ଅମ୍ବାନୀଙ୍କ ସଫଳତା : ରିଲାଏନ୍ସ ଜିଓକୁ ହେଲା ୧୮୨%ର ଲାଭ, ଜାଣନ୍ତୁ ଅନ୍ୟ କମ୍ପାନୀ ଗୁଡ଼ିକର ଅବସ୍ଥା

ଯେବେଠାରୁ ରିଲାଏନ୍ସ ଜିଓ ବଜାରକୁ ଆସଛି ତେବେଠାରୁ ଟେଲିକମ୍ ଅପରେଟର୍ସ ମାନଙ୍କ ରାତିର ନିଦ ହଜିଯାଇଛି । ତାହା ରିଲାଏନ୍ସ ଜିଓ ହିଁ ଥିଲା ଯିଏ କମ୍ ଟଙ୍କାରେ ଗ୍ରାହକ ମାନଙ୍କ ପାଇଁ ଅଧିକ ଲାଭ ଥିବା ରିଚାର୍ଜ ଯୋଜନା ଆଣିଥିଲା । ଗତ କିଛି ବର୍ଷ ମଧ୍ୟରେ ଏହି କମ୍ପାନୀକୁ ଅନେକ ଲାଭ ମଧ୍ୟ ମିଳିଛି । ବର୍ତ୍ତମାନ ରିଲାଏନ୍ସ ଜିଓର ଲାଭ ଓ ରେବେନ୍ୟୁରେ ବାରମ୍ବାର ବୃଦ୍ଧି ହେବାରେ ଲାଗିଛି । ରିଲାଏନ୍ସ ଜିଓ କାରଣରୁ ଦେଶର ଅନେକ ଟେଲିକମ୍ ଅପରେଟର୍ସ ନିଜର କମ୍ପାନୀ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ଜିଓର ପ୍ରତିସ୍ପର୍ଦ୍ଧି କମ୍ପାନୀ ମଧ୍ୟରେ କେବଳ ଦୁଇଟି କମ୍ପାନୀ ସାମିଲ ରହିଛି ଏୟାରଟେଲ ଓ ଭୋଡ଼ାଫୋନ – ଆଇଡ଼ିଆ । ଯଦିଓ ରିଲାଏନ୍ସ ଜିଓ ଯେଭଳି ଭାବରେ ଲାଭବାନ ହେଉଛି ଓ ପ୍ରଚଳିତ ହେଉଛି ସେହି ସ୍ଥାନରେ ଏୟାରଟେଲ୍ ଓ ଭୋଡ଼ାଫୋନ ଆଇଡ଼ିଆ ମଧ୍ୟ ପଛରେ ପଡିଯାଇଛି ।

ରିଲାଏନ୍ସ ଜିଓକୁ ହେଲା ୧୮୨%ର ଲାଭ

newstrend

‘ରିଲାଏନ୍ସ ଜିଓ’ର ନେତୃତ୍ୱରେ ରିଏଲାନ୍ସ କମ୍ପାନୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଅଟନ୍ତି । କରୋନା ମହାମାରୀର ଏହି ସମୟରେ ତାଙ୍କ କମ୍ପାନୀ ରିଲାଏନ୍ସ କମ୍ପାନୀ ଲିମିଟେଡ଼କୁ ପେଟ୍ରୋକେମିକାଲ୍ସର ବ୍ୟବସାୟର କ୍ଷତି ଘଟିଛି କିନ୍ତୁ ଏହାର ପୂର୍ତ୍ତି ରିଲାଏନ୍ସ ଜିଓ କରିଦେଇଛି । ବାସ୍ତବରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ତିନି ମାସ ପର୍ଯ୍ୟନ୍ତ ରିଲାଏନ୍ସ କମ୍ପାନୀର ସମୂହ ଟେଲିକମ୍ କମ୍ପାନୀର ଲାଭରେ ୧୮୨ ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଏତିକିନୁହେଁ ତାଙ୍କ ରେନେଭ୍ୟୁରେ ମଧ୍ୟ ୩୩.୭୬ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ରୋଜଗାର କଲେ ଏତେ କୋଟି ଟଙ୍କା

newstrend

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ରିଲାଏନ୍ସ ଜିଓ ମୋଟ ୨,୫୨୦ କୋଟି ଟଙ୍କା ନେଟ୍ ପ୍ରଫିଟ୍ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ତାଙ୍କୁ ୮୯୧ କୋଟି ଟଙ୍କାର ଲାଭ ହୋଇଛି । ପରେ ଦ୍ୱିତୀୟ ତିନି ମାସ ମଧ୍ୟରେ ଏହା ୯୯୦ କୋଟି ଟଙ୍କା ହୋଇଯାଇଛି । ତୃତୀୟ କ୍ୱାଟରରେ କମ୍ପାନୀ ୧,୩୫୦ କୋଟି ଟଙ୍କାର ପ୍ରଫିଟ୍ ପାଇଥିଲେ। ଏବଂ ଚତୁର୍ଥ ତିନି ମାସ ମଧ୍ୟରେ ତାଙ୍କୁ ପୁରାପୁରି ୨୩୩୧ କୋଟି ଟଙ୍କାର ଲାଭ ହୋଇଥିଲା ।

ଏୟାରଟେଲକୁ ହେଲା କ୍ଷତି

newstrend

ଯେଉଁଠାରେ ଗୋଟିଏ ପକ୍ଷରେ ରିଲାଏନ୍ସ ଜିଓ ଲାଭ ଓ ରେଭେନ୍ୟୁ ବାରମ୍ବାର ବୃଦ୍ଧି ହେବାରେ ଲାଗିଛି ଅନ୍ୟପକ୍ଷରେ ଏୟାରଟେଲର କ୍ଷତି ଘଟୁଛି । ତାହାକୁ ଜୁନ୍ ମାସରେ ୧୫,୯୩୩ କୋଟି ଟଙ୍କାର ନେଟ୍ ଲସ୍ ବା କ୍ଷତି ଘଟିଛି । ଗତ ବର୍ଷର ଜୁନ୍ ମାସରେ ଏୟାରଟେଲ୍ ୨,୮୬୬ କୋଟି ଟଙ୍କାର କ୍ଷତି ସାଧନ ହୋଇଥିଲା । ଏଥିରେ ଏମାନଙ୍କ ଏଡ଼ଜଷ୍ଟେଡ଼ ଗ୍ରାସ୍ ରେଭେନ୍ୟୁରେ ସରକାରଙ୍କୁ ଦିଆଯାଉଥିବା ଟଙ୍କା ମଧ୍ୟ ସାମିଲ ଅଛି । ଯଦି ଏହାକୁ ହଟାଇ ଦିଆଯିବ ତେବେ ଏୟାରଟେଲର ନେଟ୍ ଲସ୍ ୪୩୬ କୋଟି ଟଙ୍କାର ଚାଲିଯିବ । ଏହା ବ୍ୟତୀତ ମାର୍ଚ୍ଚ ମାସରେ ୪୭୧ କୋଟି ଟଙ୍କାର କ୍ଷତି ହୋଇଥିଲା ।

ଭୋଡ଼ାଫୋନ ଆଇଡ଼ିଆର ମଧ୍ୟ ରହିଛି ଖରାପ ଅବସ୍ଥା

ଭୋଡ଼ାଫୋନ ଆଇଡ଼ିଆର ଅବସ୍ଥା ଏୟାରଟେଲ୍ ଠାରୁ ଆହୁରି ଅଧିକ ଖରାପ ଅଟେ । ସେ କମ୍ପାନୀ ଖରାପ ଭାବରେ ଋଣରେ ବୁଡି ଯାଇଛନ୍ତି । ତାଙ୍କ ୟୁଜର ବେଶ୍ ମଧ୍ୟ ବାରମ୍ବାର କମିବାରେ ଲାଗିଛି । ଏହିପରି ସେମାନେ ଜୁନ୍ ମାସର ଫଳାଫଳ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରି ନାହାଁନ୍ତି । ସେହିପରି ମାର୍ଚ୍ଚ ମାସର ସମାପ୍ତି ଆଡକୁ ଆଲୋଚନା କରିବା ତେବେ କମ୍ପାନୀକୁ ୧୧,୬୪୩ କୋଟି ଟଙ୍କାର କ୍ଷତି ହୋଇଥିଲା ।

newstrend

ବାସ୍ତବରେ ଏହି ଦୁଇଟି ଟେଲିକମ୍ ଅପରେଟର୍ସ ରିଏଲାନ୍ସ ଜିଓ ସମ୍ମୁଖରେ ସ୍ଥଗିତ ହୋଇ ରହିପାରୁନାହାନ୍ତି । ଯେବେଠାରୁ ଜିଓ ଲଞ୍ଚ ହୋଇଛି ତେବେଠାରୁ ଏହି ଦୁଇଟି କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡୁଛି । ଏଥିରୁ ଏମାନଙ୍କ ବ୍ୟବସାୟିକ ପ୍ରଗତିକୁ ଜବରଦସ୍ତ ଝଟକା ଲାଗିଛି ।

Leave a Reply

Your email address will not be published. Required fields are marked *