ଯେତେବେଳେ ଅକ୍ଷୟଙ୍କ ଭଉଣୀ ଏହି ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଏହି କାରଣ ପାଇଁ ଅକ୍ଷୟ କୁମାର ରାଗିଯାଇଥିଲେ !

ଅକ୍ଷୟ କୁମାରଙ୍କ ଭଉଣୀ ଅଲକା ଲାଇମଟାଇମ୍ ଠାରୁ ଦୂର ରହିଥାନ୍ତି ଏବଂ ଗଣମାଧ୍ୟମରେ ବହୁତ କମଥର ହିଁ ସାମ୍ନାରେ ଆସିଛନ୍ତି ।

ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ଏବେ ଲକ୍ଡ଼ାଉନରେ ନିଜ ପତ୍ନୀଙ୍କ ସହିତ ବିତାଉଛନ୍ତି । ଅକ୍ଷୟ ନା କେବଳ ସବୁବେଳେ ହିଟ୍ ଫିଲ୍ମ କରନ୍ତି ବରଂ ଏହି ଲକ୍ଡ଼ାଉନ ସମୟରେ ସେ ଲୋକଙ୍କ ଜାଗରଣ ପାଇଁ କାମ ମଧ୍ୟ କରିଛନ୍ତି । ହୁଏତ ଅକ୍ଷୟ ବୋଲିଉଡ଼ର ଅନ୍ୟ ଷ୍ଟାର ମାନଙ୍କ ସହିତ ମିଶି ଏକ ଗୀତ ମଧ୍ୟ ପରିବେଷଣ କରିଥିଲେ, “ଫିର୍ ମୁସ୍କୁରାୟେଗା ଇଣ୍ଡିଆ” । ଲୋକଙ୍କୁ ଏହି ଗୀତ ଅତ୍ୟନ୍ତ ପସନ୍ଦ ମଧ୍ୟ ଆସିଥିଲା । ଲକ୍ଡ଼ାଡାଉନ କାରଣରୁ ସମସ୍ତ ଫିଲ୍ମ ଗୁଡ଼ିକର ଶୁଟିଂ ବନ୍ଦ ରହିଛି । ଏହିପରି ସ୍ଥଳରେ ଷ୍ଟାରମାନଙ୍କ ସହିତ ଜଡ଼ିତ ଅନେକ କିଛି ଖବର ସାମ୍ନାକୁ ଆସିଛି । ଆଜି ଆପଣଙ୍କୁ ଅକ୍ଷୟଙ୍କ ଭଉଣୀଙ୍କ ବିଷୟରେ କହିବୁ ଯେଉଁ ଭଉଣୀର ଗୋଟିଏ ନିଷ୍ପତ୍ତିରେ ଅକ୍ଷୟ ଖୁସି ନ ଥିଲେ ।

google

ଭଉଣୀଙ୍କ ନିଷ୍ପତ୍ତିରେ ଖୁସି ନଥିଲେ ଖିଲାଡ଼ି କୁମାର :-

google

ଅକ୍ଷୟ କୁମାର ବଲିଉଡରେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ପରିବାରର ଏକ ସଦସ୍ୟ ମଧ୍ୟ । ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି କିନ୍ତୁ ଅନେକ କମ ଲୋକଙ୍କୁ ଅକ୍ଷୟଙ୍କ ଭଉଣୀ ବିଷୟରେ ଜାଣିଛନ୍ତି । ଅକ୍ଷୟଙ୍କ ସାନ ଭଉଣୀଙ୍କ ନାମ ଅଲକା ଓ ସେ ଲାଇମଟାଇମ୍ ଠାରୁ ଦୂରେଇ ରହନ୍ତି । ଯେଉଁଠି ଅକ୍ଷୟ ଫ୍ୟାନମାନଙ୍କ ମଧ୍ୟରେ ପ୍ରସିଦ୍ଧ ସେଠାରେ ତାଙ୍କ ଭଉଣୀ ଅଲକା ମେଡିଆ ଠାରୁ ଦୂରରେ ରହିବାକୁ ହିଁ ପସନ୍ଦ କରନ୍ତି । ହୁଏତ ୨୦୧୨ରେ ଅଲକା ସେହି ସମୟରେ ଅଧିକ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କର ବିବାହ ହୋଇଥିଲା । ସେହି ବିବାହରେ ଗୋଟିଏ ଚର୍ଚ୍ଚାର କଥା ଏହିକି ଯେ ସେହି ବିବାହ ପାଇଁ ଅକ୍ଷୟ ପ୍ରଥମେ ଖୁସି ନଥିଲେ ।

google

ପ୍ରକୃତରେ ଅଲକା ଯେଉଁ ବ୍ୟକ୍ତିଙ୍କୁ ବିବାହ କରିଥିଲେ ସେ ବ୍ୟକ୍ତି ଜଣକ ଅଲକାଙ୍କ ଠାରୁ ୧୫ ବର୍ଷରେ ବଡ଼ ଥିଲେ । ସେହି ବ୍ୟକ୍ତି ଜଣେ ବିଜନେସ ମ୍ୟାନ ଥିଲେ । ଅଳକା ୨୦୧୨ରେ ନିଜ ଠାରୁ ୧୫ ବର୍ଷର ବଡ଼ ବିଜନେସ ମ୍ୟାନ ସୁରେନ୍ଦ୍ର ହୀରାନ୍ଦାନୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଦୁହିଁଙ୍କର ପ୍ରେମ ବିବାହ ଥିଲା । ମାତ୍ର ତାହା ସୁରେନ୍ଦ୍ରଙ୍କର ଦ୍ଵିତୀୟ ବିବାହ ଥିଲା । ସୁରେନ୍ଦ୍ର କନଷ୍ଟ୍ରକ୍ସନ କମ୍ପାନୀ ହୀରାନ୍ଦାନୀ ଗ୍ରୁପର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଥିଲେ ।

ଛାଡ଼ପତ୍ର ଏବଂ ବୟସର ଅଧିକ ବ୍ୟବଧାନ କାରଣରୁ ଅକ୍ଷୟ କୁମାର ଖୁସି ନଥିଲେ :

google

ସୁରେନ୍ଦ୍ରଙ୍କ ସହିତ ଅଲକାଙ୍କ ବିବାହକୁ ନେଇ ଅକ୍ଷୟ ଖୁସି ନଥିଲେ । ପ୍ରଥମତଃ ସେ ଅଲକାଙ୍କଠାରୁ ୧୫ ବର୍ଷର ବଡ଼ ଥିଲେ ଏବଂ ଦ୍ଵିତୀୟତଃ ତାହା ତାଙ୍କର ଦ୍ଵିତୀୟ ବିବାହ ଥିଲା । ସୁରେନ୍ଦ୍ର ଏହା ପୂର୍ବରୁ ୨୦୧୧ ନିଜ ପତ୍ନୀ ପ୍ରୀତିଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ତାପରେ ସେ ଅଲକାଙ୍କୁ ଭଲପାଇଥିଲେ ଏବଂ ଦୁହେଁ ୨୦୧୨ ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିବାହରେ ଖିଲାଡ଼ି କୁମାର ଖୁସି ନଥିଲେ ।

google
google
google

ଅଲକାଙ୍କର ଅନେକ ବୁଝାଇବା ପରେ ଅକ୍ଷୟଙ୍କୁ ତାଙ୍କ କଥା ମାନିବାକୁ ପଡ଼ିଥିଲା ଏବଂ ସେ ବିବାହ ପାଇଁ ରାଜି ହୋଇଥିଲେ । ଏହି ବିବାହ ପାଇଁ ଅକ୍ଷୟ ନିଜର ସମସ୍ତ ସମୟ ଲଗାଇ ନିଜର ପରିବାର ସହିତ ଏହି ବିବାହକୁ ଅତ୍ୟନ୍ତ ଧୂମଧାମରେ କରିଥିଲେ । ବିବାହ ପରେ ଅଲକା ଏବଂ ସୁରେନ୍ଦ୍ର ହନୀମୂନ ପାଇଁ ଟର୍କି ଯାଇଥିଲେ । ଅଲକା ଜଣେ ଗୃହିଣୀ ଏବଂ ସେ ଘରର ସମସ୍ତ ଦାୟିତ୍ଵ ସମ୍ଭାଳିଥାନ୍ତି । କିଛି ଦିନ ପୂର୍ବରୁ ସେ ଫିଲ୍ମ ଫୁଗଲୀର ପ୍ରଯୋଜନା ଦେଇଥିଲେ ।

google

ସିଧାସଳଖ କହିବାକୁ ଗଲେ ଅକ୍ଷୟ କୁମାର ଖୁବଶୀଘ୍ର ଫିଲ୍ମ ଲକ୍ଷ୍ମୀ ବୋମ୍ବ ରେ ନଜର ଆସିବେ । ଏହି ଫିଲ୍ମକୁ ଓଟିଟି ରେ କରାଯାଇ ପାରେ । ଏହି ଫିଲ୍ମର ନିର୍ମାତା ଏବଂ ନେର୍ଦେଶକ ଅନୁମାନ କରିଛନ୍ତି ଯେ ଲକଡାଉନ ଶେଷ ହେବା ମାତ୍ରେ ଏହା ଜଲଦି ସିନେମାହୋଲକୁ ଆସିବ ନାହିଁ । ଏମିତିରେ ସେମାନେ ଚାହଁନ୍ତି ଯେ ତାଙ୍କ ଦ୍ଵାରା ନିର୍ମାଣ ହୋଇଥିବା ଫିଲ୍ମ ସିନେମାଘର ପରିବର୍ତ୍ତେ ସିଧାସଳଖ ଓଟିଟି ପ୍ଲାଟଫର୍ମରେ ହିଁ ରିଲିଜ କରାଯିବ । ଏହା ବ୍ୟତୀତ ଅକ୍ଷୟ ଡେବିଡ ଧବନଙ୍କ କୋମେଡି ଫିଲ୍ମରେ ମଧ୍ୟ ନଜର ଆସିବେ ।

Be the first to comment

Leave a Reply

Your email address will not be published.


*