ରବିନା ଟଣ୍ଡନଙ୍କ ପ୍ରେମରେ ପାଗଳ ଥିଲେ ଅକ୍ଷୟ କୁମାର । ବ୍ରେକ୍ ଅପ୍ ପରେ କରିଥିଲେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା !

ରବିନା ଟଣ୍ଡନଙ୍କ ପ୍ରେମରେ ପାଗଳ ଥିଲେ ଅକ୍ଷୟ କୁମାର । ବ୍ରେକ୍ ଅପ୍ ପରେ କରିଥିଲେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା !

ବଲିଉଡ଼ର ଖିଲାଡ଼ି କୁହାଯାଉଥିବା ଅକ୍ଷୟ କୁମାର ଓ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସମ୍ପର୍କର ଖବର ଖୁବ୍ ଚର୍ଚ୍ଚିତ ହୋଇଥିଲା । ଯଦିଓ ଦୁଇଜଣଙ୍କ ବିବାହ ହୋଇପାରିନଥିଲା କିନ୍ତୁ ଏକ ସମୟ ଥିଲା ଯେତେବେଳେ ଦୁହିଁଙ୍କ ଖୁବ୍ ଚର୍ଚ୍ଚା ହେଉଥିଲା ଏବଂ କିଛି ଇଣ୍ଟରଭ୍ୟୁରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଥିଲେ । ଏକ ଇଣ୍ଟରଭ୍ୟୁରେ ଅକ୍ଷୟ କୁମାର ରବିନାଙ୍କ ସହିତ ସମ୍ପର୍କକୁ ନେଇ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ । ଆସନ୍ତୁ ଜାଣିବା ଅକ୍ଷୟ କୁମାର କଣ କଣ କହିଥିଲେ….

newstrend

କଣ ସତରେ ହୋଇଥିଲା ରବିନା ଟଣ୍ଡନ ଓ ଅକ୍ଷୟ କୁମାରଙ୍କ ଗୋପନୀୟ ବିବାହ ?

newstrend

୯୦ ଦଶକରେ ଅକ୍ଷୟ ଓ ରବିନାଙ୍କ ପ୍ରେମ କାହାଣୀ ଖୁବ ଚର୍ଚ୍ଚିତ ହୋଇଥିଲା । ଫ୍ୟାନ୍ସ ମାନେ ମଧ୍ୟ ଏହି ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରୁଥିଲେ । ଜଣାଇଦେଉଛୁ ଯେ ଉଭୟ କଳାକାର ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ । ଏହି କାରଣରୁ ରବିନା ଓ ଅକ୍ଷୟଙ୍କ କେମିଷ୍ଟ୍ରିଙ୍କୁ ଅଫସ୍କ୍ରିନ୍ ବ୍ୟତୀତ ଅନସ୍କ୍ରିନ୍ ବା ପରଦାରେ ମଧ୍ୟ ଖୁବ୍ ପସନ୍ଦ କରିଥିଲେ । ସେହି ସମୟରେ ଏହି ଖବର ମଧ୍ୟ ଆସିଥିଲା ଯେ ଦୁହେଁ ଖୁବଶୀଘ୍ର ବିବାହର ଘୋଷଣା କରିବେ । ଏହା ପରେ ଖବର ଆସିଲା ଯେ ଦୁହେଁ ଚୁପ୍ ଚାପ୍ ଗୋପନୀୟ ଭାବେ ବିବାହ କରିନେଲେ । ଅକ୍ଷୟ କୁମାର ଏହି ଗୋପନୀୟ ବିବାହ ବିଷୟରେ ନିଜ ଏକ ଇଣ୍ଟରଭ୍ୟୁରେ କହିଥିଲେ ।

ରବିନାଙ୍କ ସହିତ ହୋଇଥିଲା ନିର୍ବନ୍ଧ, କିନ୍ତୁ ବିବାହ…..

newstrend

୧୯୯୮ରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ବ୍ରେକ୍ ଅପ୍ ହୋଇଗଲା । ଏହି ବ୍ରେକ୍ ଅପ୍ ପରେ ଏକ ଇଣ୍ଟରଭ୍ୟୁରେ ଅକ୍ଷୟ ସେହି ଗୋପନୀୟ ବିବାହ ବିଷୟରେ ଖୁଲାସା କରିଥିଲେ । ଯେତେବେଳେ ତାଙ୍କୁ ପଚାରଗଲା ଯେ ଆପଣ ରବିନା ଟଣ୍ଡନଙ୍କ ସହିତ ଗୋପନୀୟ ବିବାହ କରିଥିଲେ ନା ନାହିଁ । ଏହା ଉପରେ ସେ ଉତ୍ତର ଦେଇ କହିଥିଲେ ଯେ ରବିନାଙ୍କ ସହିତ ମୋର ନିର୍ବନ୍ଧ ହୋଇଥିଲା ସତ କିନ୍ତୁ କେବେମଧ୍ୟ ବାହାଘର ହୋଇନଥିଲା ।

ଜାଣନ୍ତୁ ବ୍ରେକ୍ ଅପ୍ ପରେ କଣ ହୋଇଥିଲା ଅକ୍ଷୟ ଓ ରବିନାଙ୍କ ଜୀବନ ଉପରେ ?

newstrend

ଅକ୍ଷୟ କୁମାର ସ୍ପଷ୍ଟ ରୂପରେ କହିଥିଲେ ଯେ ତାଙ୍କର ରବିନାଙ୍କ ସହିତ କେବଳ ନିର୍ବନ୍ଧ ହୋଇଥିଲା ଏବଂ ଏହି ନିର୍ବନ୍ଧ ମଧ୍ୟ ଭାଙ୍ଗି ଯାଇଥିଲା । ଆମେ କେବେହେଲେ ବିବାହ କରିନଥିଲୁ । ଏହା ସହିତ ଅକ୍ଷୟ ଏହା ମଧ୍ୟ କହିଥିଲେ ଯେ ବ୍ରେକ୍ ଅପ୍ ପରେ ମଧ୍ୟ ରବିନା ଓ ତାଙ୍କ ମଧ୍ୟରେ ସମ୍ପର୍କ କେବେମଧ୍ୟ ଖରାପ ହୋଇନଥିଲା ଏବଂ ଆଜି ମଧ୍ୟ ଦୁହେଁ ଭଲ ବନ୍ଧୁ ଅଟନ୍ତି । ଅକ୍ଷୟ ନିଜର ଏହି ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ବ୍ରେକ୍ ଅପ୍ ପରେ ମଧ୍ୟ ରବିନା ଟଣ୍ଡନଙ୍କ ସହିତ ବହୁତ ସମୟ ଧରି ସୁଟିଂ କରିଥିଲେ ଏବଂ ଆଜି ମଧ୍ୟ ଉଭୟଙ୍କ ମଧ୍ୟରେ ଶତ୍ରୁତା ନାହିଁ ।

newstrend

ଜଣାଇଦେଉଛୁ ଯେ ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ବ୍ରେକ୍ ଅପ୍ ପରେ ମଧ୍ୟ ବାରୁଦ ଓ କିମତ୍ ଭଳି ଚଳଚ୍ଚିତ୍ର ମାନଙ୍କରେ ଏକାଠି ଅଭିନୟ କରିଛନ୍ତି । ଏହା ଉପରେ ଅକ୍ଷୟଙ୍କୁ ପଚରାଗଲା ଯେ କଣ ବ୍ରେକ୍ ଅପ୍ ପରେ ଚଳଚ୍ଚିତ୍ରର ଶୁଟିଂ କରିବା ପାଇଁ କୌଣସି ଅସୁବିଧା ହୋଇଥିଲା ? ଏହି ପ୍ରଶ୍ନର ଉତ୍ତରରେ ଅକ୍ଷୟ କୁମାର କହିଥିଲେ ଯେ ଏହା ସମ୍ପୁର୍ଣ ଭୁଲ୍ ଅଟେ । ଏପରି କିଛି କେବେମଧ୍ୟ ହୋଇନଥିଲା । ରବିନା ଟଣ୍ଡନ ଜଣେ ପ୍ରଫେସନାଲ ଅଭିନେତ୍ରୀ ଅଟନ୍ତି ଏବଂ ଆମ କାମ ମଧ୍ୟରେ କୌଣସି ବାଧା ସୃଷ୍ଟି ହୋଇନଥିଲା । ଏହା ବ୍ୟତୀତ ଅକ୍ଷୟ ଏହା ମଧ୍ୟ କହିଛନ୍ତି ଯେ ଆମର କଥାବାର୍ତ୍ତା କେବେ ମଧ୍ୟ ବନ୍ଦ ହୋଇନଥିଲା ଏବଂ ବର୍ତ୍ତମାନ ମଧ୍ୟ ଆମେ କଥା ହେଉ ।

newstrend

ଅକ୍ଷୟ ଓ ରବିନା ମୋହରା, ଖିଲାଡ଼ିଓ କା ଖିଲାଡ଼ି, ଦାବା, କିମତ୍, ବାରୁଦ, ପୋଲିସ୍ ଫୋର୍ସ ଓ ଆନ୍ ଭଳି ଚଳଚ୍ଚିତ୍ର ମାନଙ୍କରେ ଏକାଠି ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *