୪୫ବର୍ଷ ବୟସରେ ମଧ୍ୟ ଅବିବାହିତ ରହିଛନ୍ତି ଅକ୍ଷୟ ଖାନ୍ନା ‘ଐଶ୍ୱର୍ଯ୍ୟା ଏବଂ କରିସ୍ମାଙ୍କ ସହିତ ହେବାର ଥିଲା ବିବାହ କିନ୍ତୁ କାହିଁକି ହେଲା ନାହିଁ !

୪୫ବର୍ଷ ବୟସରେ ମଧ୍ୟ ଅବିବାହିତ ରହିଛନ୍ତି ଅକ୍ଷୟ ଖାନ୍ନା ‘ଐଶ୍ୱର୍ଯ୍ୟା ଏବଂ କରିସ୍ମାଙ୍କ ସହିତ ହେବାର ଥିଲା ବିବାହ କିନ୍ତୁ କାହିଁକି ହେଲା ନାହିଁ !

ବିନୋଦ ଖାନ୍ନାଙ୍କ ପୁଅ ଅକ୍ଷୟ ଖାନ୍ନା ବଲିଉଡରେ ନିଜର ଦକ୍ଷ ଅଭିନୟ ପାଇଁ ଜଣାଶୁଣା । ଆମେ ସମସ୍ତେ ତାଙ୍କୁ ‘ହିମାଲୟ ପୁତ୍ର’, ‘ତାଲ’, ‘ଦିଲ ଚାହତା ହେ’, ‘ଆ ଅବ ଲୌଟ ଚଲେ’, ‘ବର୍ଡର’, ‘ହଲଚଲ୍’, ‘ହଙ୍ଗାମା’, ‘ନକାବ’, ‘ହମରାଜ୍’, ‘ମୋହଵତ’, ‘ଆପ କି ଖାତିର’, ‘ଦିୱାନଗ’, ‘ଗାନ୍ଧୀ: ମାଇଁ ଫାଦର’ ଏବଂ ‘ଦହକ’ ଭଳି ଚଳଚ୍ଚିତ୍ରରେ ଦେଖିଛେ । ତାଙ୍କୁ ଶେଷଥର ପାଇଁ ପରଦାରେ ଫିଲ୍ମ ‘ସେକ୍ସନ ୩୭୫’ରେ ଦେଖିବାକୁ ମିଳିଥିଲା ।

ସମ୍ପ୍ରତି ଅକ୍ଷୟ ଖାନ୍ନାଙ୍କ ବଲିଉଡ କ୍ୟାରିୟର ବହୁତ ମନ୍ଥର ଗତି କରୁଛି ଏବଂ ତାଙ୍କର ପ୍ରେମ ଜୀବନ ମଧ୍ୟ ସମାନ ଅବସ୍ଥାରେ ଅଛି। ବର୍ତମାନ ତାଙ୍କୁ ୪୫ବର୍ଷ ତଥାପି ସେ ଅବିବାହିତ ଅଛନ୍ତି । ତାଙ୍କର ତିନିଜଣ ବଡ ବଡ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥିଲା କିନ୍ତୁ ଏହା ବିବାହ ଯାଏ କଥା ଯିବା ଆଗରୁ ହିଁ ଏହା ସରିଗଲା ।

ଅକ୍ଷୟ ଖାନ୍ନା ଐଶ୍ୱର୍ଯ୍ୟା ରାୟ

ଏହି ଦୁଇଜଣ ଏକାଠି ‘ଆ ଅବ ଲୌଟ ଚଲେ’ ଏବଂ ‘ତାଲ’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ‘ଆ ଅବ ଲୌଟ ଚଲେ’ର ସୁଟିଂ ଆମେରିକାରେ କରାଯାଇଥିଲା । ସେତେବେଳେ ଏହି ଦୁଇଜଣ ପରସ୍ପରର ଅତି ନିକଟତର ହୋଇଯାଇଥିଲେ । ଐଶ୍ୱର୍ଯ୍ୟା ସେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ନୂଆ ପାଦ ରଖିଥିଲେ । ସେମାନଙ୍କର ସମ୍ପର୍କ ପ୍ରାୟ ଏକ ବର୍ଷ ଧରି ଚାଲିଥିଲା । ଏହା ପରେ ଐଶ ‘ହମ ଦିଲ ଦେ ଚୁକେ ସନମ’ ଫିଲ୍ମ ପାଇଁ ସାଇନ୍ କରିଥିଲେ । ଯେଉଁଥିପାଇଁ ଐଶ୍ୱର୍ଯ୍ୟା ଅକ୍ଷୟଙ୍କ ଠାରୁ ଦୂରେଇ ଗଲେ ।

ଅକ୍ଷୟ ଖାନ୍ନା ଏବଂ କରିସ୍ମା କପୁର

ରଣଧୀର କପୁର ଚାହୁଁଥିଲେ ଯେ ତାଙ୍କ ଝିଅ କରିସ୍ମା ଅକ୍ଷୟଙ୍କୁ ବିବାହ କରନ୍ତୁ । ସେ ବିନୋଦ ଖାନ୍ନାଙ୍କୁ ମଧ୍ୟ ଏହି ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ବିନୋଦ ଖାନ୍ନାଙ୍କର କୌଣସି ଆପତ୍ତି ନଥିଲା । କିନ୍ତୁ କରିସ୍ମାଙ୍କ ମା ବବିତା ଝିଅର ବିବାହ ପାଇଁ ଇଛୁକ ନଥିଲେ । କରିସ୍ମା ସେତେବେଳେ ତାଙ୍କ କ୍ୟାରିୟରର ଶିଖରରେ ଥିଲେ । ଏପରି ପରିସ୍ଥିତିରେ ବବିତା ଚାହୁଁ ନଥିଲେ ଯେ ବିବାହ କାରଣରୁ କରିସ୍ମାଙ୍କ କ୍ୟାରିୟର୍ ନଷ୍ଟ ହେଉ ତେଣୁ କରିସ୍ମା ଏବଂ ଅକ୍ଷୟ ବିବାହ ହୋଇପାରିଲା ନାହିଁ ।

ଅକ୍ଷୟ ଖାନ୍ନା ଏବଂ ରିୟା ସେନ

ଅକ୍ଷୟ ଖାନ୍ନା ଏବଂ ରିୟା ସେନଙ୍କ ଆଫେୟାର୍ ବହୁତ ଦିନ ଯାଏଁ ଚାଲିଥିଲା । ଦୁହେଁ ବହୁତ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରୁଥିଲେ । ତେବେ ପରେ ସେମାନଙ୍କର ବ୍ରେକଅପ୍ ହୋଇଗଲା । ଯେତେବେଳେ ଅକ୍ଷୟଙ୍କୁ ଏ ବିଷୟରେ ପଚରାଗଲା ସେ କହିଥିଲେ ଯେ ରିୟା ତାଙ୍କ ପାଇଁ ଯୋଗ୍ୟ ନୁହେଁ ।

ଅକ୍ଷୟ ଖାନ୍ନା ଅଛନ୍ତି ଏପର୍ଯ୍ୟନ୍ତ ଅବିବାହିତ

ଥରେ ଏକ ସାକ୍ଷାତକାରରେ ଅକ୍ଷୟ ନିଜେ କହିଥିଲେ ଯେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ରିଲେସନ୍ ରହିପାରିବେ ନାହିଁ । ସେ ବିବାହକୁ ଭୟ କରନ୍ତି । ତେଣୁ ତାଙ୍କର ବିବାହରେ କୌଣସି ଆଗ୍ରହ ନାହିଁ । ୪୫ବର୍ଷ ବୟସରେ ମଧ୍ୟ ଅକ୍ଷୟ ସିଙ୍ଗଲ୍ ରହିବାର କାରଣ ଏହା ଅଟେ ।

Leave a Reply

Your email address will not be published. Required fields are marked *