରେ ଅମିତାଭ ଇନଭେସ୍ଟି କରିଛନ୍ତି । ଏହାବ୍ୟତୀତ ଦୁବାଇ, ଆମେରିକା ଏବଂ ପ୍ୟାରିସ୍ ପର୍ଯ୍ୟନ୍ତ ବଚ୍ଚନ ପରିବାରର ସମ୍ପତ୍ତି ବ୍ୟାପି ରହିଛି ।

ଏବଂ ତାଙ୍କର ଏହି ସମ୍ପତ୍ତିରେ ଏବେ ଆଉ ଏକ ଘର ଯୋଡ଼ି ଯାଇଛି ଯାହା ମୁମ୍ବାଇର ଅନ୍ଧେରୀ ପୋଶର ଏକ ଡ୍ୟୁପ୍ଲେକ୍ସ ଅଟେ । କହିରଖୁଛୁ ଯେ ଅମିତାଭ ଏହାକୁ ପୁରା ୩୧ କୋଟି ଟଙ୍କାରେ କିଣିଛନ୍ତି ଏବଂ ଏହାର ରେଜିଷ୍ଟ୍ରେସନ୍ ପାଇଁ ୬୨ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିଛି । ପ୍ରସିଦ୍ଧ କ୍ରିଷ୍ଟଲ୍ ଗ୍ରୁପର ‘ଅଟଲାଣ୍ଟିସ୍ ପ୍ରୋଜେକ୍ଟ’ରେ ଅମିତାଭ ଏହି ଡ୍ୟୁପ୍ଲେକ୍ସ କିଣିଛନ୍ତି । ମୋଟ ୫୧୪୮ ବର୍ଗଫୁଟରେ ବ୍ୟାପିଥିବା ଏହି ବିଲ୍ଡିଂଗ ତାଙ୍କ ଫ୍ଲାଟ୍ ୨୭ ତମ ଏବଂ ୨୮ ତମ ମହଲାରେ ତିଆରି ହୋଇଛି ।

ଅମିତାଭଙ୍କ ନୂଆ ଘର ବିଷୟରେ କହିଲେ ଏଥିରେ ମୋଟ ୬ଟି କାର୍ ପାର୍କିଙ୍ଗ ରହିଛି । କିନ୍ତୁ ଅମିତାଭ ଏବେ ଏଠାରେ ରହିବେ କି ନାହିଁ ତାହା କହିବା କଷ୍ଟକର ଅଟେ କାରଣ ଅନେକ ବର୍ଷରୁ ଅମିତାଭ ନିଜର ଜୁହୁର ଜଲସା ବଙ୍ଗଳାରେ ନିଜର ମୁଖ୍ୟ ଆବାସ ବନାଇଛନ୍ତି । କହିରଖୁଛୁ ଯେ ଏହାପୂର୍ବରୁ ବଚ୍ଚନ ପରିବାର ପ୍ରତୀକ୍ଷା ବଙ୍ଗଳାରେ ରହୁଥିଲେ ।

ଜାଣିବା ପାଇଁ କହିରଖୁଛୁ ଯେ ଅମିତାଭଙ୍କ ପାଖରେ ଜୁହୁ ଇଲାକାରେ ମୋଟ ୪ଟି ବଙ୍ଗଳା ଅଛି ଯେଉଁଥିରୁ କେବଳ ତାଙ୍କର ଜଲସା ବଙ୍ଗଳାର ମୂଲ୍ୟ ପ୍ରାୟ ୧୧୨ କୋଟି ଟଙ୍କା ଅଟେ । ପୁଣି ତାଙ୍କର ପୂର୍ବ ଆବାସ ଅର୍ଥାତ ପ୍ରତୀକ୍ଷା ବିଷୟରେ କହିଲେ ତାହା ମଧ୍ୟ ଜୁହୁ ଇଲାକାରେ ଅଛି ଏବଂ ତାହା ମଧ୍ୟ କୋଟି କୋଟି ଟଙ୍କାର ଅଟେ । ଏହାବ୍ୟତୀତ ଜନକ ନାମକ ଏକ ଆଲିଶାନ୍ ବଙ୍ଗଳା ମଧ୍ୟ ଅମିତାଭଙ୍କ ପାଖରେ ଅଛି ଯାହାକୁ ସେ ନିଜ ଅଫିସ୍ ଭାବରେ ରଖିଛନ୍ତି । ଏହାବ୍ୟତୀତ ନିଜର ବତ୍ସ ନାମକ ବଙ୍ଗଳାକୁ ଏକ ବ୍ୟାଙ୍କକୁ ଅମିତାଭ ରେଣ୍ଟରେ ଦେଇଛନ୍ତି ।

ମୁମ୍ବାଇ ବାହାରେ ସାଉଥ୍ ଦିଲ୍ଲୀରେ ମଧ୍ୟ ଅମିତାଭ ବଚ୍ଚନଙ୍କ ପାଖରେ ସୋପାନ ନାମକ ନିଜର ବଙ୍ଗଳା ଅଛି । ତାସହିତ ଅମିତାଭ ବଚ୍ଚନଙ୍କ ପାଖରେ ନୋଏଡ଼ା, ଅହମ୍ମଦାବାଦ, ଗାନ୍ଧୀନଗର, ପୁଣେ ଏବଂ ଭୋପାଳର ପ୍ରସିଦ୍ଧ ଇଲାକାରେ ମଧ୍ୟ ବଙ୍ଗଳା ରହିଛି । ପୁଣି ତାଙ୍କ ସ୍ତ୍ରୀ ଜୟାଙ୍କୁ ଅମିତାଭ ଫ୍ରାନ୍ସରେ ଏକ ଅପାର୍ଟମେଣ୍ଟ ମଧ୍ୟ ଗିଫ୍ଟ କରିଥିଲେ । କିନ୍ତୁ ସେ ସେଠାକୁ କେବଳ ଥରେ କି ଦୁଇଥର ଯାଇଛନ୍ତି ।

ପୁଣି ଯଦି ତାଙ୍କ ପୁଅ ଅଭିଷେକ୍ ଏବଂ ବୋହୂ ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିବୁ ତେବେ ସେମାନେ ମଧ୍ୟ ସମ୍ପତ୍ତିରେ ନିବେଶ କରି ସାରିଛନ୍ତି । ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କର ମୁମ୍ବାଇରେ ନିଜର ମଧ୍ୟ ଏକ ଲାକଜରିୟସ୍ ଅପାର୍ଟମେଣ୍ଟ ଅଛି ଏବଂ ଏହା ସହିତ ନ୍ୟୁୟର୍କରେ ସେଣ୍ଟ୍ରାଲ୍ ପାର୍କ ଏରିଆରେ ମଧ୍ୟ ସେ ଫ୍ଲାଟ୍ କିଣୁଛନ୍ତି ଯେଉଁଠି ଅନେକ ଥର ଛୁଟି ବିତାଇବାକୁ ଆସିଥାନ୍ତି । ଏହାବ୍ୟତୀତ ଅଭିଷେକଙ୍କ ପାଖରେ ଦୁବାଇରେ ପାମ୍ ଜୁମେରାରେ ଏକ ଅଲିଶାନ୍ ବଙ୍ଗଳା ରହିଛି ।

ଖବର ଏବଂ ରିପୋର୍ଟ ଅନୁଯାୟୀ ଏପରି କୁହାଯାଇଥାଏ ଯେ ଅମିତାଭ, ଜୟା, ଅଭିଷେକ୍ ଏବଂ ଐଶ୍ୱର୍ଯ୍ୟାଙ୍କର ଯଦି ମୋଟ ସମ୍ପତ୍ତିକୁ ମିଶାଇ ଦିଆଯିବ ତେବେ ବଚ୍ଚନ ପରିବାର ପୁରା ୩୫୬୩.୧୩ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ଏବଂ ଆଜି ବଚ୍ଚନ ପରିବାରକୁ ବଲିଉଡର ଚର୍ଚ୍ଚିତ ପରିବାର ମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *