କରୋନା ପରି ଘଡିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢ଼ାଇଛନ୍ତି ଅଭିନେତା ଅକ୍ଷୟ କୁମାର୍ ! ଗୌତମ୍ ଗମ୍ଭୀରଙ୍କ ସଂଗଠନକୁ ୧ କୋଟି ଟଙ୍କା ପ୍ରଦାନ କରିଲେ…

କରୋନା ପରି ଘଡିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢ଼ାଇଛନ୍ତି ଅଭିନେତା ଅକ୍ଷୟ କୁମାର୍ ! ଗୌତମ୍ ଗମ୍ଭୀରଙ୍କ ସଂଗଠନକୁ ୧ କୋଟି ଟଙ୍କା ପ୍ରଦାନ କରିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ କରୋନା ମହାମାରୀ ଥମି ବାର ନାମ ନେଉନାହିଁ । ଏହି ବିପଜ୍ଜନକ ଜୀବାଣୁ ଆସିବା ଦିନ ଠାରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଏବଂ ଟିଭି କଳାକାର ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଅକ୍ତିଆରଭୁକ୍ତ କରିଛି । ଡାକ୍ତରଖାନା ମାନଙ୍କରେ ଶଯ୍ୟା ଏବଂ ଅମ୍ଳଜାନ ଯୋଗାଇବା ସରକାରଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଦେଶର ଅନେକ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ କରାଯାଇଛି ଯାହା ଦ୍ୱାରା ପୁଣିଥରେ ଲୋକ ମାନଙ୍କ ସାମ୍ନାରେ ରୋଜଗାର ଏବଂ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଛି । ଏହିପରି ଏକ କଷ୍ଟ ସମୟରେ ବର୍ତ୍ତମାନ ବଲିଉଡ କଳାକାର ଅକ୍ଷୟ କୁମାର୍ ସାହାଯ୍ୟର ହାତ ବଢାଇଛନ୍ତି ଏବଂ ପୂର୍ବତନ ଭାରତୀୟ କ୍ରିକେଟର୍ ଗୌତମ୍ ଗମ୍ଭୀରଙ୍କ ସଂଗଠନକୁ ୧ କୋଟି ଟଙ୍କା ରାଶି ପ୍ରଦାନ କରିଛନ୍ତି ।

ଅକ୍ଷୟ କୁମାରଙ୍କ ଏହି ସାହାଯ୍ୟ ପରେ ଗୌତମ୍ ନିଜର ଟ୍ୱିଟର୍ ଜରିଆରେ ତାଙ୍କୁ ଧନ୍ୟବାଦ ଜ୍ଞାମ୍ପନ କରିଛନ୍ତି । ଗୌତମ୍ ଟ୍ୱିଟରରେ ଲେଖିଛନ୍ତି କି- ଏହି ସମୟରେ ପ୍ରତ୍ୟେକ ସାହାଯ୍ୟ ନୂତନ ଆଶା ସଞ୍ଜାରର ଉଦୟମାନ କିରଣ ସଦୃଶ, ଗୌତମ୍ ଗମ୍ଭୀର ଫାଉଣ୍ଡେସନ୍ ପାଇଁ ଏକ କୋଟି ଟଙ୍କା ସହାୟତା ରାଶି ଦେବା ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଏହା ଦ୍ୱାରା ଆବଶ୍ୟକୀୟ ଲୋକମାନଙ୍କ ପାଇଁ ଖାଦ୍ୟ, ଅମ୍ଳଜାନ ଏବଂ ଔଷଧର ବ୍ୟବସ୍ଥା କରାଯିବ ।

ଅପରପକ୍ଷରେ ଅକ୍ଷୟ କୁମାର୍ ମଧ୍ୟ ଗୌତମଙ୍କ ଟ୍ୱିଟ୍ କୁ ପୁନଃ-ଟ୍ୱିଟ୍ କରି ଲେଖିଛନ୍ତି କି- ପ୍ରକୃତରେ ଏହା ବହୁତ କଷ୍ଟକର ସମୟ ଅଟେ । ମୋତେ ନିଜକୁ ବହୁତ ଖୁସି ଅନୁଭବ ହେଉଛି କି ମୁଁ ସାହାଯ୍ୟ କରିପାରିବି । ଆଶାକରେ ଆମେ ଖୁବ୍ ଶୀଘ୍ର ଏହି ସମସ୍ୟାରୁ ବାହାରିଯିବା । ସୁରକ୍ଷିତ ରୁହନ୍ତୁ ।

ଆପଣ ସମସ୍ତଙ୍କୁ ଜ୍ଞାତ ଥିବ କି ବିଗତ ବର୍ଷ କରୋନାର ପ୍ରଥମ ଲହର ସମୟରେ ମଧ୍ୟ ଅକ୍ଷୟ କୁମାର୍ ନିଜ ତରଫରୁ ସାହାଯ୍ୟ କରିଥିଲେ । ସେ PM.କେୟାର୍ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିଛନ୍ତି । ଏହାପରେ ବୃହନ୍ମୁଂମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)କୁ ପୀପୀଈ କିଟ୍ କିଣିବା ପାଇଁ ୩ କୋଟି ଟଙ୍କା ଦେଇଥିଲେ । କେବଳ ଏତିକି ନୁହେଁ, ସେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବା ପାଇଁ ୨ କୋଟି ଟଙ୍କା ଦାନ କରିଥିଲେ ।

ଆପଣଙ୍କ ଜ୍ଞାତସାର ପାଇଁ କହିରଖୁଛୁ କି ନିକଟ ଅତୀତରେ ଅକ୍ଷୟ କୁମାର୍ ନିଜେ ମଧ୍ୟ କରୋନାର ଶିକାର ହୋଇଥିଲେ । କରୋନା ସଂକ୍ରମିତ ହେବାପରେ ଅଭିନେତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏପ୍ରେଲ୍ ମାସ ୧୨ ତାରିଖରେ ତାଙ୍କର ପରୀକ୍ଷା ନକାରାତ୍ମକ ଆସିଥିଲା । କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଅକ୍ଷୟଙ୍କ ତାଲିକାରେ ଅନେକ ଚଳଚ୍ଚିତ୍ର ରହିଛି । ବହୁତ ଶୀଘ୍ର ସେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ “ସୂର୍ଯ୍ୟବଂଶୀ” ଚଳଚ୍ଚିତ୍ରରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କର ପୃଥ୍ବୀରାଜ୍, ବଚ୍ଚନ ପାଣ୍ଡେ, ବେଲ୍ ଵଟମ୍, ରାମ ସେତୁ, ରକ୍ଷା ବନ୍ଧନ ପରି ଚଳଚ୍ଚିତ୍ର ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *