ଫ୍ଲୋପ୍ ହେବା ପରେ ଏହିପରି ଜୀବନ ବିତାଉଛନ୍ତି ଅକ୍ଷୟ କୁମାରଙ୍କ ଶାଳୀ ! ୧୭ ବର୍ଷ ପୂର୍ବେ ବିବାହ କରି ହୋଇଯାଇଥିଲେ ଗାୟବ ।

ଫ୍ଲୋପ୍ ହେବା ପରେ ଏହିପରି ଜୀବନ ବିତାଉଛନ୍ତି ଅକ୍ଷୟ କୁମାରଙ୍କ ଶାଳୀ ! ୧୭ ବର୍ଷ ପୂର୍ବେ ବିବାହ କରି ହୋଇଯାଇଥିଲେ ଗାୟବ ।

ଅକ୍ଷୟ କୁମାର ଓ ଟ୍ଵିଙ୍କଲ ଖାନ୍ନା ବଲିଉଡର ପ୍ରିୟ ଯୋଡି ଅଟନ୍ତି । ଏହି ଦୁଇ ଜଣ ସବୁ ଦିନ କିଛି ନା କିଛି କାରଣ ଯୋଗୁଁ ଚର୍ଚ୍ଚିତ ଥାଆନ୍ତି । ଅକ୍ଷୟଙ୍କ ସ୍ତ୍ରୀ ଟ୍ଵିଙ୍କଲଙ୍କ ଫିଲ୍ମ କ୍ୟାରିୟର ଠିକ୍ ଠାକ୍ ଥିଲା । ସେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ନୁହନ୍ତି, କିନ୍ତୁ ଆଜି ତାଙ୍କୁ ପୁରା ଦେଶ ଜାଣିଛନ୍ତି । ଯେପରି ହେଲେ ମଧ୍ୟ ତାଙ୍କର ନାମ ଇଣ୍ଡଷ୍ଟ୍ରୀରେ ରହିଛି । ଆଜିର ଏହି ବିଷୟରେ ଆମେ ତାଙ୍କ ଭଉଣୀ ରିଙ୍କି ଖାନ୍ନାଙ୍କ ବିଷୟରେ କହିବୁ ।

ଭଉଣୀ ଭଳି ବଲିଉଡରେ ଚାଲିଲା ନାହିଁ ରିଙ୍କିଙ୍କ ରାଜ୍:-

newstrend

ଟ୍ଵିଙ୍କଲ ଓ ରିଙ୍କି ଦୁହେଁ ରାଜେଶ ଖାନ୍ନା ଓ ଡ଼ିମ୍ପ୍ଲଲ କପଡ଼ିଆଙ୍କ ଝିଅ ଅଟନ୍ତି । ଟ୍ଵିଙ୍କଲଙ୍କ ଭଳି ରିଙ୍କିଙ୍କୁ ବଲିଉଡରେ କିଛି ଖାସ୍ ପରିଚୟ ମିଳିଲା ନାହିଁ । ରିଙ୍କି ଯେତେବେଳ ୧୭ ବର୍ଷ ଥିଲେ ସେତେବେଳେ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଫିଲ୍ମ ୧୯୯୯ରେ ଆସିଥିବା ‘ପ୍ୟାର୍ ମେ କଭି କଭି’ ଥିଲା । ଏହି ଫିଲ୍ମରେ ତାଙ୍କୁ ବେଷ୍ଟ ମହିଳା ଡେବ୍ୟୁ ଜି ସିନେ ଆୱାର୍ଡ ମଧ୍ୟ ମିଳିଥିଲା ।

ବଲିଉଡରେ ଥିଲା ୪ ବର୍ଷର ଛୋଟ କ୍ୟାରିୟର

newstrend

ରିଙ୍କି ତାଙ୍କ ଭଉଣୀ ଟ୍ଵିଙ୍କଲ ଭଳି ବଲିଉଡରେ ନାମ ରହିବା ପାଇଁ ବହୁତ ସଙ୍ଘର୍ଷ କରିଥିଲେ କିନ୍ତୁ ତାଙ୍କୁ ସଫଳତା ମିଳିନା ନାହିଁ । ସେ ବଲିଉଡରେ କେବଳ ୪ବର୍ଷ ହିଁ ଅଭିନୟ କରିଥିଲେ । ଏହା ଦ୍ୱାରା ସେ କେବଳ ୯ଟି ଫିଲ୍ମରେ କାମ କରିଛନ୍ତି । ଯେତେବେଳେ ଫିଲ୍ମରେ କାମ ଜମିଲା ନାହିଁ ତେବେ ରିଙ୍କି ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଫ୍ଲୋପ୍ ପରେ ବିବାହ ପାଇଁ ନିଷ୍ପତ୍ତି ନେଲେ:-

newstrend

ରିଙ୍କି ୨୦୦୩ରେ ବ୍ୟବସାୟିକ ସମୀର ସରଣ ସହ ବିବାହ କରିଥିଲେ । ଏହି ବିବାହରେ ରାଜେଶ ଖାନ୍ନା ଓ ଡ଼ିମ୍ପ୍ଲଲ କପଡ଼ିଆ କନ୍ୟା ଦାନ କରିଥିଲେ । ଜଣେଇଦେଉଛୁ କି ରିଙ୍କିଙ୍କ ବିବାହ ନିଜ ଭଉଣୀ ଟ୍ଵିଙ୍କଲଙ୍କ ଵିଵାହର ଦୁଇ ବର୍ଷ ପରେ ହୋଇଥିଲା । ଅକ୍ଷୟ ଓ ଟ୍ଵିଙ୍କଲ ୨୦୦୧ରେ ବିବାହ କରିଥିଲେ । ଟ୍ଵିଙ୍କଲ ମଧ୍ୟ ବିବାହ କରିବାର କାରଣ ଏହା କି ତାଙ୍କର ‘ମେଳା’ ଫିଲ୍ମ ଫ୍ଲୋପ୍ ହୋଇଯାଇଥିଲା ।

ସ୍ୱାମୀ ସହ ରହୁଛନ୍ତି ଲଣ୍ଡନରେ:-

newstrend

୨୭ ଜୁଲାଇ ୧୯୭୭ ମସିହାରେ ଜନ୍ମ ହୋଇଥିବା ରିଙ୍କି ଖାନ୍ନା ବର୍ତମାନ ୪୩ ବର୍ଷୀୟ ହୋଇଗଲାଣି । ଏହି ଦିନ ବଲିଉଡରେ ତାଙ୍କର କୋଣସି ନୋମିନେସନ ଦେଖା ଯାଉ ନାହିଁ । ଏପରି ମଧ୍ୟ ସେ ନିଜର ବୈବାହିକ ଜୀବନକୁ ନେଇ ମଧ୍ୟ କେବେ ଚର୍ଚ୍ଚାରେ ଆସିନାହାନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେ ଦେଖାଯାଉ ନାହାନ୍ତି । ଏହିପରି ତାଙ୍କ ବନ୍ଧୁମାନଙ୍କ ମନରେ ପ୍ରଶ୍ନ ଉଠୁଥିବ କି ରିଙ୍କି ବଲିଉଡରେ ଅଚାନକ ଗାୟବ ହୋଇ କୁଆଡେ ଚାଲିଗଲେ ? ବର୍ତ୍ତମାନ ସେ ତାଙ୍କ ସ୍ୱାମୀ ସାଙ୍ଗରେ ଲଣ୍ଡନରେ ରହୁଛନ୍ତି ।

newstrend

ବିବାହ ପରେ ତାଙ୍କର ଗୋଟିଏ ଝିଅ ଅଛି:-

newstrend

ଜଣେଇଦେଉଛୁ କି ଏହି ବିବାହ ପରେ ରିଙ୍କିଙ୍କ ଏକ ଝିଅ ଅଛି ଯାହାଙ୍କ ଜନ୍ମ ୨୦୦୪ରେ ହୋଇଥିଲା । ରିଙ୍କି ତାଙ୍କ ଝିଅ ନାମ ନୋଆମିକା ରଖିଛନ୍ତି । ପ୍ୟାର୍ ମେ କଭି କଭି ଫିଲ୍ମ ପରେ ସେ ଜିସ୍ ଦେଶ ମେ ଗଙ୍ଗା ବେହେତା ହେ, ମୁଝେ କୁଛ କେହେନା ହେ, ମଜୁନୁ, ଇଏ ହେ ଜଲୱା, ପ୍ରାଣ ଯାଏ ପର ସାନ୍ ନା ଯାଏ, ଝଙ୍କାର ବିଟ୍ସ ଓ ଚମେଲି ଫିଲ୍ମରେ ନଜ଼ର ଆସିଥିଲେ । ତାଙ୍କର ଶେଷ ଫିଲ୍ମ ଚମେଲି ଥିଲା । ୨୦୦୩ରେ ଆସିଥିବା ସି ଫିଲ୍ମରେ ସେ ଏକ ଛୋଟ ରୋଲ୍ କରିଥିଲେ ।

newstrend

ବଦଳେଇଥିଲେ ନିଜ ନାମ:-

newstrend

ରାଜେଶ ଖାନ୍ନା ଓ ଡ଼ିମ୍ପ୍ଲଲ କପାଡ଼ିଆ ନିଜ ଝିଅଙ୍କ ନାମ ରୀଙ୍କଲ ରଖିଥିଲେ କିନ୍ତୁ ଫିଲ୍ମରେ ଆସିଲା ପରେ ଅଭିନେତ୍ରୀ ନିଜ ନାମ ବଦଳାଇ ରିଙ୍କି ରଖିଥିଲେ ।

Leave a Reply

Your email address will not be published. Required fields are marked *