‘ହୃଦ୍-ଘାତ’ ହେବାର ଏକ ମାସ ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ !

‘ହୃଦ୍-ଘାତ’ ହେବାର ଏକ ମାସ ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ !

ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହାର୍ଟଆଟାକ୍ ଦ୍ଵାରା ହେଇଥାଏ କିନ୍ତୁ ହାର୍ଟଆଟାକ୍ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଦେଇଥାଏ । ଲୋକମାନେ ଏହି ଲକ୍ଷଣଗୁଡ଼ିକୁ ସାଧାରଣ ଭାବରେ ଧ୍ୟାନ ଦିଅନ୍ତି ନାହିଁ । ଯାହାଦ୍ଵାରା ସେମାନଙ୍କର ମୃତ୍ୟୁ ହେଇଥାଏ ।

ହୃତପିଣ୍ଡର କୌଣସି ଅଂଶ ବ୍ଲକ୍ ହେଇ ଯିବା ଦ୍ଵାରା ହାର୍ଟଆଟାକ୍ ହେଇଥାଏ । କାରଣ ହାର୍ଟକୁ ଠିକ୍ ମାତ୍ରାରେ ଅମ୍ଳଜାନ୍ ଯୁକ୍ତ ରକ୍ତ ମିଳି ପାରିନଥାଏ । ଠିକ୍ ସମୟରେ ଯଦି ଚିକିତ୍ସା ହେଇ ନଥାଏ ତାହେଲେ ମୃତ୍ୟୁ ବି ହେଇପାରେ । ତେବେ ଆସନ୍ତୁ ଜାଣିବା ହାର୍ଟଆଟାକ୍ ଆସିବା ପୂର୍ବରୁ ମିଳିଥିବା କିଛି ଲକ୍ଷଣ ବିଷୟରେ ।

ପ୍ରଥମ ଲକ୍ଷଣ ହେଉଛି :- ମୁଣ୍ଡ ବୁଲାଇବା । ସମୟ ସମୟରେ ଆମ ମୁଣ୍ତ ବହୁତ୍ ‘ଜୋର୍’ରେ ବୁଲାଇ ଥାଏ ଯାହାକୁ ଆମେ ସାଧାରଣ ଭାବି ଅଣଦେଖା କରିଦେଇଥାଉ । କିନ୍ତୁ ଯଦି ଆପଣଙ୍କ ମସ୍ତିଷ୍କକୁ ଠିକ୍ ପରିମାଣର ବିଶୁଦ୍ଧ ରକ୍ତ ପହଞ୍ଚି ନଥାଏ, ତେବେ ମଧ୍ୟ ଆପଣଙ୍କ ମୁଣ୍ଡ ବୁଲାଇ ହେଇଥାଏ । ମୁଣ୍ଡ ବୁଲାଇବା ସହ ଝାଳ ବୋହିବା ହାର୍ଟ ଆଟାକ୍ ପୂର୍ବର ଏକ ଲକ୍ଷଣ ହେଇଥାଏ ।

ଦ୍ଵିତୀୟ ଲକ୍ଷଣ ହେଉଛି :- ହାଲିଆ ଲାଗିବା । ଯଦି ଆପଣ ବିନା କିଛି କାରଣରେ ହାଲିଆ ହେଇ ଯାଉଛନ୍ତି ତେବେ ଆପଣଙ୍କୁ ସତର୍କ ହେବାକୁ ପଡିବ । କାରଣ ଆପଣଙ୍କୁ ହୃଦ୍ ଘାତ ହେବାର ଆଶଙ୍କା ରହିଛି । ଏହି ଲକ୍ଷଣଟି ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ । ଅସାମାନ୍ୟ ହାଲିଆ ଅର୍ଥାତ୍ ଛୋଟ ଛୋଟ କାମରେ ଥକି ପଡ଼ିବା ହାର୍ଟ ଆଟାକ୍ ପୂର୍ବର ଏକ ଲକ୍ଷଣ ହେଇଥାଏ ।

ତୃତୀୟ ଲକ୍ଷଣ ହେଉଛି :- ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା । ଯଦି ଆପଣଙ୍କୁ ନିଶ୍ଵାସ ନେବାକୁ କଷ୍ଟ ହେଇଥାଏ ବା ଆପଣଙ୍କୁ ଲାଗୁଛି କି ଆପଣ ଠିକ୍ ପରିମାଣର ‘oxygen’ ନେଇ ପାରୁନାହାଁନ୍ତି ତେବେ ଏହା ଏକ ଚିନ୍ତାରେ ବିଷୟ ହେଇପାରେ । ଏହା ସହ ମୁଣ୍ଡ ବୁଲାଇବା, ନିଶ୍ଵାସ ପ୍ରଶ୍ୱାସରେ ଅସୁବିଧା ହେବା ହାର୍ଟଆଟାକ୍ ପୂର୍ବର ଏକ ଲକ୍ଷଣ ହେଇଥାଏ ।ଏହି ଲକ୍ଷଣ ଦେଖା ଦେଉଥିଲେ ଆପଣ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ ।

ଚତୁର୍ଥ ଲକ୍ଷଣ ହେଉଛି :- ପେଟ କାଟିବା । ପେଟ କାଟିବା ମଧ୍ୟ ଏକ ସାଧାରଣ କଥା ହେଇପାରେ । କିନ୍ତୁ ଯଦି ଆପଣଙ୍କୁ ସବୁ ସମୟରେ ପେଟ ବଥା, ପେଟ ଜଳିବା, ପେଟ ଖରାପ ହେବା ଏହି ପରି ସମସ୍ୟା ଘେରି ରହିଥାଏ ତେବେ ଏହାକୁ ହାଲକା ଭାବରେ ନିଅନ୍ତୁ ନାହିଁ । ଏହି ଲକ୍ଷଣଗୁଡ଼ିକ ଉଭୟ ପୁରୁଷ ଏବଂ ମହିଳାମାନଙ୍କ ପାଖେ ଦେଖା ଯାଇଥାଏ । ଏହା ମଧ୍ୟ ହାର୍ଟଆଟାକ୍ ହେବା ପୂର୍ବର ଏକ ଲକ୍ଷଣ ଅଟେ ।

ପଞ୍ଚମ ଲକ୍ଷଣ ହେଉଛି :- ଅନିଦ୍ରା ହେବା । ଏହା ମଧ୍ୟ ହୃଦ୍ ଘାତ ହେବାର ଏକ ଲକ୍ଷଣ ଅଟେ । କାରଣ ଅନିଦ୍ରା ହୃଦ୍ ଘାତର ଆଶଙ୍କାକୁ ବଢାଇଥାଏ । ଏହି ଲକ୍ଷଣଟି ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ଦେଖା ଯାଇଥାଏ ।

ଷଷ୍ଠ ଲକ୍ଷଣ ହେଉଛି :- ଛାତିରେ ଯନ୍ତ୍ରଣା ହେବା । ଛାତିରେ ଯନ୍ତ୍ରଣା ବିଭିନ୍ନ କାରଣରୁ ହେଇଥାଏ କିନ୍ତୁ ଏହି ଯନ୍ତ୍ରଣା ସବୁବେଳେ ଲାଗି ରହିଥାଏ ତେବେ ଆପଣ ବୁଝି ଯାଆନ୍ତିକି ଆପଣଙ୍କୁ ହୃଦ୍ ଘାତ ଜନିତ ସମସ୍ୟା ହେବାକୁ ଯାଉଛି ।

ଏହି ସବୁ ଲକ୍ଷଣଗୁଡ଼ିକ ଛାଡ଼ି ଅନ୍ୟ ଲକ୍ଷଣ ଗୁଡ଼ିକ ହେଲା, କାନ୍ଧ ଦରଜ ହେବା, ଅତ୍ୟଧିକ ଝାଳ ବାହାରିବା, ବାନ୍ତି ହେବା, ଥକ୍କା ଲାଗିବା, ହାତ ଗୋଡ଼ ଏବଂ ଦାନ୍ତ ବିନ୍ଧିବା ଏବଂ ଥଣ୍ଡା ସର୍ଦ୍ଦି ଲାଗି ରହିବା । ଯଦି ଏହି ସବୁ ସମସ୍ୟା ଭିତରୁ ଆପଣଙ୍କର କିଛି ଦେଖା ଦେଇଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *