ଅକ୍ଷୟ ତୃତୀୟା-୨୦୨୧ ? ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ପୂଜାର ଶୁଭ ମୁହୂର୍ତ୍ତ…

ଅକ୍ଷୟ ତୃତୀୟା-୨୦୨୧ ? ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ପୂଜାର ଶୁଭ ମୁହୂର୍ତ୍ତ…

ବୈଶାଖ ମାସ ଶୁକ୍ଳ ପକ୍ଷକୁ ଅକ୍ଷୟ ତୃତୀୟା କିମ୍ବା ଆଖାତିଜ କୁହନ୍ତି । ହିନ୍ଦୁ ଧର୍ମରେ ପର୍ବପର୍ବାଣିର ଖୁବ ମହତ୍ତ୍ୱ ଥାଏ । ହିନ୍ଦୁ ମାନ୍ୟତା ଅନୁଯାୟୀ ଅକ୍ଷୟ ତୃତୀୟାର ପର୍ବ ସବୁଠାରୁ ଶୁଭଦିନ ମଧ୍ୟରୁ ଅନ୍ୟତମ ଅଟେ ।

ମେ’ ୧୪ରେ ପାଳନ କରାଯିବ ଅକ୍ଷୟ ତୃତୀୟା ! ଏହି ଦିନ ସୁନା କିଣିବା ଶୁଭ ବୋଲି କୁହାଯାଏ ।

ଅକ୍ଷୟ ତୃତୀୟାର ମହତ୍ତ୍ୱ

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କିମ୍ବା ଆଖାତିଜ୍ କୁହାଯାଏ । ହିନ୍ଦୁ ଧର୍ମରେ ଏହାର ମାନ୍ୟତା ରହିଛି । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟାକୁ ସବୁଠାରୁ ଶୁଭଦିନ ବୋଲି କୁହାଯାଏ । ଅକ୍ଷୟ ତୃତୀୟା ଏକ ସଂସ୍କୃତ ଶବ୍ଦ ଅଟେ । ‘ଅକ୍ଷୟ’ର ଅର୍ଥ ଅଟେ ‘ଶାଶ୍ୱତ, ସୁଖ, ସଫଳତା ଏବଂ ଆନନ୍ଦ କେବେ କମ୍ ନହେଉଥିବା ଭାବନା’ ଏବଂ ତୃତୀୟାର ଅର୍ଥ ଅଟେ ‘ତୃତୀୟ’ । ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୪ ମେ ଶୁକ୍ରବାର ଦିନ ପାଳନ କରାଯାଏ । ଧାର୍ମିକ ଶାସ୍ତ୍ର ଅନୁସାରେ ଏପରି କୁହାଯାଏ ଯେ ଅକ୍ଷୟ ତୃତୀୟାରେ ସୁନା ଗହଣା କିଣିଲେ ଆଗାମୀ ଭବିଷ୍ୟତରେ ସୁଖ-ସମୃଦ୍ଧି ଏବଂ ଅଧିକ ଧନର ପ୍ରାପ୍ତି ହୋଇପାରେ । ଏଥିପାଇଁ ଏ ଦିନରେ ଅଧିକାଂଶ ଲୋକ ସୁନା କିଣିଥାନ୍ତି । ଏପରି କରିବା ଫଳରେ ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ ।

ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ :

ଅକ୍ଷୟ ତୃତୀୟା ୧୪ ମେ ୨୦୨୧ ଦିନ ଅଟେ ଶୁକ୍ରବାର ।

ଅକ୍ଷୟ ତୃତୀୟା ପୂଜାର ଶୁଭ ମୁହୂର୍ତ୍ତ : ସକାଳ ୦୫:୩୮ ରୁ ଦ୍ୱିପ୍ରହର ୧୨:୧୮ ପର୍ଯ୍ୟନ୍ତ ରହିଛି । ପୂଜାର ମୋଟ ଅବଧି 6 ଘଣ୍ଟା ୪୦ ମିନିଟ୍ ଅଟେ ।

ତୃତୀୟା ତିଥି ପ୍ରାରମ୍ଭ- ୧୪ ମେ ୨୦୨୧ ସକାଳ ୦୫:୪୮ ଟା ରୁ

ତୃତୀୟା ତିଥି ସମାପ୍ତ- ୧୫ ମେ ୨୦୨୧ ସକାଳ ୦୭:୫୯ ପର୍ଯ୍ୟନ୍ତ

ସୁନା କିଣିବାର ଶୁଭ ସମୟ

ଅକ୍ଷୟ ତୃତୀୟାରେ ସୁନା କିଣିବାର ସମୟ ୧୪ ମେ ୨୦୨୧ କୁ ସକାଳ ୦୫:୩୮ ଟାରୁ ଆରମ୍ଭ ହୋଇ ୧୫ ମେ ୨୦୨୧ ସକାଳ ୦୫:୩୦ ଟାରେ ସମାପ୍ତ ହେବ । ସୁନା କିଣିବାର ମୋଟ ଅବଧି ୨୩ ଘଣ୍ଟା ୫୨ ମିନିଟ୍ ଅଟେ ।

ପୌରାଣିକ କାହାଣୀ ଅନୁସାରେ, ଅକ୍ଷୟ ତୃତୀୟା ଦିନେ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା । ଏ ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ଏହି ଦିନକୁ ପର୍ଶୁରାମ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ । କୁହାଯାଏ ଯେ ଅକ୍ଷୟ ତୃତୀୟାରେ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଦାନ କଲେ ପିତୃଙ୍କ ଆଶୀର୍ବାଦ ମିଳେ ଏବଂ ଜୀବନର ସମସ୍ତ ସଙ୍କଟ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *