କଣ ଆପଣ ଜାଣିଛନ୍ତି : ଭାରତର ଏହି ‘ରେଲୱେ ଷ୍ଟେସନ୍’ରେ ଷ୍ଟେସନ୍ ମାଷ୍ଟରଙ୍କ ଠାରୁ ସଫେଇ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ମହିଳା ଅଟନ୍ତି !

କଣ ଆପଣ ଜାଣିଛନ୍ତି : ଭାରତର ଏହି ‘ରେଲୱେ ଷ୍ଟେସନ୍’ରେ ଷ୍ଟେସନ୍ ମାଷ୍ଟରଙ୍କ ଠାରୁ ସଫେଇ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ମହିଳା ଅଟନ୍ତି !

ଆଜିକା ଯୁଗରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି । କୌଣସି ପ୍ରକାରର କାର୍ଯ୍ୟ ହେଉ ସେଥିରେ ମହିଳା ପୁରୁଷଙ୍କ ସମକକ୍ଷ ହୋଇ ପାରନ୍ତି । ମହିଳା ସଶକ୍ତିକରଣର ଏକ ଏପରି ଜ୍ୱଳନ୍ତ ଉଦାହରଣ ହେଉଛି ଜୟପୁରର ଗାନ୍ଧିନଗର୍ ‘ରେଲୱେ ଷ୍ଟେସନ୍’ରେ ଦେଖା ଯାଉଥିବା ମହିଳା । ଏହି ଷ୍ଟେସନର ଖାସ୍ କଥା ଏହିକି ଯେ ଏଠାରେ ସମସ୍ତେ ମହିଳାମାନେ କାମ କରନ୍ତି ।

ଗତ ତିନି ବର୍ଷ ଧରି ଏଠାରେ କେବଳ ମହିଳା କର୍ମଚାରୀଙ୍କ ଦ୍ଵାରା ଏହି ଷ୍ଟେସନ୍ ପରିଚାଳିତ ହେଉଛି । ଜୟପୁର-ଦିଲ୍ଲୀ ରୁଟ୍ ର ଏହି ଜଣାଶୁଣା ଷ୍ଟେସନରେ ୪୦ ଜଣ କର୍ମଚାରୀ କାମ କରନ୍ତି । ଆଶ୍ଚର୍ଯ୍ୟର କଥା ଏହିକି ଯେ ସେଠାରେ ସମସ୍ତ କର୍ମଚାରୀ ମହିଳା ଅଟନ୍ତି । ପୁଣି ସେ ଷ୍ଟେସନ୍ ମାଷ୍ଟର୍ ହେଉ କିମ୍ବା ସଫେଇ କର୍ମଚାରୀ ଷ୍ଟାଫ୍ ହେଉ ସବୁଥିରେ ମହିଳା ନିୟୋଜିତ ହୋଇଛନ୍ତି । ଏମିତିକି ଆରପିଏଫର ଷ୍ଟାଫ୍ ମଧ୍ୟ ମହିଳା କର୍ମଚାରୀ ଅଟନ୍ତି ।

ଏହିଭଳି ଭାବରେ ଗାନ୍ଧିନଗର୍ ଦେଶର ପ୍ରଥମ ମୁଖ୍ୟ ଷ୍ଟେସନ୍ ଭାବରେ ନାମିତ ହେଉଛି ଯାହା କେବଳ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳନା କରାଯାଇ ଥାଏ । ଉତ୍ତର ପଶ୍ଚିମ ରେଲୱେ ଦ୍ୱାରା ଏହାକୁ ୨୦୧୮ ଫେବୃୟାରୀରେ ପୂର୍ଣ୍ଣ ଭାବରେ ମହିଳାଙ୍କ ହାତକୁ ଦିଆଯାଇଥିଲା । ଏହା ପୂର୍ବରୁ ଏହି ରେକର୍ଡ଼ ମାଟୁଙ୍ଗା ରେଲୱେ ଷ୍ଟେସନ୍ ନାମରେ ଥିଲା । ଯାହାକି ବର୍ତ୍ତମାନ ଏକ ଉପନଗରୀୟ ରେଲୱେ ଷ୍ଟେସନ୍ ଅଟେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗାନ୍ଧିନଗର ରେଲୱେ ଷ୍ଟେସନ୍ ପ୍ରାୟ ବ୍ୟସ୍ତ ରହିଥାଏ । ଏଠାରୁ ପ୍ରତିଦିନ ପାଖାପାଖି ୫୦ ଟି ଟ୍ରେନ୍ ଅତିକ୍ରମ କରିଥାଏ । ଏହି ଟ୍ରେନରେ ପ୍ରାୟ ୭ ହଜାର ଯାତ୍ରୀ ଯାତ୍ରା କରନ୍ତି । ଏମିତିରେ ଏତେ ବଡ଼ ଆକଳନର ସମ୍ଭାବନା କରିବା କୌଣସି ଖେଳ ଘର କଥା ନୁହେଁ । କିନ୍ତୁ ତଥାପି ଏଠାକାର ମହିଳା ଷ୍ଟାଫ୍ ଏହାକୁ ଭଲ ଭାବରେ ସଂଚାଳିତ କରିଥାନ୍ତି । ଏକ ଭଲ ସଂଚାଳନ ପାଇଁ ସ୍ଥାନେ ସ୍ଥାନେ ସିସିଟିଭି କ୍ୟାମେରା ମଧ୍ୟ ଲଗାଇ ଦିଆଯାଇଛି ।

ଏଠାକାର ମହିଳା କର୍ମଚାରୀ ଦିନ ରାତି ୮ ଘଣ୍ଟାର ଶିଫ୍ଟରେ କାମ କରନ୍ତି । ଏସବୁର ଏକ ଭଲ ତାଳମେଳ ବଜାୟ ରହୁ ସେଥିପାଇଁ ଏହାର ୱେଟସଏପ୍ ରେ ‘ସଖୀ’ ନାମରେ ଏକ ଗ୍ରୁପ୍ ମଧ୍ୟ କରାଯାଇଛି । ଏଠାକାର ରେଲୱେ ଷ୍ଟେସନ୍ ରେପେଡ୍ ବଣ୍ଡିଂ ମେସିନ୍ ମଧ୍ୟ ଲାଗିଛି ।

ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ ଜୟପୁରର ଏହି ରେଲୱେ ଷ୍ଟେସନ୍ ମହିଳା ସଶକ୍ତିକରଣର ଏକ ମଶାଲ୍ ଅଟେ । ଆମର ଆଶା ଯେ ଏହାକୁ ଦେଖିବା ପରେ ଦେଶର ଅନ୍ୟ ରେଲୱେ ଷ୍ଟେସନ୍ ମଧ୍ୟ ସେଥିରୁ ପ୍ରେରଣା ନେବ ଏବଂ ଅଧିକରୁ ଅଧିକ ମହିଳା କର୍ମଚାରୀଙ୍କୁ ନିଯୁକ୍ତ କରିବ । ଏହି ଷ୍ଟେସନ୍ ଏହି କଥାର ମଧ୍ୟ ଏକ ଉଦାହରଣ ଅଟେ ଯେ ମହିଳାମାନେ କାମ ମାମଲାରେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି ।

Leave a Reply

Your email address will not be published. Required fields are marked *