ମଲ୍ଲିକା ଅଲକା ୟାଗନିକଙ୍କୁ ସହିବାକୁ ପଡିଛି ଅନେକ ଦୁଃଖ ! ବାହାଘର ପରେ ବି ରହିବାକୁ ପଡିଥିଲା ସ୍ୱାମୀଙ୍କ ଠାରୁ ଅଲଗା…

ମଲ୍ଲିକା ଅଲକା ୟାଗନିକଙ୍କୁ ସହିବାକୁ ପଡିଛି ଅନେକ ଦୁଃଖ ! ବାହାଘର ପରେ ବି ରହିବାକୁ ପଡିଥିଲା ସ୍ୱାମୀଙ୍କ ଠାରୁ ଅଲଗା…

ସଂଗୀତ ଦୁନିଆରେ ଅଲକା ୟାଗନିକ୍ ଏକ ବହୁତ ବଡ ଏବଂ ଲୋକପ୍ରିୟ ନାମ । ବଲିଉଡ ଠାରୁ ଆରମ୍ଭ କରି ଆଞ୍ଚଳିକ ଭାଷା ଯାଏଁ ଅଲକା ୟାଗନିକ୍ ସବୁଥିରେ ଗୀତ ଗାଇ ସାରିଛନ୍ତି ଏବଂ ସବୁ ସ୍ଥାନରେ ସଫଳ ହୋଇଛନ୍ତି । ଅଲକାଙ୍କର ଅଧିକାଂଶ ଗୀତ ଅତ୍ୟନ୍ତ ସୁମଧୁର ସ୍ୱର ଏବଂ ସୁନ୍ଦର ଲିରିକସରେ ରେକର୍ଡ କରାଯାଇଛି । ତାଙ୍କର ଏହି ସରଳ ଗୀତ ଦର୍ଶକଙ୍କୁ ବହୁତ ପସନ୍ଦ ଆସେ । ଅଲକା ୟାଗନିକଙ୍କ ଗୀତରେ କୌଣସି ସ୍ଵର ସରାବା ନଥିଲା । ସେହି ସରଳତା ଏବଂ ପ୍ରେମରେ ପରିପୂର୍ଣ୍ଣ ଗୀତଗୁଡ଼ିକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଥିଲା ।

ଅଲକା ୟାଗନିକ୍ ବର୍ତ୍ତମାନ ୫୫ ବର୍ଷରେ ପାଦ ଦେଇଛନ୍ତି । ସେ ‘ପ୍ୟାର୍ କି ଝଙ୍କାର୍’ ଏବଂ ‘ମେରେ ଅଙ୍ଗନେ ମେ’ ଭଳି ଗୀତରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏହା ପରଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଗୀତ ସବୁ ହିଟ୍ ହୋଇଛି । ବୃତ୍ତିଗତ ଜୀବନରେ ଅଲକା ଏକ ହିଟ୍ ସିଙ୍ଗର୍ ଅଟନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି । ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ।

ଅଲକା ୟାଗନିକ୍ ନିଜର ୧୪ ବର୍ଷର କ୍ୟାରିଅରରେ ୨ହଜାରରୁ ଅଧିକ ଗୀତ ଗାଇସାରିଲେଣି ଏବଂ ସେ ଏପର୍ଯ୍ୟନ୍ତ ସର୍ବମୋଟ ୧୬ଟି ଭାଷାରେ ଗୀତ ଗାଇଛନ୍ତି କିନ୍ତୁ ଏହି ସଫଳତା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି । ୧୯୮୯ରେ ଅଲକା ଶିଲଙ୍ଗର ଜଣେ ବ୍ୟବସାୟୀ ନୀରଜ୍ କପୁରଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ପରେ ମଧ୍ୟ ଉଭୟଙ୍କୁ ପରସ୍ପର ଠାରୁ ୨୭ବର୍ଷ ଦୂରରେ ରହିବାକୁ ପଡିଲା । ଦୁହେଁ ଏହା ଚାହୁଁ ନଥିଲେ ମଧ୍ୟ ଉଭୟ ଏହା କରିବାକୁ ବାଧ୍ୟ ହୋଇଥିଲେ ।

ନୀରଜଙ୍କ ବ୍ୟବସାୟ ଶିଲଙ୍ଗରେ ଥିଲା ଏବଂ ଅଲକାଙ୍କୁ ନିଜ କ୍ୟାରିଅର୍ ପାଇଁ ମୁମ୍ବାଇରେ ରହିବାକୁ ପଡୁଥିଲା । ଗୋଟିଏ ପଟେ ନୀରଜ୍ ତାଙ୍କ ବ୍ୟବସାୟରେ ବ୍ୟସ୍ତ ଥିଲେ, ଅନ୍ୟପଟେ ଅଲକା ମଧ୍ୟ ତାଙ୍କ ସ୍ୱପ୍ନକୁ ପୂରଣ କରୁଥିଲେ । ଏପରି ପରିସ୍ଥିତିରେ ଦୁହେଁ ପରସ୍ପରଠାରୁ ଦୂରରେ ରହିବା ପାଇଁ ବାଧ୍ୟ ହୋଇଯାଇଥିଲେ । ଏହି ପରିସ୍ଥିତି ସେମାନଙ୍କ ସମ୍ପର୍କ ପାଇଁ ଖୁବ ଚ୍ୟାଲେଞ୍ଜିଙ୍ଗ ଥିଲା କିନ୍ତୁ ଦୁହେଁ ନିଜ ସମ୍ପର୍କକୁ ବଜାୟ ରଖିଥିଲେ । ନୀରଜ୍ ସମୟ ପାଇଲେ ମୁମ୍ବାଇ ଆସୁଥିଲେ କିନ୍ତୁ ଉଭୟ ନିଜ ଦାମ୍ପତ୍ୟ ଜୀବନର ଅଧିକାଂଶ ସମୟ ପରସ୍ପରଠାରୁ ଦୂରରେ ବିତାଇଥିଲେ । ଅଲକା ଏକୁଟିଆ ନିଜ ପିଲାମାନଙ୍କର ପାଳନ ଦାଇତ୍ୱ ନେଇଥିଲେ ।

ଅଲକା ଏକ ସାକ୍ଷାତକାରରେ କହିଛନ୍ତି ଯେ ନୀରଜ୍ ମୁମ୍ବାଇରେ ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ମୁମ୍ବାଇରେ ନିଜକୁ ପ୍ରତିଷ୍ଠିତ କରିପାରି ନଥିଲେ । ଏଠାରେ ବ୍ୟବସାୟ ଆରମ୍ଭ କରିବା ପରେ ତାଙ୍କର ଅନେକ ଟଙ୍କା ବୁଡିଯାଇଥିଲା । ସେଥିପାଇଁ ମୁଁ ତାଙ୍କୁ ଶିଲଙ୍ଗରେ ନିଜ ବ୍ୟବସାୟ କରିବାକୁ କହିଥିଲି । ସେ ଅଲକାଙ୍କ ପରାମର୍ଶ ଗ୍ରହଣ କରିଥିଲେ ଏବଂ ଦୁହେଁ ପରସ୍ପର ଠାରୁ ଦୂରରେ ରହିଥିଲେ ।

Leave a Reply

Your email address will not be published. Required fields are marked *