ଆସନ୍ତାକାଲି ଠାରୁ ବଦଳିଯିବ ବ୍ୟାଙ୍କର ଏହିସବୁ ନିୟମ !

ଆସନ୍ତାକାଲି ଠାରୁ ବଦଳିଯିବ ବ୍ୟାଙ୍କର ଏହିସବୁ ନିୟମ !

ଆସନ୍ତାକାଲି ଠାରୁ ବ୍ୟାଙ୍କର ନିୟମ ବଦଳିବ କାରଣ ରିହାତି ସମୟ ସରିଗଲା । ଏଥର ଏ.ଟି.ଏମ୍ ରୁ ଟଙ୍କା ଉଠାଇବା ଓ ସର୍ବନିମ୍ନ ଜମା ନ ରହିଲେ, ଲାଗିବ ଜରିମାନା ।

ଆସନ୍ତାକାଲି ଅର୍ଥାତ ଜୁଲାଇ ୧ ତାରିଖରୁ ଆପଣଙ୍କ ବ୍ୟାଙ୍କ ଖାତା ଓ ଏ.ଟି.ଏମ୍ ରୁ ଟଙ୍କା ଉଠାଇବାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତାକାଲି ଠାରୁ ଦେଶର ସମସ୍ତ ବ୍ୟାଙ୍କର ସେଭିଙ୍ଗ ଏକାଉଣ୍ଟ ନିୟମବଳୀକୁ କଡ଼ାକଡ଼ି କରାଯିବ । ତେବେ ଚାଲନ୍ତୁ ଏହାକୁ ନେଇ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

ଗତ ମାର୍ଚ୍ଚ ମାସରେ କରୋନା ପାଇଁ ସାରା ଦେଶରେ ଲକ୍ଡ଼ାଉନ୍ ଘୋଷଣା କରଯାଇଥିଲା । ସେତେବେଳେ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏ.ଟି.ଏମ୍ ରୁ ଟଙ୍କା ଉଠାଇବା ପାଇଁ ଗ୍ରାହକମାନେ ପଇଠ କରୁଥିବା ଶୁଳ୍କ ପ୍ରତ୍ୟାହାର କରିଦେଇଥିଲେ । ଏଥିପାଇଁ ଗ୍ରାହକମାନେ ଯେକୌଣସି ଏ.ଟି.ଏମ୍ ରୁ ଆବଶ୍ୟକ ମୁତାବକ ଟଙ୍କା ଉଠାଇ ପାରୁଥିଲେ । ତେବେ ଏହି ନିୟମ କେବଳ ୩ ମାସ ପାଇଁ ଲାଗୁ ହୋଇଥିଲା, ଯାହାର ଅବଧି ଆଜି ଶେଷ ହେବାକୁ ଯାଉଛି । ଆସନ୍ତା କାଲିଠାରୁ ଏ.ଟି.ଏମ୍ ରୁ ଟଙ୍କା ଉଠାଇବା ସମେତ ସର୍ଭିସ ଚାର୍ଜ ପୂର୍ବ ଭଳି କଟିବ ।

ସେହିଭଳି ବ୍ୟାଙ୍କମାନେ ସେମାନଙ୍କ ସର୍ବନିମ୍ନ ଜମାକୁ ନେଇ କଟକଣା କୋହଳ କରିଥିଲେ । ତେଣୁ ଗ୍ରାହକମାନେ ଆକାଉଣ୍ଟରୁ ସବୁତକ ଟଙ୍କା ଉଠାଇଲେ ମଧ୍ୟ ସେମାନଙ୍କ ପାଇଁ ଜରିମାନା ଲାଗୁ ହେଉଥିଲା । ହେଲେ ୧ ଜୁଲାଇରୁ ସଞ୍ଚୟ ଖାତାର ଶେଷ ରାଶି ଦେଖିବା ଆରମ୍ଭ କରିବା ସହ ନ୍ୟୁନତମ ଜମା ରାଶି ନ ଥିଲେ ଜରିମାନା ଲାଗୁ କରିବେ । କେବଳ ଏ.ଟି.ଏମ୍ ରୁ ଟଙ୍କା ଉଠାଇବା ଓ ସର୍ବନିମ୍ନ ଜମା ହିଁ ନୁହେଁ, ବ୍ୟାଙ୍କମାନେ ସେମାନଙ୍କ ଶୁଦ୍ଧ ହାରରେ ୦.୫୦ ପ୍ରତିଶତ ହ୍ରାସ କରିଛନ୍ତି । ଏବେ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ଜମା ଉପରେ ବ୍ୟାଙ୍କ ମାନେ ୩.୨୫ ପ୍ରତିଶତ ଦେଉଛନ୍ତି । ଏହି ନୂଆ ସୁଦ୍ଧହାର ମଧ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ।

ଏହାସହ ଆସନ୍ତା କାଲି ଠାରୁ ଅଟଳ ପେନସନ୍ ଯୋଜନାରେ ଅଟୋ ଡେବିଡ୍ କାର୍ଡ ପୁଣିଠାରେ ଲାଗୁ ହେବ ।

Leave a Reply

Your email address will not be published. Required fields are marked *