ମହାଭାରତରେ ପିତାମହ ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ଏହି କଳାକାର ! ବର୍ତ୍ତମାନ…

ମହାଭାରତରେ ପିତାମହ ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ଏହି କଳାକାର ! ବର୍ତ୍ତମାନ…

କରୋନା ମହାମାରୀ ସମଗ୍ର ଦେଶରେ ନିଜର କାୟା ବିସ୍ତାର କରି ରଖିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ଲୋକ ଏହାର ଅକ୍ତିଆରଭୁକ୍ତ ହେଉଛନ୍ତି । ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରି ସାରିଲେଣି । ଲୋକମାନଙ୍କ ସୁରକ୍ଷା ନିମନ୍ତେ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତି କରିଛନ୍ତି । କରୋନା ହେତୁ ଅନେକ ସହରରେ ଲକଡାଉନ୍ ମଧ୍ୟ ଜାରି କରିଦିଆ ଯାଇଛି । ଏହା ଦ୍ୱାରା ସାଧାରଣ ଜନତାଙ୍କ ସମେତ ବହୁତ ଟେଲିଭିଜନ୍ କଳାକାର ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ରୋଜଗାର ନମିଳିବା ହେତୁ ବର୍ତ୍ତମାନ ଜୀଵନ-ମରଣ ସହିତ ସଂଗ୍ରାମ କରୁଛନ୍ତି । ଏହିପରି ଜଣେ ଅଭିନେତା ହେଉଛନ୍ତି ସୁନୀଲ୍ ନାଗର। ସେ ଟେଲିଭିଜନରେ ପ୍ରସାରିତ “ଶ୍ରୀକୃଷ୍ଣ” ଧାରାବାହିକରେ ପିତାମହ ଭୀଷ୍ମଙ୍କ ଭୂମିକାରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଆର୍ଥିକ ଅବସ୍ଥା ବହୁତ ଶୋଚନୀୟ ହୋଇଯାଇଛି । ବର୍ତ୍ତମାନ ସେ ଜୀଵନ-ମରଣ ସହିତ ସଂଗ୍ରାମ କରୁଛନ୍ତି । ସେ ଦୈନିକ ସାମଗ୍ରୀ କିଣିବାକୁ ମଧ୍ୟ ସାମର୍ଥ୍ୟ ନୁହଁନ୍ତି ।

ଶ୍ରୀକୃଷ୍ଣରେ ପିତାମହ ଭୀଷ୍ମ ଏବଂ ମହାଵଲୀ ହନୁମାନରେ ବ୍ରହ୍ମାଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ୍ ନାଗର୍ କରୋନା ସମୟରେ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି । ନିକଟ ଅତୀତରେ ଏକ ପୋଷ୍ଟ ଜରିଆରେ ସେ ଏହି କଥାର ଖୁଲାସା କରିବା ସହିତ କହିଛନ୍ତି କି, ଲକଡାଉନ୍ ସମୟରେ ସେ ନିଜର ସମସ୍ତ ବଞ୍ଚିତ ରାଶି ଖର୍ଚ୍ଚ କରିସାରିଛନ୍ତି ।

ସେ କହିଛନ୍ତି କି, ଏହିପରି ଏକ ଅସୁବିଧା ସମୟରେ ତାଙ୍କ ପାଖରେ କୌଣସି ପ୍ରକାର ରୋଜଗାର ମଧ୍ୟ ନାହିଁ । ଅସୁବିଧା ସମୟରେ ଘର ଲୋକମାନେ ମଧ୍ୟ ମୁହଁ ମୋଡ଼ି ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ଜରିଆରେ ସାହାଯ୍ୟ ଗୁହାରୀ କରିଛନ୍ତି ।

ଏକ ସାକ୍ଷାତକାରରେ ସୁନୀଲ୍ କହିଥିଲେ କି, ମୁମ୍ବାଇର ଔଶିବାରା ଅଞ୍ଚଳରେ ତାଙ୍କର ନିଜସ୍ଵ ଏକ ଘର ଥିଲା କିନ୍ତୁ ପାରିବାରିକ କଳହ ଏବଂ ଆର୍ଥିକ ସମସ୍ୟା ହେତୁ ଏହି ଘର ଟିକୁ ବିକ୍ରି କରିବାକୁ ପଡିଥିଲା । ବର୍ତ୍ତମାନ ସେ ଏକ ଭଡା ଘରେ ରହୁଛନ୍ତି ।

ସୁନୀଲ୍ କହିଛନ୍ତି କି ତାଙ୍କ ପାଖରେ ଦୈନିକ ସାମଗ୍ରୀ ପ୍ରତିପୋଷଣ କରିବା ପାଇଁ ମଧ୍ୟ ପଇସା ନାହିଁ । ସୋସିଆଲ୍ ମିଡିଆରେ ତାଙ୍କ ଫୋଟ ସହିତ ବ୍ୟାଙ୍କ ବିବରଣୀ ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟରେ ସାହାଯ୍ୟ ପାଇଁ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି କି, ବର୍ତ୍ତମାନ ସମୟ ଏହିପରି କିଛି ଯାହାକି ମୋତେ ଜ୍ଞାତ ନାହିଁ, ମୁଁ କାହାକୁ ଦୋଷ ଦେବି । କାମ କରିବା ସମୟରେ ମୁଁ ବହୁତ ପଇସା ରୋଜଗାର କରିଥିଲି । ମୁଁ ଅନେକ ହିଟ୍-ଶୋ ଏବଂ ଚଳଚ୍ଚିତ୍ରରେ କାମ କିରିଛି । କିନ୍ତୁ ଆଜି ଆମର ପରିସ୍ଥିତି ଏହିପରି ହୋଇଯାଇଛି କି, ଆମ ପରି ଲୋକମାନଙ୍କ ପାଇଁ ଇଣ୍ଡଷ୍ଟ୍ରିରେ ଆଉ କୌଣସି ସ୍ଥାନ ନାହିଁ ।

ସେ କହିଛନ୍ତି କି, ମୁଁ ଜଣେ ଗାୟକ ମଧ୍ୟ ଅଟେ । ଏଥିପାଇଁ କିଛିଦିନ ପୂର୍ବରୁ ମୋତେ ଏକ ରେଷ୍ଟୁରାଣ୍ଟରେ ଗୀତ ଗାଇବା ନିମନ୍ତେ ଅଫର୍ ମିଳିଥିଲା । ଯାହା ଦ୍ୱାରା ମୁଁ ମୋର ଦୈନିକ ସମସ୍ତ ଗୁଜୁରାଣ ପ୍ରତିପୋଷଣ କରୁଥିଲି । କିନ୍ତୁ ଲକଡାଉନ୍ ଘୋଷଣା ହେବାପରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଗଲା । ଯାହା ଦ୍ୱାରା ମୁଁ ବିଗତ ୧୦ ମାସର ଘର ଭଡ଼ା ମଧ୍ୟ ଦେଇ ପାରୁ ନାହିଁ ।

ସେ ଆହୁରି କହିଛନ୍ତି କି, ମୋ ପରିବାର ମୋତେ ଛାଡ଼ି ଦେଇଛନ୍ତି । ମୁଁ ମୋ ପୁଅକୁ ଉତ୍ତମ ଶିକ୍ଷା ଦେଇଥିଲି ଏବଂ କନଭେଣ୍ଟ ବିଦ୍ୟାଳୟରେ ପଢ଼ାଇ ଥିଲି । ମୋର ଭାଇ-ଭଉଣୀ, ଆତ୍ମୀୟ ପରିଜନମାନେ ମଧ୍ୟ ଅଛନ୍ତି । କିନ୍ତୁ ଏହିପରି ସମୟରେ କେହି ମଧ୍ୟ ମୋତେ ସାହାଯ୍ୟ କରି ନାହାଁନ୍ତି । ଯାହା ବଞ୍ଚିତ ରାଶି ମୋ ପାଖରେ ଥିଲା ସେ ସବୁ ମଧ୍ୟ ଶେଷ ହୋଇଯାଇଛି ।

ସୁନୀଲ୍ କହିଛନ୍ତି କି ଭଗବାନଙ୍କ ଆଶୀର୍ବାଦ ହେତୁ ମୁଁ ଆଜି ପର୍ଯ୍ୟନ୍ତ କରୋନା କହର ମଧ୍ୟରେ ଆସି ନାହିଁ । କିନ୍ତୁ ମୋର ଅନ୍ୟ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ଯାହାର ଚିକିତ୍ସା ପାଇଁ ମୋ ପାଖରେ ପଇସା ନାହିଁ ।

ସୁନୀଲ୍ ତାଲ୍, ଚତୁର ସିଂ ଟୁ ଷ୍ଟାର୍, ୟୁ ଆର୍ ମାଇ ଜାନ୍ ପରି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏଥିସହିତ ଓଁ ନମଃ ଶିବାୟ, ଶ୍ରୀ ଗଣେଶ ଏବଂ କୁବୂଲ୍ ପରି ଟିଭି ଶୋ’ରେ ମଧ୍ୟ କାମ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *