୨୦ ବର୍ଷ ଆଗରୁ ହଠାତ୍ ଇଣ୍ଡଷ୍ଟ୍ରିରୁ ଉଭେଇ ଯାଇଥିଲେ ଅକ୍ଷୟ କୁମାରଙ୍କ ହିରୋଇନ୍ ! ଏହିସବୁ କାରଣରୁ ନଷ୍ଟ ହୋଇଥିଲା କ୍ୟାରିୟର୍…

୨୦ ବର୍ଷ ଆଗରୁ ହଠାତ୍ ଇଣ୍ଡଷ୍ଟ୍ରିରୁ ଉଭେଇ ଯାଇଥିଲେ ଅକ୍ଷୟ କୁମାରଙ୍କ ହିରୋଇନ୍ ! ଏହିସବୁ କାରଣରୁ ନଷ୍ଟ ହୋଇଥିଲା କ୍ୟାରିୟର୍…

୯୦ ଦଶକରେ କରନ୍-ଅର୍ଜୁନ୍, ସବସେ ବଡ଼ା ଖିଲାଡ଼ି, ବକ୍ତ ହମାରା ହେ, ଆଶିକ୍ ଆବରା ଭଳି ଚଳଚ୍ଚିତ୍ରରେ କାମ କରୁଥିବା ମମତା କୁଲକର୍ଣ୍ଣି ୪୯ ବର୍ଷର ହୋଇଗଲେଣି । ୨୦ ଏପ୍ରିଲ୍, ୧୯୭୨ କୁ ମୁମ୍ବାଇର ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ମମତାଙ୍କ ଦୁଇଟି ଭଉଣୀ ମିଥିଲା ଓ ମୋଲିନା ଅଟନ୍ତି । ମମତା ନିଜ ଚଳଚ୍ଚିତ୍ରରୁ ବିବାଦ ଯୋଗୁଁ ଖବରରେ ଛାଇ ରହିଥିଲେ । ୧୯୯୩ରେ ଷ୍ଟାରଡ଼ଷ୍ଟ ମେଗେଜିନ୍ ପାଇଁ ଫଟୋସୁଟକୁ ନେଇ ଇସଲାମ୍ ଧର୍ମ ଆପଣେଇବା ପର୍ଯ୍ୟନ୍ତ, ମମତା ଆହୁରି ବିବାଦରେ ଘେରି ଗଲେ ।

ମମତା ନିଜ ଫିଲ୍ମୀ କ୍ୟାରିୟର୍ ଆରମ୍ଭରେ ୧୯୯୨ରେ ଚଳଚ୍ଚିତ୍ର ତିରଙ୍ଗାରୁ କରିଥିଲେ । ଏହାପରେ ବଲିଉଡ଼ରେ ସେ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଦେଲେ କିନ୍ତୁ ୨୦୦୦ ପରେ ମମତା ହଠାତ୍ ଇଣ୍ଡଷ୍ଟ୍ରିରୁ ଉଭେଇ ଗଲେ ।

ମମତା କୁଲକର୍ଣ୍ଣି ଡ୍ରଗ୍ସ ମାଫିଆ ବିକ୍କୀ ଗୋସ୍ୱାମୀଙ୍କୁ ପ୍ରେମ କରୁଥିଲେ । ବିକ୍କୀ ଜେଲରେ ବନ୍ଦ ଥିଲେ ତାଙ୍କୁ ଛଡ଼େଇବା ପାଇଁ ସେ ବଲିଉଡ଼ରୁ ବିଦାୟ ନେଇଗଲେ ଏବଂ ଦୁବାଇ ଯାଇ ସେଠାରେ ରହିବାକୁ ଲାଗିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ମମତା କୁଲକର୍ଣ୍ଣି ଅଣ୍ଡରୱାଲର୍ଡ଼ ଡ୍ରଗ୍ସ ମାଫିଆ ବିକ୍କୀ ଗୋସ୍ୱାମୀଙ୍କୁ ବିବାହ କରିଥିଲେ ।

ମେ ୨୦୧୬ରେ ଏକ ଇଂରାଜୀ ଖବର କାଗଜରେ ପ୍ରକାଶିତ ଖବର ଅନୁଯାୟୀ ଦୁବାଇ ଜେଲରେ ବିକ୍କୀଙ୍କୁ ଲାଗିଲା ଯେ ଯଦି ସେ ଇସଲାମ୍ ଧର୍ମ ସ୍ୱୀକାର କରନ୍ତି ତେବେ ଆଇନରେ ତାଙ୍କ ଦଣ୍ଡ କୋହଳ ହୋଇଯିବ । ଖବର ଅନୁଯାୟୀ ଆଇନ ଆୟତ୍ତରୁ ବଞ୍ଚିବା ପାଇଁ ବିକ୍କୀ ଇସଲାମ୍ ଧର୍ମ ଗ୍ରହଣ କରିନେଲେ ।

କୁହାଯାଏ ଯେ ମମତା କୁଲକର୍ଣ୍ଣି ମଧ୍ୟ ମୁସଲିମ୍ ହୋଇଯାଇଥିଲେ । ବିକ୍କୀ ନିଜ ନାମ ୟୁସୁଫ୍ ଅହମଦ୍ ରଖିଲେ ଓ ମମତା ଆଏଶା ବେଗମ୍ । ପରେ ୧୫ ବର୍ଷ ଜେଲରେ ରହିବା ପରେ ବିକ୍କୀ ଗୋସ୍ୱାମୀଙ୍କ ୧୦ ବର୍ଷର ଦଣ୍ଡ କମ୍ କରିଦିଆଯାଇଥିଲା ।

ବିକ୍କୀ ୨୦୧୩ରେ ମମତାଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ଦୁହେଁ କେନ୍ୟାର୍ ମୋମ୍ବାସାରେ ରୁହନ୍ତି । ଯଦିଓ ମମତା ନିଜ ବିବାହର ଖବରକୁ ସର୍ବଦା ଗୁଜବ୍ ବୋଲି କହୁଥିଲେ । ମମତାଙ୍କ ଅନୁଯାୟୀ ମୁଁ କେବେ କାହା ସହିତ ବିବାହ କରିନଥିଲି ଏବଂ ଏବେ ମଧ୍ୟ କରି ନାହିଁ । ଏହା ସତ ଯେ ମୁଁ ବିକ୍କୀଙ୍କୁ ଭଲପାଏ, କିନ୍ତୁ ତାଙ୍କୁ ମଧ୍ୟ ଜଣା ଯେ ମୋର ପ୍ରଥମ ପ୍ରେମ ଈଶ୍ୱର ଅଟନ୍ତି ।

ନିର୍ଦ୍ଦେଶକ ରାଜକୁମାର୍ ସନ୍ତୋଷୀ ମମତାଙ୍କୁ ଚଳଚ୍ଚିତ୍ର ‘ଚାଇନା ଗେଟ୍’ରେ ଏକ ମୁଖ୍ୟ ଅଭିନେତ୍ରୀ ରୂପେ ନେଲେ । ଆରମ୍ଭରେ କିଛି ଭୁଲ୍ ବୁଝାମଣା ଯୋଗୁଁ ସନ୍ତୋଷୀ ମମତାଙ୍କୁ ଚଳଚ୍ଚିତ୍ରରୁ ବାହାର କରିଦେବାକୁ ଚାହୁଁଥିଲେ । ଖବର ଅନୁଯାୟୀ ଅଣ୍ଡରୱାଲର୍ଡ଼ରୁ ଚାପ ବଢ଼ିବା ଯୋଗୁଁ ତାଙ୍କୁ ଚଳଚ୍ଚିତ୍ରରେ ରଖାଗଲା । ପରେ ମମତା ସନ୍ତୋଷୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ମଧ୍ୟ କରିଥିଲେ ।

୧୯୯୨ରେ ଚଳଚ୍ଚିତ୍ର ‘ତିରଙ୍ଗା’ରୁ ବଲିଉଡ଼ରେ ଡେବ୍ୟୁ କରିଥିବା ମମତା କୁଲକର୍ଣ୍ଣିଙ୍କୁ ୧୯୯୩ରେ ଆସିଥିବା ଚଳଚ୍ଚିତ୍ର ‘ଆଶିକ୍ ଆବରା’ ଷ୍ଟାର୍ କରିଦେଲା । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ‘ଫିଲ୍ମ ଫେୟାର୍ ନ୍ୟୁ ଫେସ୍’ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ସେ ‘ବକ୍ତ ହମାରା ହେ’, ‘କ୍ରାନ୍ତିବୀର୍’, ‘କରନ୍ ଅର୍ଜୁନ୍’, ‘ବାଜି’ ଭଳି ଚଳଚ୍ଚିତ୍ରରେ ନଜର ଆସିଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କଭୀ ତୁମ୍ କଭୀ ହମ୍’ ଯାହା ୨୦୦୨ରେ ମୁକ୍ତିଲାଭ କରିଥିଲା ।

ଏକ ସମୟରେ ନିଜ ବୋଲ୍ଡ ଶୈଳୀରୁ ଖବରରେ ଛାଇ ରହିଥିବା ମମତା ଜଣେ ସାଧବୀ ମଧ୍ୟ ହୋଇଥିଲେ । ବଲିଉଡ଼ ନଗରୀକୁ ଛାଡ଼ି ସେ ଆଧ୍ୟାତ୍ମିକ ମାର୍ଗରେ ଚାଲିଗଲେ । ୨୦୧୩ରେ ସେ ନିଜ ପୁସ୍ତକ ‘ଅଟୋବାୟୋଗ୍ରାଫି ଅଫ୍ ଏନ୍ ୟୋଗିନୀ’ ରିଲିଜ୍ କରିଥିଲେ ।

ଚଳଚ୍ଚିତ୍ର ଜଗତକୁ ବିଦାୟ କହିବା କାରଣ କହି ମମତା କୁଲକର୍ଣ୍ଣି କହିଥିଲେ ଯେ- କିଛି ଲୋକ ଦୁନିଆର କାମ ପାଇଁ ଜନ୍ମଗ୍ରହଣ କରନ୍ତି, ଯେବେକି କିଛି ଈଶ୍ୱର ପାଇଁ ଜନ୍ମଗ୍ରହଣ କରିଥାନ୍ତି । ମୁଁ ମଧ୍ୟ ଈଶ୍ୱରଙ୍କ ପାଇଁ ଜାତ ହୋଇଛି ।

Leave a Reply

Your email address will not be published. Required fields are marked *