ଦେଶର ସାହାଯ୍ୟ ପାଇଁ ଆଗେଇ ଆସିଲେ ଅମ୍ବାନୀ ପରିବାର ! ‘ଅକ୍ସୀଜେନ୍’ର ୨୪ ଟେକର୍ସ କଲେ ଏୟାରଲିଫ୍ଟ…

ଦେଶର ସାହାଯ୍ୟ ପାଇଁ ଆଗେଇ ଆସିଲେ ଅମ୍ବାନୀ ପରିବାର ! ‘ଅକ୍ସୀଜେନ୍’ର ୨୪ ଟେକର୍ସ କଲେ ଏୟାରଲିଫ୍ଟ…

‘କରୋନା ଭାଇରସ୍’ର ଦ୍ୱିତୀୟ ଲହରୀ ସାରା ଦେଶରେ ଖେଳି ଯାଇଛି । ଅମ୍ଳଜାନ୍ ଅଭାବରୁ କିଛି ଜୀବନ ଶେଷ ହୋଇଯାଉଛି ତ ଆଉ କିଛି ଏହି ରୋଗ ସହ ଲଢ଼ୁଛନ୍ତି । ଏମିତିରେ ଅନେକ ବଡ଼ ବଡ଼ ସହାୟତାର ହାତ ଆଗକୁ ଆସିଛି ଯେଉଁଥିରୁ ଗୋଟାଏ ରିଏଲାନ୍ସ ମଧ୍ୟ ଅଟେ ମୁକେଶ୍ ଅମ୍ବାନୀଙ୍କ ରିଏଲାନ୍ସ ଯିଏକି ମିଶନ୍ ଅକ୍ସିଜେନ୍ ଆରମ୍ଭ କରି ଦେଇଛନ୍ତି ।

ବଡ଼ କଥାଟି ଏହିକିଯେ ନିଜେ ରିଏଲାନ୍ସ ଇଣ୍ଡଷ୍ଟ୍ରିଜର୍ ଚେୟାରମ୍ୟାନ୍ ମୁକେଶ୍ ଅମ୍ବାନୀ ଓ ‘ରିଏଲାନ୍ସ ଫାଉଣ୍ଡେସନ୍’ର ଚେୟାର୍ ପର୍ସନ୍ ଏବଂ ସଂସ୍ଥାପକ ନିତା ଅମ୍ବାନୀ ଏହାର ଭାର ସମ୍ଭାଳିଛନ୍ତି । ଯେଉଁଥିରୁ ଦେଶର ସେହି ରାଜ୍ୟ ଗୁଡିକରେ ଅକ୍ସିଜେନ୍ ବା ଅମ୍ଳଜାନ୍ ଯୋଗାଣ କରିବା କାର୍ଯ୍ୟ ଯୁଦ୍ଧ ସ୍ତରରେ ଆରମ୍ଭ କରାଯାଇଛି ଯେଉଁଠାରେ ଏହା ଅତ୍ୟନ୍ତ ଜରୁରୀ ସେଠାରେ ଏହାକୁ ମାଗଣା କରି ଦିଆଯାଇଛି ।

ରିଏଲାନ୍ସଙ୍କ ମିଶନ୍ ଅକ୍ସିଜେନ୍

ରିଏଲାନ୍ସ ଅକ୍ସିଜେନ୍ ଯୋଗାଣ ଚେନକୁ ବଢାଇବା ପାଇଁ ସାଉଦି ଆରବ୍, ଜର୍ମାନୀ, ବେଲଜିୟମ୍, ନେଦରଲ୍ୟାଣ୍ଡ ଏବଂ ଥାଇଲ୍ୟାଣ୍ଡରୁ ୨୪ ଅକ୍ସିଜେନ୍ ଟେକର୍ସ ଏୟାରଲିଫ୍ଟ କରାଇଛି । ଦେଶରେ ତରଳ ଅମ୍ଳଜାନର ମୋଟ ପରିବହନ କ୍ଷମତାରୁ ଏଥିରେ ୫୦୦ MT ବୃଦ୍ଧି ହୋଇଛି ।

ରିଏଲାନ୍ସ ଆଜି ଭାରତର ପାଖପାଖି ୧୧% ମେଡ଼ିକାଲ୍ ଗ୍ରେଡ୍ ଅକ୍ସିଜେନର ଉତ୍ପାଦନ ଏକୁଟିଆ କରୁଛନ୍ତି ଏବଂ ସମସ୍ତ ଦଶଜଣ ମଧ୍ୟରୁ ଜଣେ ରୋଗୀଙ୍କୁ ଅମ୍ଳଜାନ୍ ଦିଆଯାଉଛି ।

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଏଲାନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିଜ ଜାମନଗର ତେଲ ରିଫାଇନାରୀରେ ପ୍ରତିଦିନ ୧୦୦୦ ଏମଟିରୁ ଅଧିକ ମେଡ଼ିକାଲ୍-ଗ୍ରେଡ୍ ଅକ୍ସିଜେନର ଉତ୍ପାଦନ କରୁଛନ୍ତି । ଏଠାରେ ଅକ୍ସିଜେନ୍ କୋଭିଡ୍-୧୯ରୁ ଖରାପ ଭାବେ ପ୍ରଭାବିତ ରାଜ୍ୟମାନଙ୍କୁ ମାଗଣାରେ ଉପଲବ୍ଧ କରାଯାଉଛି ।

ମୁକେଶ୍ ଅମ୍ବାନୀ ରଖିଛନ୍ତି ନଜର

ରିଏଲାନ୍ସର ମିଶନ୍ ଅକ୍ସିଜେନର ଦେଖାଶୁଣା ନିଜେ ମୁକେଶ ଅମ୍ବାନୀ କରୁଛନ୍ତି । ପ୍ରଥମ ରିଏଲାନ୍ସର ଜାମନଗର ସ୍ଥିତ ରିଫାଇନାରୀ ବହୁତଗୁଡ଼ିଏ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇ ଅଧିକରୁ ଅଧିକ ଜୀବନଦାୟୀ ଅମ୍ଳଜାନ ନିର୍ମାଣ କରିବାକୁ ପଡ଼ିବ ।

ଅନ୍ୟଟି ଲୋଡିଙ୍ଗ ଓ ପରିବହନ କ୍ଷମତା ବୃଦ୍ଧି କାରଣ ଅସହାୟ ରାଜ୍ୟ ପର୍ଯ୍ୟନ୍ତ ଅକ୍ସିଜେନକୁ ସୁରକ୍ଷିତ ଭାବେ ପହଞ୍ଚା ଯାଇ ପାରିବ ।

ଆପଣଙ୍କୁ ସୁଚାଇଦେଉଛୁ ଯେ, ଖୁବ୍ କମ୍ ସମୟରେ ରିଏଲାନ୍ସ ମେଡ଼ିକାଲ୍ ଗ୍ରେଡ୍ ଅକ୍ସିଜେନର ଉତ୍ପାଦନ ଶୂନ୍ୟରୁ ୧୦୦୦ ଏମିଟି ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛନ୍ତି । ଏତେ ଅମ୍ଳଜାନରୁ ପ୍ରତ୍ୟେକ ଦିନ ୧ ଲକ୍ଷ ରୋଗୀଙ୍କୁ ସାହାଯ୍ୟ ମିଳିପାରିବ । ରିଏଲାନ୍ସର ଜାମନଗର ରିଫାଇନାରୀରେ କଞ୍ଚା ତେଲରୁ ଡ଼ିଜେଲ୍, ପେଟ୍ରୋଲ୍ ଏବଂ ଜେଟ୍ ଇନ୍ଧନ ଭଳି ଉତ୍ପାଦ ପ୍ରସ୍ତୁତ କରାଯିବ, ଏଠାରେ ମେଡ଼ିକାଲ୍ ଗ୍ରେଡ୍ ଅମ୍ଳଜାନର ଉତ୍ପାଦନ କରାଯାଏ ନାହିଁ ।

କିନ୍ତୁ କରୋନା ଭାଇରସ୍ ମାମଲାରେ ବୃଦ୍ଧି ଓ ଅମ୍ଳଜାନର ମାଙ୍ଗକୁ ଲକ୍ଷ୍ୟ କରି ରିଏଲାନ୍ସ ନିଜ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରି ମେଡ଼ିକାଲ୍ ଗ୍ରେଡ୍ ଅମ୍ଳଜାନର ଉତ୍ପାଦନ ଆରମ୍ଭ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *