ଅକ୍ଷୟ କୁମାର ଏବଂ ଟ୍ଵିଙ୍କିଲ୍ ଖାନ୍ନା ବିତରଣ କଲେ ୧୦୦ ଅମ୍ଳଜାନ୍ ସିଲିଣ୍ଡର୍ ଏବଂ ଦେଲେ ଏହି ଖୁସି ଖବର !

ଅକ୍ଷୟ କୁମାର ଏବଂ ଟ୍ଵିଙ୍କିଲ୍ ଖାନ୍ନା ବିତରଣ କଲେ ୧୦୦ ଅମ୍ଳଜାନ୍ ସିଲିଣ୍ଡର୍ ଏବଂ ଦେଲେ ଏହି ଖୁସି ଖବର !

ଦେଶରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତି ଅଣାୟତ ଅବସ୍ଥାରେ ପହଞ୍ଚିଲାଣି । ଦେଶର ପ୍ରତ୍ୟେକ ପ୍ରାନ୍ତରୁ ଧୀରେ ଧୀରେ ଶଯ୍ୟା ଏବଂ ଅମ୍ଳଜାନ୍ ଅଭାବ ହେବାରେ ଲାଗିଛି । କୋଭିଡ୍- ୧୯ର ଦ୍ୱିତୀୟ ତରଙ୍ଗ ଦେଶର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । କେବଳ ରୋଗୀଙ୍କ ସଂଖ୍ୟା ନୁହେଁ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପରି କଠିନ ପରିସ୍ଥିତିରେ ସୋନୁ ସୁଦ୍ ଲଗାତାର ଭାବେ ଲୋକମାନଙ୍କୁ ସାହାଯ୍ୟ କରିଚାଲିଛନ୍ତି । ବର୍ତ୍ତମାନ ଖିଲାଡି ଅକ୍ଷୟ କୁମାର୍ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି ।

ବର୍ତ୍ତମାନ ଭାରତରେ କରୋନା ବିରୁଦ୍ଧ ଚାଲିଥିବା ଲଢେଇରେ ଅକ୍ଷୟ କୁମାର୍ ଏବଂ ତାଙ୍କ ପତ୍ନୀ ଟ୍ୱିଙ୍କଲ୍ ଖାନ୍ନା ଯୋଗ ଦେଇଛନ୍ତି । ଟ୍ୱିଙ୍କଲ୍ ଖାନ୍ନା ଏବଂ ଅକ୍ଷୟ କୁମାର୍ କରୋନା ସହ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ସାହାଯ୍ୟର ହାତ ବଢାଇଛନ୍ତି । ଏହି ଦମ୍ପତି କରୋନା ରୋଗୀମାନଙ୍କ ପାଇଁ ଅମ୍ଳଜାନ୍ ସିଲିଣ୍ଡର୍ ବିତରଣ କରିଛନ୍ତି ।

ଟ୍ୱିଙ୍କଲ୍ ଖାନ୍ନା ତାଙ୍କ ଟ୍ୱିଟର୍ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କୋଭିଡ୍-୧୯ ମହାମାରୀ ସମୟରେ ଛୋଟ ସହଯୋଗଟିଏ କରିବାକୁ ଅକ୍ଷୟ କୁମାର୍ ୧୦୦ ଅମ୍ଳଜାନ୍ ସିଲିଣ୍ଡର୍ ଦାନ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଦେଶରେ ଅମ୍ଳଜାନ୍ ଅଭାବକୁ ଦୃଷ୍ଟିରେ ରଖି ଅକ୍ଷୟ ଏବଂ ଟ୍ୱିଙ୍କଲ୍ ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ୱିଙ୍କଲ୍ ଖାନ୍ନା ନିଜ ଟ୍ୱିଟର୍ ଆକାଉଣ୍ଟରେ ଲେଖିଛନ୍ତି, ‘ଦୟାକରି ମୋତେ ନିର୍ଭରଯୋଗ୍ୟ ଏବଂ ପଞ୍ଜୀକୃତ ଏନଜିଓମାନଙ୍କ ବିଷୟରେ ସୂଚନା ଦିଅନ୍ତୁ ଯେଉଁମାନେ ଆମକୁ ୧୦୦ ଅମ୍ଳଜାନ୍ ସିଲିଣ୍ଡର୍ ବଣ୍ଟନ କରିବାରେ ସାହାଯ୍ୟ କରିପାରିବେ ।’ ଏହାସହିତ ଟ୍ୱିଙ୍କଲ୍ ଖାନ୍ନା ଏହା ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଅମ୍ଳଜାନ୍ ସିଲିଣ୍ଡର୍ ସିଧାସଳଖ ବ୍ରିଟେନରୁ ଅଣାଯିବ ।

ବଲିଉଡ କଳାକାର ଅକ୍ଷୟ କୁମାର୍ ଏପରି ବିପର୍ଯ୍ୟୟ ସମୟରେ ଦେଶବାସୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ସେ ୨୫କୋଟି ଟଙ୍କା ଦାନ କରିଥିଲେ ଏବଂ ଏଥର ମଧ୍ୟ ସେ ତାଙ୍କ ତରଫରୁ ସାହାଯ୍ୟର ହାତ ମଧ୍ୟ ବଢାଇଛନ୍ତି । ନିକଟରେ ଅକ୍ଷୟ କୁମାର୍ ଗୌତମ୍ ଗମ୍ଭୀର ଫାଉଣ୍ଡେସନକୁ ୧କୋଟି ଟଙ୍କା ଦେଇଛନ୍ତି । ଏହି ସୂଚନା ନିଜେ ଗୌତମ୍ ଗମ୍ଭୀର ସେୟାର୍ କରିଥିଲେ ।

Leave a Reply

Your email address will not be published. Required fields are marked *