କରୋନା ଠାରୁ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ତିନୋଟି କଥା ଗଣ୍ଠି ବାନ୍ଧିଦିଅନ୍ତୁ !

କରୋନା ଠାରୁ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ତିନୋଟି କଥା ଗଣ୍ଠି ବାନ୍ଧିଦିଅନ୍ତୁ !

ପୁଣି କରୋନା ବଢ଼ିବାରେ ଲାଗିଛି ଏହି ପରିସ୍ଥିତିରେ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି; ତେବେ ଆଜିର ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ । ଏହି ଆର୍ଟିକିଲରେ ଆମେ ଆପଣଙ୍କ ସହିତ କିଛି ଘରୋଇ ଉପଚାର ସେୟାର୍ କରିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ୩ଟି ଘରୋଇ ଉପଚାର ଜଣାଇବୁ । ଯାହାଦ୍ୱାରା ଆପଣ ଏହି ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ।

ପ୍ରଥମ ଉପଚାର:-

ପ୍ରଥମତଃ ଆପଣ ଅପଣଙ୍କ ଦିନର ଆରମ୍ଭ ଗୋଲଡେନ ୱାଟରରୁ କରନ୍ତୁ । ଆପଣ ଭାବୁଥିବେ ଏହି ଗୋଲାଡେନ ୱାଟର କଣ ? ତେବେ ଆସନ୍ତୁ ଜାଣିବା ଗୋଲାଡେନ ୱାଟାର କଣ :

ଏହି ଗୋଲାଡେନ ଜଳ ବନାଇବା ପାଇଁ ଆପଣ ଏକ ଗ୍ଲାସରେ ଉଷୁମ ପାଣି ନେଇ ସେଥିରେ ଅଧା ଚାମଚ ହଳଦି ମିଶାନ୍ତୁ । ଏହାପରେ ଏଥିରେ ଅଧା ଚାମଚ ଲୁଣ ମିଶାନ୍ତୁ ଏବଂ ଏହିସବୁ ପଦାର୍ଥକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣଙ୍କ ଗୋଲାଡେନ ୱାଟର ପ୍ରସ୍ତୁତ ହୋଇଯିବ । ଏହାକୁ ଆପଣ ପାଟିରେ ରଖି ଗଳ ଗଳ କରନ୍ତୁ । କାରଣ କରୋନା ଭୂତାଣୁ ଆପଣଙ୍କ ଆଖି, ପାଟି କିମ୍ବା ନାକ ମଧ୍ୟ ଦେଇ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଏବଂ ଏହି ଭୁତାଣୁ ଆମ ଗଳାରେ ଅଟକି ଥାଏ ଏବଂ ଚାରି ଦିନ ପର୍ଯ୍ୟନ୍ତ ଏହା ଆପଣଙ୍କ ଗଳାରେ ଲାଗିରହିଥାଏ । ଯାହାଦ୍ୱାରା ଆମ ଗଳା ଫୁଲି ଯାଇଥାଏ ବା ବହୁତ ଅଧୁକ କାଶ ହୋଇଥାଏ ।

ଯଦି ଆପଣ ଉଷୁମ ପାଣିରେ ହଳଦି କିମ୍ବା ଲୁଣ ମିଶାଇ ଗଳ ଗଳ କରିବେ; ତେବେ ହଳଦିର ଆଣ୍ଟି ଭାଇରାଲ୍ ଗୁଣ ଏବଂ ଲୁଣରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଯାଇଥାଏ । ଯାହାଦ୍ୱାରା ମହାମାରୀ କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିପାରେ ନାହିଁ । ଅନ୍ୟ ଏକ କଥା ହେଉଛି ଯଦି ଆପଣ ସାଧାରଣ ପାଣି ବ୍ୟତୀତ ଉଷୁମ ପାଣିରେ ଏହାର ସେବନ କରିବେ; ତେବେ ଗଳାରେ କଷ୍ଟ, ଥଣ୍ଡା, କାଶ, ଜ୍ୱର ବା କରୋନା ଭୂତାଣୁ ବ୍ୟତୀତ ଯଦି ଆପଣଙ୍କୁ ଫ୍ଲୁ ଅଛି; ତେବେ ଏହା କମିବାରେ ଲାଗିଥାଏ । ଏହାଦ୍ୱାରା ଆପଣଙ୍କର ସ୍ୱର ମଧ୍ୟ ମଧୁର ହୋଇଥାଏ । ଏହି ଉପାୟକୁ ଆପଣ ସକାଳେ କରନ୍ତୁ । ଯଦି ଆପଣ ଦିନ ସାରା ବାହାରେ ରହୁଛନ୍ତି; ତେବେ ଏହାକୁ ରାତ୍ରିରେ ମଧ୍ୟ କରନ୍ତୁ । ହଳଦିର ଏକ ସହଜ ଉପାୟ ଅତ୍ୟନ୍ତ ଫଳପ୍ରଦାୟକ ଅଟେ, ଏହାକୁ ସମସ୍ତେ ନିଶ୍ଚିତ ବ୍ୟବହାର କରନ୍ତୁ ।

ଦ୍ୱିତୀୟ ଉପଚାର :-

ଦ୍ୱିତୀୟରେ ଆପଣ ଗୋଲଡେନ ମିଳ୍କର ନିଶ୍ଚିତ ସେବନ କରନ୍ତୁ । ଏକ ଗ୍ଲାସ କ୍ଷୀରରେ ଆପଣ ଅଧା ଚାମଚ ହଳଦି ମିଶାଇ ସକାଳୁ କିମ୍ବା ସନ୍ଧ୍ୟାରେ ନିଶ୍ଚିତ ସେବନ କରନ୍ତୁ । କ୍ଷୀରରେ ହଳଦି ମିଶାଇ ସେବନ କରିବା ଦ୍ଵାରା ଇମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ ଓ ଗଳାର କଷ୍ଟକୁ ମଧ୍ୟ ଦୂର କରିଥାଏ । ଏହା ଏକ ବହୁତ ଭଲ ଇମ୍ୟୁନିଟି ବୁଷ୍ଟର ଅଟେ ।

ତୃତୀୟ:- ତୃତୀୟରେ ଆପଣ ଗିଲୟର ସେବନ ନିଶ୍ଚିତ କରନ୍ତୁ । ଏହାକୁ ସଂସ୍କୃତରେ ଅମୃତା କୁହାଯାଇଥାଏ । କାରଣ ଏହା ଅମୃତ ଭଳି ଫଳ ଦାୟୀ ଅଟେ । ଏହା କେବେହେଲେ ମରିନଥାଏ । ଏହାର ପତ୍ରର ରସ କିମ୍ବା ଡାଳକୁ କାଢାରେ ମିଶାଇ ସେବନ କରିପାରିବେ । ଯଦି ଆପଣଙ୍କ ଘରେ ଏହି ଗଛ ନାହିଁ । ତେବେ ଏହାର ଜୁସ ବା ଟାଵଲେଟ ମାର୍କେଟରେ ଅତି ସହଜରେ ମିଳିଯାଇଥାଏ । ଏକ ଗ୍ଲାସ ପାଣିରେ ଏହାର ୧୫ରୁ ୨୦ ମିଲି.ଲିଟର ରସ ମିଶାଇ ପ୍ରତିଦିନ ସେବନ କରନ୍ତୁ । ଏହା କରିବା ଦ୍ୱାରା କୌଣସି ପ୍ରକାରର ଜ୍ୱର ଆପଣଙ୍କୁ ହୋଇନଥାଏ ।

Leave a Reply

Your email address will not be published. Required fields are marked *