୫୬ ବର୍ଷର ବ୍ୟକ୍ତିଙ୍କୁ ବିବାହ କରିଥିଲେ ଅକ୍ଷୟ କୁମାରଙ୍କ ଭଉଣୀ ! ପରିବାର ବିରୁଦ୍ଧରେ ଯାଇ କରିଥିଲେ ବିବାହ…

୫୬ ବର୍ଷର ବ୍ୟକ୍ତିଙ୍କୁ ବିବାହ କରିଥିଲେ ଅକ୍ଷୟ କୁମାରଙ୍କ ଭଉଣୀ ! ପରିବାର ବିରୁଦ୍ଧରେ ଯାଇ କରିଥିଲେ ବିବାହ…

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପରିବାର ଲୋକେ ସବୁବେଳେ ହେଡଲାଇନରେ ରହିଥା’ନ୍ତି । ଚଳଚ୍ଚିତ୍ର ଅଭିନେତ୍ରୀ, ନିର୍ମାତା ତଥା ଲେଖିକା ଟ୍ୱିଙ୍କଲ୍ ଖାନ୍ନା ଅକ୍ଷୟ କୁମାରଙ୍କ ପତ୍ନୀ । ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ୍ ଖାନ୍ନା ୨୦୦୧ ମସିହାରେ ବିବାହ କରିଥିଲେ । ସେମାନଙ୍କ ପୁଅଙ୍କ ନାମ ଆରଭ୍ ଏବଂ ଝିଅଙ୍କ ନାମ ନିତାରା ।

ହିନ୍ଦୀ ସିନେମାର ସବୁଠାରୁ ସଫଳ, ବ୍ୟସ୍ତ ଏବଂ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରେ ଅକ୍ଷୟ କୁମାରଙ୍କୁ ଗଣାଯାଏ । ଗୋଟିଏ ପଟେ ଅକ୍ଷୟଙ୍କ ପରିବାର ସର୍ବଦା ଲାଇମ୍ ଲାଇଟରେ ରହୁଥିବା ବେଳେ ଅନ୍ୟ ପଟେ ଅକ୍ଷୟ କୁମାରଙ୍କ ଭଉଣୀ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଅକ୍ଷୟଙ୍କ ଭଉଣୀ ନାମ ହେଉଛି ଅଲକା ଭାଟିଆ । ଅକ୍ଷୟଙ୍କ ଭଉଣୀ ହୋଇ ମଧ୍ୟ ଅଲକା ଲାଇମ୍ ଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଆସନ୍ତୁ ଆଜି ଜାଣିବା ଅଲକା ଭାଟିଆଙ୍କ ବିଷୟରେ…

ଯଦିଓ ତାଙ୍କୁ ପ୍ରାୟତ ଚଳଚ୍ଚିତ୍ର ସ୍କ୍ରିନିଂରେ ଦେଖିବାକୁ ମିଳେ କିନ୍ତୁ ତାଙ୍କୁ ନେଇ ବେଶି ଆଲୋଚନା ହୁଏ ନାହିଁ । ତେବେ ନିଜ ବିବାହ ସମୟରେ ଅଲକା ବହୁତ ଚର୍ଚ୍ଚାରେ ଥିଲେ । ଅଲକା ଭାଟିଆ ୨୦୧୨ମସିହାରେ ଜଣାଶୁଣା ବ୍ୟବସାୟୀ ସୁରେନ୍ଦ୍ର ହିରାଚନ୍ଦାନୀଙ୍କୁ ବିବାହ କରିଥିଲେ । ଅଲକା ତାଙ୍କ ପରିବାର ବିରୋଧରେ ଯାଇ ସୁରେନ୍ଦ୍ରଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ବୟସ ତାରତମ୍ୟ ଅଧିକ ଥିବା ହେତୁ ଅକ୍ଷୟ କୁମାର୍ ଏବଂ ତାଙ୍କ ପରିବାର ଏହି ସମ୍ପର୍କକୁ ନେଇ ଖୁସି ନଥିଲେ । ସୁରେନ୍ଦ୍ରଙ୍କର ପୂର୍ବରୁ ମଧ୍ୟ ଛାଡପତ୍ର ହୋଇଥିଲା । ଏଭଳି ପରିସ୍ଥିତିରେ ଏହି ବିବାହ ହେବା ସହଜ ନଥିଲା କିନ୍ତୁ ଅଲକା ତାଙ୍କ ଜିଦରେ ଅଟଳ ରହି ଶେଷରେ ସୁରେନ୍ଦ୍ରଙ୍କୁ ବିବାହ କରିଥିଲେ ।

ଅକ୍ଷୟ କୁମାରଙ୍କ ଭଉଣୀ ଅଲକା ଭାଟିଆ ତାଙ୍କ ସ୍ୱାମୀ ସୁରେନ୍ଦ୍ର ହିରାଚାନ୍ଦାନୀଙ୍କଠାରୁ ୧୫ବର୍ଷ ସାନ । ୨୦୧୨ମସିହାରେ ଉଭୟ ବିବାହ କରିଥିଲେ । ପ୍ରଥମେ ଅଲକା ଭାଟିଆ ଓ ସୁରେନ୍ଦ୍ରଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ତା’ପରେ ଉଭୟ ନିଜ ପ୍ରେମକୁ ବିବାହରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ । ସୁରେନ୍ଦ୍ର କଂଷ୍ଟ୍ରକସନ୍ କମ୍ପାନୀ ହିରାଚନ୍ଦାନୀ ଗ୍ରୁପର ମ୍ୟାନେଜିଙ୍ଗ ଡିରେକ୍ଟର୍ ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅକ୍ଷୟ କୁମାରଙ୍କ ପରିବାର ଚାହୁନଥିଲେ ଯେ ଅଲକା ସୁରେନ୍ଦ୍ରଙ୍କୁ ବିବାହ କରନ୍ତୁ । ଅକ୍ଷୟ କୁମାର୍ ନିଜେ ମଧ୍ୟ ତାଙ୍କ ଭଉଣୀଙ୍କର ଏହି ନିଷ୍ପତ୍ତିକୁ ପସନ୍ଦ କରିନଥିଲେ । କୁହାଯାଏ ଯେ ଉଭୟଙ୍କର ଦୀର୍ଘ ସମୟ ଧରି ପ୍ରେମ ଚାଲିଥିଲା ଏବଂ ପରେ ଉଭୟ ନିଜ ପ୍ରେମକୁ ବିବାହରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଟ୍ୱିଙ୍କଲ୍ ଖାନ୍ନା ଏବଂ ଅଲକା ଭାଟିଆଙ୍କ ମଧ୍ୟରେ ସମ୍ପର୍କ ଅତି ମଜବୂତ୍ ଅଟେ । ଟ୍ୱିଙ୍କଲ୍ ଅକ୍ଷୟ କୁମାରଙ୍କୁ ସୁରେନ୍ଦ୍ର ଏବଂ ଅଲକାଙ୍କ ବିବାହ ପାଇଁ ରାଜି କରାଇଥିଲେ । ବିବାହର ସମସ୍ତ ରୀତିନୀତି ଅକ୍ଷୟ ଏବଂ ଟ୍ୱିଙ୍କଲ୍ ସମ୍ପୂର୍ଣ୍ଣ କରିଥିଲେ । ଏହି ବିବାହ ଗୁରୁଦ୍ୱାରାରେ ହୋଇଥିଲା ।

ଅଲକା ଭାଟିଆ ଫିଲ୍ମ ‘ଫୁଗୁଲି’ର ପ୍ରଯୋଜକ ଅଟନ୍ତି ଏବଂ ସୁରେନ୍ଦ୍ର ହିରାଚନ୍ଦାନୀ ଜଣେ ସଫଳ ବ୍ୟବସାୟୀ ।

ଅକ୍ଷୟ କୁମାରଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ହାତରେ ଏବେ ୬ରୁ ଅଧିକ ଚଳଚ୍ଚିତ୍ର ଅଛି । ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ‘ବେଲ୍ ବଟମ୍’, ‘ରକ୍ଷାବନ୍ଧନ’, ‘ଅତରଙ୍ଗୀ ରେ’, ‘ବଚ୍ଚନ୍ ପାଣ୍ଡେ’, ସୂର୍ଯ୍ୟବଂଶୀ ଇତ୍ୟାଦି । ନିକଟରେ ସେ ‘ରାମ୍ ସେତୁ’ର ସୁଟିଂ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଅକ୍ଷୟ କୁମାର କରୋନା ସଂକ୍ରମିତ ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ପୂର୍ବରୁ ଅକ୍ଷୟ ନିଜେ ସୋସିଆଲ୍ ମିଡିଆରେ ଏ ବିଷୟରେ ସୂଚନା ସେୟାର୍ କରିଥିଲେ ।

Leave a Reply

Your email address will not be published. Required fields are marked *