‘SBI’ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ‘ଜୁନ୍ ୩୦’ ତାରିଖରୁ ଉଠାଇପାରିବେ ନାହିଁ ଟଙ୍କା !

‘SBI’ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ‘ଜୁନ୍ ୩୦’ ତାରିଖରୁ ଉଠାଇପାରିବେ ନାହିଁ ଟଙ୍କା !

ଯଦି ଆପଣଙ୍କର ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ରେ ଆକାଉଣ୍ଟ ଅଛି, ତେବେ ଏହି ଆର୍ଟିକିଲଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ନିକଟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଗ୍ରାହକଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୩୦ ସୁଦ୍ଧା ‘SBI’ର ସମସ୍ତ ଗ୍ରାହକ ନିଜର ପାନ୍ କାର୍ଡ ଏବଂ ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବାକୁ ବାଧ୍ୟ ଅଟନ୍ତି । ବ୍ୟାଙ୍କ ଆହୁରି କହିଛି ଯେ ଯଦି ଗ୍ରାହକମାନେ ପାନ୍ କାର୍ଡ ଏବଂ ଆଧାର କାର୍ଡକୁ ସଂଯୋଗ କରିବାରେ ଅସମର୍ଥ ହୁଅନ୍ତି ତେବେ ସେମାନେ ବ୍ୟାଙ୍କ ସେବା ଉପଭୋଗ କରିବାରେ ଅସୁବିଧାର ସମ୍ମୁଖୀନ ହେବେ ।

ଯଦି ପାନ ଏବଂ ଆଧାର ହୋଇନାହିଁ ଲିଙ୍କ ତେବେ ଟଙ୍କା ଉଠାଇବାରେ ହେବ ଅସୁବିଧା

‘SBI’ ଟ୍ୱିଟ୍ କରି ଏହି ସୂଚନା ନିଜ ଗ୍ରାହକମାନଙ୍କୁ ଦେଇଛି । ଆଧାର ଏବଂ ପାନ୍ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ବ୍ୟାଙ୍କ ଟ୍ୱିଟ୍ କରିଛି । ଯଦି ଜୁନ୍ ୩୦ ସୁଦ୍ଧା ପାନ୍ ଏବଂ ଆଧାର ଲିଙ୍କ ହୋଇନଥାଏ ତେବେ ପାନ୍ କାର୍ଡ ଇନଆକ୍ଟିଭ ହୋଇଯିବ ଏବଂ ଗ୍ରାହକଙ୍କୁ କାରବାରରେ ଅସୁବିଧା ହେବ । ଏଥିସହ କୌଣସି ସରକାରୀ ଯୋଜନାର ଲାଭ କିମ୍ବା କୌଣସି ସବସିଡି ମଧ୍ୟ ଗ୍ରାହକ ମାନଙ୍କୁ ମିଳିବ ନାହିଁ । ଆଧାର ସହିତ ପାନକୁ ସଂଯୋଗ କରିବାର ଶେଷ ତାରିଖ ହେଉଛି ଜୁନ୍ ୩୦,୨୦୨୧

ଆବଶ୍ୟକୀୟ ଡକୁମେଣ୍ଟ

ସୂଚନାଯୋଗ୍ୟ ଯେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା, ଡେମାଟ ଆକାଉଣ୍ଟ ଖୋଲିବା ଏବଂ ଅନେକ ଆର୍ଥିକ କାରବାର ପାଇଁ ପାନ୍ ବାଧ୍ୟତାମୂଳକ ଅଟେ । ଯଦି ଆପଣ ପାନ୍ କାର୍ଡକୁ ଆପଣଙ୍କର ଆଧାର କାର୍ଡ ସହିତ ସମୟ ସୀମା ମଧ୍ୟରେ ଲିଙ୍କ କରିବାରେ ବିଫଳ ହୁଅନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ଜୋରିମାନା ଚାର୍ଜ କରିପାରେ । ଆପଣଙ୍କୁ ₹୧୦୦୦ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ଏବଂ ଆପଣଙ୍କର ପାନ୍ ମଧ୍ୟ ଅବୈଧ ହୋଇଯିବ ।

Leave a Reply

Your email address will not be published. Required fields are marked *