ବିବାଦ ମଧ୍ୟରେ ବାବା ରାମଦେବ୍ ଭିଡିଓ ମାଧ୍ୟମରେ କହିଛନ୍ତି :- ସାହାସ ଅଛି ତ ‘ଆମୀର୍ ଖାନ୍’ଙ୍କ ଉପରେ…

ବିବାଦ ମଧ୍ୟରେ ବାବା ରାମଦେବ୍ ଭିଡିଓ ମାଧ୍ୟମରେ କହିଛନ୍ତି :- ସାହାସ ଅଛି ତ ‘ଆମୀର୍ ଖାନ୍’ଙ୍କ ଉପରେ…

ଯୋଗ ଗୁରୁ ସ୍ୱାମୀ ରାମଦେବ୍ ବାବା କ୍ରମାଗତ ଭାବରେ ଆଲୋଚନାରେ ରହି ଆସୁଛନ୍ତି । ବିବାଦ ସହିତ ସ୍ୱାମୀ ରାମଦେବଙ୍କ ଗଭୀର ସମ୍ପର୍କ ରହିଛି ଏବଂ ପୁଣିଥରେ ସେ ତାଙ୍କ ବିବୃତ୍ତି ହେତୁ ବିବାଦର ଏକ ଅଂଶ ବିଶେଷ ହୋଇ ଯାଇଛନ୍ତି । ବର୍ତ୍ତମାନ ସମୟରେ ସେ ବଲିଉଡ ଅଭିନେତା ‘ଆମୀର୍ ଖାନ୍’ଙ୍କ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି ଏବଂ ସେ ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସମଗ୍ର ବିଷୟ କ’ଣ ଅଟେ…

ବାସ୍ତବରେ, ବର୍ତ୍ତମାନ ସମୟରେ ଯୋଗ ଗୁରୁ ଆୟୁର୍ବେଦ ବନାମ୍ ଏଲୋପାଥି ସମ୍ବନ୍ଧକୁ ନେଇ ହେଡଲାଇନରେ ଅଛନ୍ତି । ବାସ୍ତବରେ, ସେ ନିକଟ ଅତୀତରେ ଏଲୋପାଥିକୁ ‘ଷ୍ଟୁପିଡ୍ ସାଇନ୍ସ’ ବୋଲି କହିଥିଲେ । ଯାହାପରେ ଏହା IEM (ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍) ଏବଂ ଯୋଗ ଗୁରୁଙ୍କ ମଧ୍ୟରେ ବିତର୍କର ଏକ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ହୋଇ ଯାଇଛି । ଏହି ମୁଦ୍ଦା ସମଗ୍ର ଦେଶରେ କ୍ରମାଗତ ଭାବେ ଗଭୀର ହେବାରେ ଲାଗିଛି । ଡାକ୍ତରମାନେ ସ୍ୱାମୀ ରାମଦେବଙ୍କ ବୟାନ ଉପରେ ଆପତ୍ତି ଜାହିର୍ କରୁଛନ୍ତି । ତେବେ ରାମଦେବ ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ସେ ଏଲୋପାଥି ଡାକ୍ତର ଏବଂ ଫାର୍ମା କମ୍ପାନୀ ଗୁଡିକ ସାମ୍ନାରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଏଲୋପାଥି ଡାକ୍ତର୍ ଏବଂ ଫାର୍ମା କମ୍ପାନୀ ଗୁଡିକ ଉପରେ ରାମଦେବ ବାବା ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଗୋଟିଏ ପରେ ଗୋଟିଏ କରି ୨୫ଟି ପ୍ରଶ୍ନ ପଚାରିଛନ୍ତି । ଅପରପକ୍ଷରେ ଯୋଗ ଗୁରୁଙ୍କ ବିବୃତ୍ତିରେ ଅସନ୍ତୋଷ ପରିବ୍ୟକ୍ତ କରି ଭାରତୀୟ ମେଡିକାଲ୍ ଆସୋସିଏସନ୍ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏଥି ମଧ୍ୟରେ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଛି । ବାବା ରାମଦେବ ଅଭିନେତା ଆମୀର୍ ଖାନଙ୍କ ଏକ ଭିଡିଓ ଜାରି କରିଛନ୍ତି ।

ଗିରଫ୍ ଦାବି ପରେ ବାବା ରାମଦେବ କହିଛନ୍ତି କି, ତାଙ୍କୁ କାହାର ମଧ୍ୟ ପିତା ଗିରଫ୍ କରିପାରିବେ ନାହିଁ । ତାଙ୍କର ଏହି ବୟାନ୍ ଉପରେ ମଧ୍ୟ ବହୁତ ଲୋକ ମାନଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଥିଲା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି ପରେ ରାମଦେବ ବାବା ନିଜ ବିବୃତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି । କିନ୍ତୁ ବର୍ତ୍ତମାନ ସେ ଏକ ଭିଡିଓ ଜାରି କରିବା ହେତୁ ଶିରୋନାମାରେ ରହିଛନ୍ତି ।

ବାସ୍ତବରେ ସ୍ୱାମୀ ରାମଦେବ୍ ବର୍ତ୍ତମାନ ଅଭିନେତା ‘ଆମୀର୍ ଖାନ୍’ଙ୍କ ଶୋ’ ‘ସତ୍ୟମେବ ଜୟତେ’ ସହିତ ଜଡିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ‘ଆମୀର୍ ଖାନ୍’ଙ୍କ ଏହି ଟିଭି ଶୋ’ ବହୁତ ଲୋକପ୍ରିୟ ହୋଇଥିଲା । ଏଥିରେ ଅଭିନେତା ଅତିଥି ମାନଙ୍କ ସହିତ ଭିନ୍ନ ଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା କରୁଥିଲେ । ବାବା ରାମଦେବ ଏହି ଶୋ’ର ଏକ ଏପିସୋଡ ଭିଡିଓ କ୍ଲିପ୍ ସେୟାର୍ କରିଛନ୍ତି, ଯେଉଁ ଥିରେ ଆମୀର୍ ଖାନ୍ ଡକ୍ଟର୍ ସମିତ ଶର୍ମା ନାମକ ଜଣେ ଅତିଥିଙ୍କ ସହିତ ବଜାରରେ ଉପଲବ୍ଧ ଔଷଧ ବିଷୟରେ କଥାବାର୍ତ୍ତା କରୁଛନ୍ତି ।

୨୦୧୨ ମସିହାର ଏହି ଭିଡିଓକୁ ବାବା ରାମଦେବ ନିଜ ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ସେୟାର୍ କରିଛନ୍ତି । ସେ ଏହି ଭିଡିଓ ସେୟାର୍ କରିବା ସହିତ ଲେଖିଛନ୍ତି କି, “ଯଦି ଏହି ମେଡିକାଲ୍ ମାଫିଆ ମାନଙ୍କର ସାହସ ଅଛି, ତେବେ ‘ଆମୀର୍ ଖାନ୍’ଙ୍କ ବିରୋଧରେ ମୋର୍ଚ୍ଚା ଖୋଲନ୍ତୁ ।” ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଗୋଟିଏ ପରେ ଗୋଟିଏ ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଏବଂ ଅନେକ ଲୋକ ସ୍ୱାମୀ ରାମଦେବଙ୍କ ସମର୍ଥନରେ ବାହାରିଛନ୍ତି ।

ଆପଣ ଦେଖି ପାରିବେ କି, ଭିଡିଓରେ ସମିତ କହୁଛନ୍ତି କି, ‘ଔଷଧର ମୂଳ ମୂଲ୍ୟ ବହୁତ କମ୍ ହୋଇଥାଏ, କିନ୍ତୁ ଯେତେବେଳେ ଆମେ ଏହାକୁ ବଜାରରୁ କିଣିଥାଉ, ତେବେ ଆମେ ଔଷଧ ବାବଦକୁ ୧୦ରୁ୧୫ ପ୍ରତିଶତ ଅଧିକ ଦେଇଥାଉ । ସେଗୁଡିକ ଉଚ୍ଚ ଦରରେ ବିକ୍ରି କରା ଯାଇଥାଏ । ଭାରତରେ ୪୦ କୋଟିରୁ ଅଧିକ ଲୋକ ନିଜ ପାଇଁ ଦୈନିକ ଦୁଇଥର ଖାଇବାକୁ ସକ୍ଷମ ନୁହଁନ୍ତି, ତେବେ ସେମାନେ କଣ ଉଚ୍ଚ ମୂଲ୍ୟର ଔଷଧ କିଣି ପାରିବେ କି ? ଏହା ଉପରେ ଆମୀର୍ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ କି ଅଧିକ ମୂଲ୍ୟ ହେତୁ ଅନେକ ଲୋକ ଔଷଧ କିଣି ପାରନ୍ତି ନାହିଁ କି ?

ଆଗକୁ ଡକ୍ଟର୍ ଶର୍ମା କହିଛନ୍ତି କି, “ହଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ସ୍ୱାଧୀନତାର ୬୫ ବର୍ଷ ପରେ ମଧ୍ୟ ୬୫ ପ୍ରତିଶତ ଭାରତୀୟ ଜନ ସଂଖ୍ୟା ଅଧିକ ମୂଲ୍ୟ ହେତୁ ଅତ୍ୟାବଶ୍ୟକ ଔଷଧ ନିୟମିତ ପାଇପାରୁ ନାହାଁନ୍ତି ।” ଉଭୟଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥାଏ ।

Leave a Reply

Your email address will not be published. Required fields are marked *