ଆକାଶରେ ଏକ ସପ୍ତାହ ପାଇଁ ଦେଖାଯିବ ଅଦ୍ଭୂତ ଦୃଶ୍ୟ ‍! ସୂର୍ଯ୍ୟଦୟ ପୂର୍ବରୁ ଦେଖିବେ ଏକାସହ ୫ଟି ଗ୍ରହ ।

ଆକାଶରେ ଏକ ସପ୍ତାହ ପାଇଁ ଦେଖାଯିବ ଅଦ୍ଭୂତ ଦୃଶ୍ୟ ‍! ସୂର୍ଯ୍ୟଦୟ ପୂର୍ବରୁ ଦେଖିବେ ଏକାସହ ୫ଟି ଗ୍ରହ ।

ସୌରମଣ୍ଡଳରେ ଗ୍ରହ ମାନଙ୍କୁ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ଭଲ ଟେଲିସ୍କୋପ ବିନା ଗ୍ରହ ମାନଙ୍କୁ ଦେଖିବା ସମ୍ଭବପର ନୁହେଁ । ବହୁତ କମ୍ ଲୋକ ଏହି ଗ୍ରହ ମାନଙ୍କୁ ଦେଖିପାରନ୍ତି ।

google

କିନ୍ତୁ ଆମେ ଆପଣଙ୍କ ପାଇଁ ଏକ ଏପରି ଉପାୟ ଆଣିଛୁ ଯେଉଁଥିରେକି ଆପଣ ଖାଲି ଆଖିରେ ଗ୍ରହମାନଙ୍କୁ ଦେଖି ପାରିବେ ଓ ଏଥିପାଇଁ କୌଣସି ଭଲ ଟେଲିସ୍କୋପ୍ ଦରକାର ହେବନାହିଁ ।

ରବିବାର ସକାଳୁ ୨୫ ଜୁଲାଇ ପଯ୍ୟନ୍ତ ଆପଣମାନେ ଖାଲି ଆଖିରେ ୫ଟି ଗ୍ରହଙ୍କୁ ଦେଖିପାରିବେ । ଏହି ବିରଳ ଦୃଶ୍ୟ ଦେଖିବା ପାଇଁ କୌଣସି ଟେଲିସ୍କୋପର ଆବଶ୍ୟକତା ପଡିବ ନାହିଁ । ଏହି ବିରଳ ଦୃଶ୍ୟ ସୂର୍ଯ୍ୟଦେୟର ୪୦ ମିନିଟ୍ ପୂର୍ବରୁ ଦୃଶ୍ୟମାନ ହେବ । ଏହା ବାରମ୍ବାର ଏକ ସପ୍ତାହ ପଯ୍ୟନ୍ତ ଦେଖାଯିବ ।

google

ଏହି ସମୟରେ ଆପଣ ମାନେ ବୁଧ, ଶୁକ୍ର, ବୃହଷ୍ପତି ଓ ସନୀକୁ ଏକାସାଥିରେ ଖାଲି ଆଖିରେ ଦେଖି ପାରିବେ । ସୌରମଣ୍ଡଳର ବୈଜ୍ଞାନିକ ମାନେ କହିଛନ୍ତି କି ଏହି ବିରଳ ଦୃଶ୍ୟ ୪୫ ମିନିଟ୍ ଦେଖାଯିବ ଓ ସୂର୍ଯ୍ୟଦେୟର ଏକ ଘଣ୍ଟା ପୂର୍ବରୁ ଏହି ବିରଳ ଦୃଶ୍ୟକୁ ଆପଣ ମାନେ ଖାଲି ଆଖିରେ ଦେଖିପାରିବେ ।

ଖଗୋଳସାସ୍ତ୍ରୀ ଜୋଫ୍ରା ହଟଙ୍କ କହିବା ଅନୁଯାୟୀ ଏହି ବିରଳ ଦୃଶ୍ୟ ବହୁତ ଦେଶରେ ଦେଖିବାକୁ ମିଳିବ । ଶୁକ୍ର ଗ୍ରହ ଉତ୍ତର ପୂର୍ବ ଦେଶରେ ତାରା ଭଳି ଆଲୋକ ପ୍ରଦାନ କରିବ ଓ ସେହିପରି ଦକ୍ଷିଣରେ ମଧ୍ୟ ମଙ୍ଗଳ ତାରା ଭଳି ଦେଖାଯିବ ।

google

ଏହିପରି ଦକ୍ଷିଣ ଓ ପଶ୍ଚିମ ଦିଗରେ ବୃହଷ୍ପତି ଓ ସନୀ ଦୃଶ୍ୟମାନ ହେବେ କିନ୍ତୁ ଏହି ସମୟରେ ୪ଟି ଗ୍ରହଙ୍କୁ ଖାଲି ଆଖିରେ ସ୍ପଷ୍ଟ ଦେଖିପାରିବା କିନ୍ତୁ ବୁଧ ଗ୍ରହକୁ ବିନା ଟେଲିସ୍କୋପରେ ଦେଖିବାକୁ ଟିକେ ଅସୁବିଧା ହେବ । ଏହି ଅଦ୍ଭୂତ ଦୃଶ୍ୟ ଦେଖିବାପାଇଁ ଆପଣ Google sky ଏପର ସହାୟତା ନେଇ ପାରିବେ ।

Leave a Reply

Your email address will not be published. Required fields are marked *