ଗିନିଜ ବୁକରେ ଏକ ଅଜବ ରେକର୍ଡ ସ୍ଥାନ ପାଇଛି ଅମ୍ବାନୀଙ୍କ ବୋହୂ ଶ୍ଳୋକାଙ୍କ ହାର !

ଗିନିଜ ବୁକରେ ଏକ ଅଜବ ରେକର୍ଡ ସ୍ଥାନ ପାଇଛି ଅମ୍ବାନୀଙ୍କ ବୋହୂ ଶ୍ଳୋକାଙ୍କ ହାର !

ଭାରତର ଉଦ୍ୟୋଗପତି ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ମଧ୍ୟରେ ସାମିଲ୍ ଅଛନ୍ତି । ଭାରତରେ ତାଙ୍କର ମୁକାବିଲା କେହି କରିପାରନ୍ତି ନାହିଁ । ଅମ୍ବାନୀ ଓ ତାଙ୍କ ପରିବାର କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହେ । ଆଇପିଏଲରେ ମଧ୍ୟ ଅମ୍ବାନୀ-ଅମ୍ବାନୀ ଶୁଣିବାକୁ ମିଳେ । ଅମ୍ବାନୀଙ୍କ ସ୍ୱାମିତ୍ତରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଦଳ ଅଟେ । ରୋହିତ ଶର୍ମାଙ୍କ କପ୍ତାନୀରେ ଏହି ଦଳ ବହୁତ ଭଲ ପ୍ରଦର୍ଶନ କରୁଛି । ନିତା ଅମ୍ବାନୀ ସବୁବେଳେ ନିଜ ଦଳକୁ ଚିୟର କରିବା ପାଇଁ କ୍ରିକେଟ ଖେଳ ପଡ଼ିଆରେ ନଜର ଆସନ୍ତି ।

ଏହା ବ୍ୟତୀତ ଯେତେବେଳେ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ହେଲା ତ ଏହା ମଧ୍ୟ ସବୁଆଡେ ଚର୍ଚ୍ଚା ହୋଇଥିଲା । ରାଜନୀତି, ଖେଳ ଓ ବଲିଉଡ଼ କଳାକାରଙ୍କ ସହିତ ସମସ୍ତ ଚର୍ଚ୍ଚିତ କଳାକାରଙ୍କ ବ୍ୟତୀତ ଏହି ବାହାଘରେ ବିଦେଶୀ ଅତିଥିମାନେ ମଧ୍ୟ ଆସିଥିଲେ । ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର ହୀରା ବ୍ୟବସାୟୀ ରସେଲ୍ ମେହତାଙ୍କ ଝିଅ ଶ୍ଳୋକା ମେହତାଙ୍କ ସହିତ ହୋଇଥିଲା । ଦୁହିଁଙ୍କ ବିବାହ ୭ ମାର୍ଚ୍ଚ ୨୦୧୯ କୁ ହୋଇଥିଲା । ଆପଣଙ୍କୁ ସୁଚାଇଦେଉଛୁ ଯେ ଏହି ବିବାହର ସମସ୍ତ ରୀତିନୀତି ବହୁତ ଭବ୍ୟ ରୂପେ ସମ୍ପୂର୍ଣ୍ଣ କରାଯାଇଥିଲା ।

ଏହି ବିବାହ ଯଦି ସବୁଠାରୁ ଅଧିକ କାହାର ଦୃଷ୍ଟି ଆକର୍ଷଣ କରିଥିଲା ତେବେ ତାହା ଥିଲା ବଧୂଙ୍କ ହାର । ସୂଚନା ଅନୁଯାୟୀ ଯେତେବେଳେ ଶ୍ଳୋକା ଘରକୁ ଆସିଲେ ସେତେବେଳେ ନିତା ତାଙ୍କୁ ଏହି ହାର ଦେଇଥିଲେ । ନିତା ଅମ୍ବାନୀଙ୍କ ଦ୍ଵାରା ଦିଆଯାଇଥିବା ଏହି ହାରକୁ ସବୁଠାରୁ ଅଧିକ ମହଙ୍ଗା ହାର ବୋଲି କୁହାଯାଉଛି । ଖବର ଅନୁସାରେ ସେହି ହାରକୁ ଗିନିଜ୍ ବୁକ ଅଫ୍ ୱାଲର୍ଡ଼ ରେକର୍ଡ ବିଶ୍ୱର ସବୁଠୁ ମହଙ୍ଗା ହାର ହୋଇଥିବାର ପ୍ରମାଣ ଦେଇଛି ।

ଏହି ନାମର ହାରକୁ ଇଂକମ୍ପେରେବଲ ବୋଲି କୁହାଯାଉଛି । ଯାହାକି ବହୁତ ପ୍ରସିଦ୍ଧ ଅଟେ । ଏହି ହାରର ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି କୁହାଯାଉଛି । ବିଶ୍ୱର ଏହି ପ୍ରଥମ ଓ ୟୁନିକ୍ ହାରକୁ ଲେବନିଜ୍ ଜୋହରୀ ମୌଆଡ଼ ଦ୍ୱାରା ଡିଜାଇନ୍ କରାଯାଇଥିଲା । ଏହି ହାରରେ ୪୦୭ କ୍ୟାରେଟ ହୀରା ବ୍ୟବହୃତ ହୋଇଥିଲା । ଯାହାକି ବହୁତ ଅଲଗା ଥିଲା । ଏହି ହିରୋକୁ ୧୯୮୦ରେ ଆଫ୍ରିକାରେ ଖୋଜା ଯାଇଥିଲା । ଏହି ହାରକୁ ୯୧ଟି ହୀରା ଦ୍ଵାରା ସୁନ୍ଦର କରାଯାଇଥିଲା ।

ନିତା ଅମ୍ବାନୀ ପ୍ରଥମେ ନିଜ ବଡ଼ ବୋହୂକୁ ନିଜ ପାରମ୍ପରିକ ହାର ଦେବାକୁ ଚାହୁଁଥିଲେ । ଯାହାକି ତାଙ୍କୁ ତାଙ୍କ ଶାଶୁ କୋକିଲାବେନ ଦେଇଥିଲେ, ପରେ ସେ ନିଜ ବୋହୂକୁ ସବୁଠାରୁ ଅଧିକ ମହଙ୍ଗା ହାର ଦେବା ପାଇଁ ନିଷ୍ପତ୍ତି କଲେ । ନିକଟରେ ଅମ୍ବାନୀ ପରିବାର ଘରେ ଏକ ପୁତ୍ର ସନ୍ତାନ ଜାତ ହେଲା । ଆକାଶ ଅମ୍ବାନୀ ଓ ଶ୍ଳୋକା ମେହତା ଅମ୍ବାନୀ ମିଶି ନିଜ ପୁଅର ନାମ ପୃଥୀ ଆକାଶ ଅମ୍ବାନୀ ରଖିଛନ୍ତି । ଜଣାଇଦେଉଛୁ ଯେ ବ୍ଲ୍ୟୁମ ବର୍ଗ ବିଲେନିୟର ଇଂଡ଼େକ୍ସ’ ରିୟଲ୍ ଟାଇମ୍ ନେଟୱାର୍କ ଅନୁଯାୟୀ ମୁକେଶ ଅମ୍ବାନୀର ସମ୍ପତ୍ତି ପାଖାପାଖି ୭୧.୨ ବିଲିୟନ୍ ଡ଼ଲାର ପାଖାପାଖି ଅଟେ ।

Leave a Reply

Your email address will not be published. Required fields are marked *