ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ଏବଂ ନିକଟ ଅତୀତରେ ଆମେରିକା ଶଂଘାଇ ସହର ନିକଟରୁ ନିଜର ଯୁଦ୍ଧ ବିମାନକୁ ଉଡାଣ କରିଛି । ଯେଉଁଥିପାଇଁ ଚୀନ୍ ଦେଶର ହୋଶ୍ ଉଡ଼ିଯାଇଛି । ଚୀନ୍ କେବେ ମଧ୍ୟ କଳ୍ପନା କରି ନଥିବ କି ଆମେରିକା ଏହିପରି ପଦକ୍ଷେପ ନେଇପାରେ । ଖବର ଅନୁଯାୟୀ ଆମେରିକା ନୌସେନାର ବିମାନ ତାଇୱାନ ଷ୍ଟ୍ରେଟ୍ ଉପରେ ଉଡାଣ ଭରିଛି ।
୭୬.୫ କିଲୋମିଟର ଦୂର ପର୍ଯ୍ୟନ୍ତ ଉଡାଣ ଭରିଛି

ଯେଉଁ ସ୍ଥାନରୁ ଏହି ବିମାନ ଗୁଡ଼ିକ ଉଡାଣ ଭରିଛନ୍ତି ସେହି ବାୟୁ କ୍ଷେତ୍ର ଚୀନର ଝୋଜିୟାଙ୍ଗ ଏବଂ ପ୍ୟୁଜିୟାନ ସମୁଦ୍ର ତଟର ନିକଟରେ ଅଛି ଏବଂ ଏହାର ନିକଟରେ ହିଁ ଚୀନର ଶଂଘାଇ ମହାନଗର ଅବସ୍ଥିତ ଅଟେ । ଆମେରିକାର ନୌସେନାର P-8A ଆଣ୍ଟି-ବୁଡ଼ାଜାହାଜ ବିମାନ ଏବଂ ଈପୀ-୩ଈ ବିମାନ ରବିବାର ଦିନ ଉଡ଼ୁଥିବା ସମୟରେ କିଛି ମିନିଟ୍ ପାଇଁ ଶଂଘାଇର ୭୬.୫ କିଲୋମିଟର ନିକଟ ପର୍ଯ୍ୟନ୍ତ ଆସିଯାଇଥିଲା । ଯାହା ପରେ ଚୀନର ବାୟୁ ନିରାପତ୍ତା ବ୍ୟବସ୍ଥା କଡାକଡି ହୋଇଗଲା । ତେବେ କିଛି ମିନିଟ୍ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇଗଲା ।

ପେକିଙ୍ଗ ବିଶ୍ୱବିଦ୍ୟାଳୟର ଥିଙ୍କ ଟ୍ୟାଙ୍କ ଦକ୍ଷିଣ ଚାଇନା ସାଗର ଷ୍ଟ୍ରାଟେଜିକ୍ ସିଚୁଏସନ ପ୍ରୋବିଙ୍ଗ ଇନିସିଏଟିଭ ଏହି ଘଟଣା ପରେ ଟ୍ୱିଟ୍ କରିଥିଲା ଏବଂ ଏହି ଘଟଣା ବିଷୟରେ ସୂଚନା ଦେଇଛି । ଏଥି ସହିତ ରାତିରେ ଅନ୍ୟ ଏକ ଟ୍ୱିଟ୍ କରି କୁହାଯାଇଛି କି, ଆମେରିକୀୟ ବିମାନ ଫେରି ଯାଇଛି । ବାସ୍ତବରେ ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତାର ବାତାବରଣ ଲାଗି ରହିଛି । ଏହିପରି ଆମେରିକାର ଏହି ପଦକ୍ଷେପ ଚୀନର ହୋଶ୍ ଉଡାଇ ଦେଇଛି । ବିଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ଯୁଦ୍ଧ ବିମାନ ଚୀନର ଅତି ନିକଟବର୍ତ୍ତୀ ହୋଇ ଉଡ଼ିଗଲା ।

ଆମେରିକା ନୌସେନା ନିଜ ଗତିବିଧିକୁ ବଢ଼ାଇଛି
ଆମେରିକା ନିଜର ନୌସେନାକୁ ଭାରତ-ପ୍ରଶାନ୍ତ ମହାସାଗରରେ ନିୟୋଜିତ କରିଛି ଏବଂ ନିକଟ ଅତୀତରେ ଭାରତ-ପ୍ରଶାନ୍ତ ମହାସାଗରରେ ଆମେରିକାର ନୌସେନାର ଗତିବିଧି ବୃଦ୍ଧି ପାଇଛି । ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ବିବାଦ ସମୟରେ ମଧ୍ୟ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରରେ ନିଜର ସକ୍ରିୟତାକୁ ଆହୁରି ବଢାଇ ଦେଇଛି ।
ବାଣିଜ୍ୟ ଦୂତାବାସକୁ ବନ୍ଦ କରିଥିଲା
କିଛି ସମୟ ପୂର୍ବରୁ ହିଁ ଆମେରିକା ହ୍ୟୁଷ୍ଟନ ସହରରେ ଥିବା ଚୀନ୍ ଦୂତାବାସକୁ ବନ୍ଦ କରିଦେଇଥିଲା ଏବଂ ଦୂତାବାସରୁ ଚୀନ୍ ଅଧିକାରୀମାନଙ୍କୁ ବରଖାସ୍ତ କରିଦେଇଥିଲା । ଯାହା ପରେ ଚୀନ୍ ମଧ୍ୟ ସେମାନଙ୍କ ଦେଶରେ ଥିବା ଆମେରିକାର ଗୋଟିଏ ଦୂତାବାସକୁ ବନ୍ଦ କରିଦେଇଥିଲା । ବାସ୍ତବରେ ଆମେରିକାର ଆରୋପ ଏହା ଥିଲା କି, ଚୀନ୍ ଦୂତାବାସରେ କିଛି ସନ୍ଦେହଜନକ କାର୍ଯ୍ୟ ଚାଲୁଥିଲା । ଆମେରିକାରୁ ଜାରି କରାଯାଇଥିବା ଏକ ଭିଡିଓରେ ହ୍ୟୁଷ୍ଟନ ସହରରେ ଅଵସ୍ଥିତ ଚୀନର ଦୂତାବାସରେ କିଛି କାଗଜପତ୍ର ଜଳାଇ ଦିଆଯାଉଛି । ଯାହା ପରେ ଆମେରିକା ଏହି ଦୂତାବାସକୁ ବନ୍ଦ କରିଦେଲା । ବର୍ତ୍ତମାନ ମିଡିଆରେ ଆସିଥିବା ଖବର ମୁତାବକ, ଆମେରିକା ନୌସେନାର P-8A ଆଣ୍ଟି-ବୁଡ଼ାଜାହାଜ ବିମାନ ଏବଂ ଈପୀ-୩ଈ ବିମାନ ରବିବାର ଦିନ ତାଇୱାନ ଷ୍ଟ୍ରେଟ୍ ଉପରୁ ଉଡାଣ ଭରିଛି ।

ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, କରୋନା ଭାଇରସ୍ ପ୍ରସାର ହେବା ପର ଠାରୁ ଆମେରିକା ଚୀନ୍ ଦେଶ ଉପରେ ବହୁତ କ୍ରୋଧିତ ଅଛି । ଆମେରିକା ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି କି, ଯଦି କରୋନା ଭାଇରସ୍ ପ୍ରସାର କରିବାରେ ଚୀନର ହାତ ମିଳେ । ତେବେ ସେ ଏହି ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥି ସହିତ ଚୀନକୁ ଶିକ୍ଷା ଦେବା ପାଇଁ ଆମେରିକା ନିଜର ଅନେକ ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ୍ ସମୁଦ୍ରରେ ନିୟୋଜିତ କରିଦେଇଛି । ଏହି ଯୁଦ୍ଧ ଜାହାଜ ଗୁଡ଼ିକ ଭାରତ-ଚୀନ୍ ସୀମା ବିବାଦ ସମୟରେ ନିୟୋଜିତ କରାଯାଇଥିଲା । ଭାରତ-ଚୀନ୍ ସୀମା ବିବାଦରେ ଆମେରିକା ଭାରତକୁ ସମର୍ଥନ କରିଥିଲା ।