ଏକ ସର୍ତ୍ତରେ ହୋଇଥିଲା ଅମିତାଭ ବଚ୍ଚନ ଓ ଜୟାଙ୍କ ବିବାହ ! ହରିବଂଶରାୟ ବଚ୍ଚନ ପୁଅକୁ କହିଥିଲେ…

ଏକ ସର୍ତ୍ତରେ ହୋଇଥିଲା ଅମିତାଭ ବଚ୍ଚନ ଓ ଜୟାଙ୍କ ବିବାହ ! ହରିବଂଶରାୟ ବଚ୍ଚନ ପୁଅକୁ କହିଥିଲେ…

ହିନ୍ଦୀ ସିନେମାର ଜଣାଶୁଣା ଅଭିନେତ୍ରୀ, ସପା ସାଂସଦ ଓ ଅମିତାଭ ବଚ୍ଚନଙ୍କ ସ୍ତ୍ରୀ ଜୟା ବଚ୍ଚନ ଆଜି ୭୩ ବର୍ଷର ହୋଇଗଲେଣି । ଜୟା ବଚ୍ଚନଙ୍କ ଜନ୍ମ ୧୯୪୮ମସିହା ମଧ୍ୟପ୍ରଦେଶର ଜବଲପୁରରେ ହୋଇଥିଲା । ଜୟା ବଚ୍ଚନ ବଲିଉଡ଼ର ଅନେକଗୁଡ଼ିଏ ସ୍ମରଣୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଜୟା ବଚ୍ଚନ ବଲିଉଡ଼ର ସେହି କଳାକାର ମଧ୍ୟରେ ଅଟନ୍ତି ଯାହାଙ୍କ ବଲିଉଡ଼ ସଙ୍ଗେ ସଙ୍ଗେ ରାଜନୈତିକ କ୍ୟାରିୟର୍ ମଧ୍ୟ ସଫଳ ଥିଲା । ଏକ ଉତ୍ତମ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଦୁନିଆ ତାଙ୍କୁ ଏକ ସଫଳ ରାଜନେତ୍ରୀ ରୂପେ ମଧ୍ୟ ଜାଣିଛି । ଯେଉଁ ସମୟରେ ଜୟା ବଚ୍ଚନ ନିଜ ଫିଲ୍ମୀ କ୍ୟାରିୟରର ଶିଖରରେ ଥିଲେ, ସେତେବେଳେ ସେ ମହାନାୟକ ଅମିତାଭ ବଚ୍ଚନଙ୍କୁ ବିବାହ କରିଥିଲେ । କିନ୍ତୁ ଦୁହିଁଙ୍କ ବିବାହ ଏକ ସର୍ତ୍ତରେ ହୋଇଥିଲା । ଆସନ୍ତୁ ଆଜି ଜୟା ବଚ୍ଚନଙ୍କ ଜନ୍ମଦିନ ବିଶେଷ ଅବସରରେ ଆପଣଙ୍କୁ ଜୟା ଓ ଅମିତାଭଙ୍କ ବିବାହ ସହ ଜଡ଼ିତ ଏକ ଘଟଣା ବିଷୟରେ ଜାଣିବା…

ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ଉଭୟ ହିନ୍ଦୀ ସିନେମାରେ ଅଧିକ ନାମ ଅର୍ଜନ କରିଛନ୍ତି । ଅମିତାଭ ବଚ୍ଚନ ସାରା ବିଶ୍ୱରେ ପରିଚିତ । ସେପଟେ ଜୟା ବଚ୍ଚନ ମଧ୍ୟ ଅମିତାଭଙ୍କୁ ହୃଦୟ ଦେଇ ବସିଥିଲେ । ଜଣାଇଦେଉଛୁ ଯେ, ଅମିତାଭ ଓ ଜୟା ପ୍ରଥମଥର ପାଇଁ ଚଳଚ୍ଚିତ୍ର ଗୁଡ୍ଡୀ ସେଟରେ ଭେଟିଥିଲେ । ଏହି ଚଳଚ୍ଚିତ୍ର ସମୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଭୀର ହୋଇଥିଲା ଓ ଦୁହିଁଙ୍କ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇଥିଲା ।

ଅମିତାଭ ଓ ଜୟାଙ୍କ ଭଲପାଇବା ଧୀରେ ଧୀରେ ବଢିବାକୁ ଲାଗିଲା । ଯେତେବେଳେ ଜୟା ବଚ୍ଚନ ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍ ରାଜେଶ୍ ଖାନ୍ନାଙ୍କ ସହ ଚଳଚ୍ଚିତ୍ର ‘ବାବରଚି’ରେ କାମ କରୁଥିଲେ, ସେତେବେଳେ ମଧ୍ୟ ଅମିତାଭ ଜୟାଙ୍କୁ ଭେଟିବା ପାଇଁ ଶୁଟିଂ ସେଟକୁ ଯାଉଥିଲେ । ଖୁବଶୀଘ୍ର ଦୁହିଁଙ୍କ ବିବାହ ପ୍ରେମରେ ପରିଣତ ହୋଇଗଲା । ୩ ଜୁନ୍ ୧୯୭୩କୁ ଅମିତାଭ ନିଜଠାରୁ ପାଖପାଖି ୫ ବର୍ଷ ଛୋଟ ଜୟାଙ୍କ ସହିତ ବିବାହ କରି ନେଇଥିଲେ । ଜଣାଇଦେଉଛୁ ଯେ, ଦୁହିଁଙ୍କ ବିବାହ ହଠାତ୍ ହୋଇଯାଉଥିଲା ।

ଅମିତାଭ୍ ଶୁଣାଇଥିଲେ କାହାଣୀ…

ଅମିତାଭ ବଚ୍ଚନ ଥରେ ଏକ ଘଟଣା ବିଷୟରେ କହିଥିଲେ ଯେ ଚଳଚ୍ଚିତ୍ର ‘ଜଞ୍ଜିର୍’ର ସଫଳତା ପରେ ସମସ୍ତ ବନ୍ଧୁ ମିଶି ଲଣ୍ଡନ ଯିବା ପ୍ରସ୍ତୁତିରେ ଥିଲେ ଯେଉଁଥିରେ ତାଙ୍କ ସହିତ ଜୟା ମଧ୍ୟ ଥିଲେ । କିନ୍ତୁ ପିତା ହରି ବଂଶରାୟ ବଚ୍ଚନଙ୍କ ସର୍ତ୍ତ କାରଣରୁ ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ପଡିଥିଲା । ବାସ୍ତବରେ, ଯେତେବେଳେ ହରିବଂଶରାୟ ବଚ୍ଚନ ଏହା ଜାଣିଲେ ଯେ ଜୟା ମଧ୍ୟ ଅମିତାଭଙ୍କ ସହ ଲଣ୍ଡନ୍ ଯାଉଛନ୍ତି ସେତେବେଳେ ସେ ଅମିତାଭଙ୍କ ସମ୍ମୁଖରେ ସର୍ତ୍ତ ରଖିଥିଲେ ଯେ ଯଦି ସାଙ୍ଗରେ ଲଣ୍ଡନ୍ ଯିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଦୁହେଁ ବିବାହ କରି ନିଅନ୍ତୁ ।

ପିତା ହରିବଂଶରାୟଙ୍କ ସର୍ତ୍ତ ଆଗରେ ଅମିତାଭ ବଚ୍ଚନଙ୍କୁ ମାନିବାକୁ ପଡ଼ିଥିଲା । ସେ ପିତାଙ୍କ କଥା ମାନି ଜୟା ବଚ୍ଚନଙ୍କ ସହ ୩ ଜୁନ୍ ୧୯୭୩ କୁ ବିବାହ କରିନେଲେ । ଦୁହିଁଙ୍କ ବିବାହ ଏକ ସାଧାରଣ ସମାରୋହରେ ହୋଇଥିଲା । ଏହାପରେ ଦୁହେଁ ନିଜ ନିଜ ବନ୍ଧୁ ମାନଙ୍କ ସହ ଲଣ୍ଡନ୍ ଚାଲିଗଲେ । ବାହାଘର ପରେ ଅମିତାଭ ଓ ଜୟା ଦୁଇଟି ଶିଶୁ ଅଭିଷେକ୍ ଓ ଝିଅ ଶ୍ୱେତାଙ୍କ ମାତାପିତା ହୋଇଗଲେ ।

ଏହିସବୁ ପୁରସ୍କାରରୁ ସମ୍ମାନିତ ହୋଇଛନ୍ତି ଜୟା…

ଜୟା ବଚ୍ଚନଙ୍କୁ ତାଙ୍କ କାମ ପାଇଁ ଅନେକଗୁଡ଼ିଏ ପୁରସ୍କାର ମିଳିଥିଲା । ଜୟା ବଚ୍ଚନଙ୍କୁ ୯ଟି ଫିଲ୍ମ ଫେୟାର୍ ପୁରସ୍କାର ମିଳିଛି, ଏଥିରେ ସେ ତିନୋଟି ପୁରସ୍କାର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଓ ତିନୋଟି ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଜିତିଥିଲେ । ଯେବେକି ୧୯୯୨ରେ ଜୟା ବଚ୍ଚନଙ୍କୁ ଭାରତ ସରକାର ପଦ୍ମଶ୍ରୀରୁ ମଧ୍ୟ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *