କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ହେଲା ସଫଳ : ରୁଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି !

କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ହେଲା ସଫଳ : ରୁଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି !

ମୋସ୍କୋ: ରୁଷିଆ କରୋନା ଟିକା ପ୍ରସ୍ତୁତି କରି ସମଗ୍ର ବିଶ୍ଵରେ ବାଜି ଜିତିନେଇଛି । ରୁଷିଆର ସେଚିନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ, କରୋନା ଭୂତାଣୁର ଭ୍ୟାକାସିନ ପ୍ରସ୍ତୁତ ହୋଇସାରିଛି । ଭ୍ୟାକସିନର ସମସ୍ତ ପରୀକ୍ଷା ସଫଳତାର ସହ ଶେଷ ହୋଇଛି ବୋଲି ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କହିଛି । ଯଦି ଏହି ଦାବି ସତ ହୁଏ, ତେବେ ଏହା କରୋନା ଜୀବାଣୁ ପାଇଁ ପ୍ରଥମ ଟିକା ହେବ । ଏହା ସହିତ ରୁଷିଆ ମହାମାରୀ କରୋନା ଭୂତାଣୁର ଭ୍ୟାକାସିନ ଆବିଷ୍କାର କରିଛି ବିଶ୍ଵ ଦରବାରାରେ ମଧ୍ୟ ସମ୍ମାନିତ ହେବ । ତଥାପି, ଆମେରିକା ସମେତ ବିଶ୍ୱର ଅନେକ ବିକଶିତ ଦେଶ କରୋନା ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଅନେକ ଦେଶ ଏହି ଟୀକା ପ୍ରସ୍ତୁତକୁ ନେଇ ପରୀକ୍ଷା ପର୍ଯ୍ୟାୟରେ ବିଫଳ ହୋଇଛନ୍ତି, କିନ୍ତୁ ରୁଷିଆ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଭ୍ୟାକସିନ ବାହାର କରିବାରେ ସଫଳ ହୋଇଛି ।

ଜୁନ୍ ୧୮ରେ ଟୀକାର ପରୀକ୍ଷଣ ଆରମ୍ଭ ହୋଇଥିଲା :

Google

ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଲେଶନର ମେଡିସିନ ଆଣ୍ଡ ବାୟୋଟେକ୍ନୋଲଜିର ନିର୍ଦ୍ଦେଶକ ଓ୍ୱଦିମ ତାରାସୋଓ୍ୱ କହିଛନ୍ତି ଯେ, ରୁଷିଆର ଗୋମଲି ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି ଦ୍ଵାରା ଜୁନ୍ ୧୮ରେ କରୋନା ମହାମାରୀ ନିମନ୍ତେ ନିର୍ମିତ ଏହି ଟିକା ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ଆରମ୍ଭ କରିଥିଲା । ତାରାସୋୱ କହିଛନ୍ତି ଯେ ସେଚିନୋଭ ବିଶ୍ୱବିଦ୍ୟାଳୟ କରୋନୋ ଭାଇରସ୍ ବିରୋଧରେ ବିଶ୍ୱର ପ୍ରଥମ ଟିକା ସ୍ଵେଚ୍ଛାସେବୀମାନଙ୍କ ଉପରେ ପରୀକ୍ଷା ସଫଳତାର ସହ ସମାପ୍ତ କରିଛି ।

ଖୁବ୍ ଶୀଘ୍ର ବଜାରରେ ଟିକା ଉପଲବ୍ଧ ହେବ :

ସେଚାନୋଭ ବିଶ୍ୱବିଦ୍ୟାଳୟର ମେଡିକାଲ ପାରାସିଟୋଲୋଜି, ଟ୍ରପିକାଲ୍ ଏବଂ ଭେକ୍ଟର-ବର୍ନ ରୋଗର ନିର୍ଦ୍ଦେଶକ ଆଲେକ୍-ଜାଣ୍ଡାର୍ ଲୁକାଶେଭଙ୍କ ଅନୁଯାୟୀ, ମାନବ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କୋଭିଡ୍-୧୯ ପାଇଁ ଟିକା ସଫଳତାର ସହ ପ୍ରସ୍ତୁତ କରିବା ଏହି ସମଗ୍ର ଅଧ୍ୟୟନର ଉଦ୍ଦେଶ୍ୟ ଥିଲା । ଲୁକାସେଭ ସ୍ପୁଟନିକ୍ କହିଛନ୍ତି ଯେ, ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇ ଏହି ଟିକା ପ୍ରସ୍ତୁତ କରାଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ଏହା ଖୁବ୍ ଶୀଘ୍ର ବଜାରରେ ଏହି ଟୀକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ତାରାସୋଓ୍ୱ କହିଛନ୍ତି ଯେ ସେଚିନୋଭ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ଭାବରେ ନୁହେଁ, ବରଂ ଏକ ବୌଜ୍ଞାନିକ ଏବଂ ବୈଷୟିକ ଅନୁସନ୍ଧାନ କେନ୍ଦ୍ର ଭାବରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛି । ସେ କହିଛନ୍ତି ଯେ ଆମେ କରୋନା ଟିକା ସହିତ କାମ କରିବା ଆରମ୍ଭ କରିଛୁ । ସେ କହିଛନ୍ତି ଯେ ଏହି ପରୀକ୍ଷାରେ ଅନ୍ୟ ଏକ ସ୍ୱେଚ୍ଛାସେବୀ ଦଳ ଗଠନ କରିଥିଲୁ ଯେଉଁଥିରେ ୨୦ରୁ ଉର୍ଦ୍ଧ୍ଵ ଲୋକ ସାମିଲ ଅଛନ୍ତି । ଏହି ୨୦ ଜଣକୁ ଜୁଲାଇ ୨୦ରେ ଡିସଚାର୍ଜ କରିବୁ ।

ଆମେରିକାର ମୋଡର୍ନା କମ୍ପାନୀ ମଧ୍ୟ ଘୋଷଣା କରିଛି :

ଆମେରିକାର ଏକ କମ୍ପାନୀ ମୋଡର୍ନା ଦାବି କରିଛନ୍ତି ଯେ, ସେମାନେ ମଧ୍ୟ ଖୁବ୍ ଶୀଘ୍ର କରୋନା ଟୀକା ଉତ୍ପାଦନ କରିବେ । ମୋଡର୍ନା କହିଛନ୍ତି ଯେ, ଏହି ଟିକା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ସୃଷ୍ଟି କରିପାରିବ ନାହିଁ, କାରଣ ଏଥିରେ କରୋନା ଜୀବାଣୁ ନାହିଁ । ମେ’ ୧୮ରେ, ମୋଡର୍ନା ଘୋଷଣା କରିଥିଲେ ଯେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଫଳାଫଳ ସକରାତ୍ମକ ହୋଇଛି । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଆଣ୍ଡ ମଡର୍ନା କମ୍ପାନୀ ଦ୍ୱାରା mRNA-1273 ଟିକା ପ୍ରସ୍ତୁତ କରାଯାଇଛି । ମୋଡର୍ନା ତାଙ୍କ ଟିକା ବିଷୟରେ ମଧ୍ୟ କହିଥିଲେ ଯେ ଏହି ଟିକା ୩ୟ ପର୍ଯ୍ୟାୟ ଗବେଷଣା ଜୁଲାଇରୁ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟରେ ୩୦ ହଜାର ଲୋକଙ୍କୁ ଟିକା ଦେବା ପାଇଁ ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *