ଯେତେବେଳେ ୭ ବର୍ଷୀୟ ଝିଅ ଅକ୍ଷୟ କୁମାରଙ୍କୁ ଏପରି କାର୍ଯ୍ୟ କରିବାକୁ କହିଲା, ଖୁସିରେ ରାଜି ହୋଇଥିଲେ ଅକ୍ଷୟ କୁମାର…

ଯେତେବେଳେ ୭ ବର୍ଷୀୟ ଝିଅ ଅକ୍ଷୟ କୁମାରଙ୍କୁ ଏପରି କାର୍ଯ୍ୟ କରିବାକୁ କହିଲା, ଖୁସିରେ ରାଜି ହୋଇଥିଲେ ଅକ୍ଷୟ କୁମାର…

ସମଗ୍ର ବିଶ୍ୱରେ କରୋନା ଭୂତାଣୁର ତାଣ୍ଡବ ଲୀଲା ଦେଖିବାକୁ ମିଳୁଛି । ପ୍ରତିଦିନ ହଜାର ହଜାର ଲୋକ ଏହି ଭୂତାଣୁର ଶିକାର ହେଉଛନ୍ତି, ପ୍ରତିଦିନ ଅନେକ ଲୋକ ଏହି ଭୂତାଣୁର ଶିକାରରେ ମୃତ୍ୟୁବରଣ କରୁଛନ୍ତି । ଏହି ମହାମାରୀର ପ୍ରଭାବ ଭାରତରେ ମଧ୍ୟ କମିନାହିଁ । ଏଠାରେ ମଧ୍ୟ ପ୍ରତିଦିନ ଅନେକ ଲୋକ ଏହି ସଂକ୍ରମଣର ଶିକାର ହେଉଛନ୍ତି ଏବଂ ଅନେକ ମୃତ୍ୟୁକୁ ଯାଉଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲକ୍ଡ଼ାଉନ୍ ପରେ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ପରି ବଲିଉଡର ସେଲିବ୍ରେଟମାନେ ମଧ୍ୟ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଘରୁ ବାହାରକୁ ଯାଉଛନ୍ତି ନଚେତ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇରହିଥାନ୍ତି ।

ଏଭଳି ପରିସ୍ଥିତିରେ ସେଲିବ୍ରେଟମାନଙ୍କର ଫଟୋ ଏବଂ ଥ୍ରୋବ୍ୟାକ୍ ଭିଡିଓ ସହ ଜଡିତ ଅନେକ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଅକ୍ଷୟ କୁମାରଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ଝିଅ ନିତାରାଙ୍କ ସହ ଖେଳୁଥିବାର ଏବଂ ଝିଅର ସମସ୍ତ ଚାହିଦା ପୂରଣ କରୁଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ଖୁବ୍ ଶୀଘ୍ର ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ର “ବେଲ୍ ବଟମ୍” ପାଇଁ ସୁଟିଂ କରିବେ ଏବଂ ତାଙ୍କର ଗୋଟିଏ ଫିଲ୍ମ ଅଗଷ୍ଟରେ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ମୁକ୍ତିଲାଭ କରିବ ।

ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଵ୍ୟସ୍ତବହୁଳ ଅଭିନେତା ହୋଇଥିଲେ ମଧ୍ୟ ଜଣେ କିନ୍ତୁ ସେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସେ ନିଜ ପରିବାର ପାଇଁ ସମୟ ବାହାର କରନ୍ତି ।

ଅକ୍ଷୟ ତାଙ୍କ ଝିଅ ନିତାରାଙ୍କୁ ବହୁତ ଭଲ ପାଅନ୍ତି । ଅକ୍ଷୟ ନିତାରାର ସବୁ ଅଳିକୁ ପୁରା କରିବାକୁ ଚେଷ୍ଟା କରନ୍ତି ।

ସୋସିଆଲ ମିଡିଆରେ ଅକ୍ଷୟ ଓ ନିତାରାଙ୍କ ଏକ ଭିଡିଓ ଭାଇରଲ୍ ହୋଇଛି । ଯଉଁଥିରେ ଦେଖାଯାଇଛି କି ଅକ୍ଷୟ ତାଙ୍କ ଝିଅର ସବୁ ଅଳିକୁ ପୁରା କରୁଛନ୍ତି ।

ଭାଇରଲ୍ ହୋଇଥିବା ଭିଡି଼ଓରେ ଦେଖାଯାଇଛି ଯେ, ନିତାରା ତାଙ୍କ ବାପାଙ୍କୁ ହେୟର୍ କେଶ ଷ୍ଟାଇଲ୍ କରିବା ଠାରୁ ଆରମ୍ଭ କରି ନାଚିବା, କାନ୍ଦିବା ଇତ୍ୟାଦି ଅଳିକୁ ମଧ୍ୟ ଅକ୍ଷୟ କୁମାର ପୁରା କରନ୍ତି ।

ଅକ୍ଷୟ ତାଙ୍କ ଝିଅକୁ ଏକ ସାଧାରଣ ଜୀବନ ଅତିବାହିତ କରୁ ସେ ଚାହଁଛନ୍ତି । ଏଥିପାଇଁ ସେ ଫିଲ୍ମ ଦେଖାଇବା ଓ ବାହାରକୁ ବୁଲେଇବାକୁ ମଧ୍ୟ ନିଅନ୍ତି । ଅକ୍ଷୟ ଓ ଟ୍ଵିଙ୍କେଲ୍ ତାଙ୍କ ଝିଅଙ୍କୁ “ପାପାରାଜି”ଙ୍କ କ୍ୟାମେରା ଠାରୁ ଦୂରେଇ ରଖିବାକୁ ସର୍ବଦା ଚେଷ୍ଟା କରନ୍ତି ।

ଅକ୍ଷୟ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ନିତାରାକୁ ବାହାରେ ବୁଲିବା ପସନ୍ଦ ନୁହେଁ ଓ ତାଙ୍କର କିଏ ଫୋଟୋ ଉଠାନ୍ତୁ, ଏହା ମଧ୍ୟସେ ପସନ୍ଦ କରନ୍ତି ନାହିଁ ।

ମମି ଟ୍ଵିଙ୍କେଲଙ୍କ ପରି ନିତାରାଙ୍କୁ ମଧ୍ୟ ବହି ପଢ଼ିବାକୁ ଭଲଲାଗେ । ଟ୍ୱିଙ୍କେଲ ସୋସିଆଲ ମିଡିଆରେ ନିତାରଙ୍କ ପ୍ରିୟ ବହି ସହିତ ଫୋଟରେ ଦେଖାଯାଇଛି ।

ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ କହିଛନ୍ତି କି ତାଙ୍କର ଆଗାମୀ ‘ ବେଲ ଭଟକା ‘ଫିଲ୍ମ ଟି ଅଗଷ୍ଟ ମାସରୁ ମାସରୁ ଆରମ୍ଭ ହେବ ଓ ଏହା ସ୍କଟଲ୍ୟାଣ୍ଡ ରେ ନିର୍ମାଣ କରାଯିବ ।ଫିଲ୍ମର କାର୍ଯ୍ୟସୂଚୀ ଏପରି କରାଯାଇଛିକି ଫିଲ୍ମଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁଟିଙ୍ଗ ଗୋଟିଏ ଥରକରେ କରାଯିବ ।

Leave a Reply

Your email address will not be published. Required fields are marked *