ସୌନ୍ଦର୍ଯ୍ୟରେ ମାଆ କାଜଲଙ୍କୁ ଟକ୍କର୍ ଦେବେ ଅଜୟ ଦେବଗନଙ୍କ ଝିଅ ନାୟେସା ! ରଖିନ୍ତି ଏହି ସବୁ ଜିନିଷର ସଉକ୍…

ସୌନ୍ଦର୍ଯ୍ୟରେ ମାଆ କାଜଲଙ୍କୁ ଟକ୍କର୍ ଦେବେ ଅଜୟ ଦେବଗନଙ୍କ ଝିଅ ନାୟେସା ! ରଖିନ୍ତି ଏହି ସବୁ ଜିନିଷର ସଉକ୍…

ଅଜୟ ଏବଂ କାଜଲଙ୍କ ଝିଅ ନାୟେସା ବର୍ତ୍ତମାନ ୧୮ବର୍ଷରେ ପାଦ ଦେଇଛନ୍ତି । ଅଜୟ ଏବଂ କାଜଲ୍ ଦୁହିଁଙ୍କର ଜୀବନ ହେଉଛନ୍ତି ଝିଅ ନାୟେସା । ନାୟେସା ମାଆ କାଜଲଙ୍କ ଅପେକ୍ଷା ବାପା ଅଜୟଙ୍କର ଅଧିକ ନିକଟତର ଅଟନ୍ତି । ସମୟ ସହିତ ନାୟେସାଙ୍କ ଲୁକରେ ଖୁବ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନ ସୌନ୍ଦର୍ଯ୍ୟ ମାମଲାରେ ନାୟେସା ମାଆ କାଜଲଙ୍କ ଠୁ ବି ଆଗରେ । ସୂଚନାଯୋଗ୍ୟ ଯେ ନାୟେସାଙ୍କୁ ମିଲ୍କ ପ୍ରଡକ୍ଟ ବହୁତ ପସନ୍ଦ ଅଟେ । ନିକଟରେ କାଜଲ୍ ନାୟେସାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ପିଲାବେଳର ଏକ ସୁନ୍ଦର ଫୋଟ ସେୟାର୍ କରିଥିଲେ । କାଜଲ ଏହି ପୋଷ୍ଟରେ ଲେଖିଥିଲେ ଯେ, ବର୍ତ୍ତମାନ ମୁଁ ଏହା କହିପାରିବି ଯେ ମୁଁ ପ୍ରକୃତରେ ପାସ୍ ହୋଇଯାଇଛି କାରଣ ତୁମ ପାଖେ ସେହି ସବୁ ଜିନିଷ ରହିଛି ଯାହା ଗୋଟିଏ ନାରୀ ହେବା ପାଇଁ ଆବଶ୍ୟକ । ତୁମେ ତୁମ ଜୀବନରେ ଆହୁରି ଉପରକୁ ଉଡ ଏବଂ କାହା ଆଗରେ କେବେ ହେଲେ ତୁମ ମୁଣ୍ଡ ନଇଁ ନଯାଉ । ମୁଁ ସବୁବେଳେ ତୁମ ସାଥିରେ ରହିଛି । ଆଡ଼ଲଟହୁଡ଼ର ଅନେକ ଅନେକ ଅଭିନନ୍ଦନ । ତୁମ ପାଖରେ ସବୁ କିଛି ଅଛି କିନ୍ତୁ କେବେହେଲେ ଏହାର ଭୁଲ୍ ବ୍ୟବହାର କରିବ ନାହିଁ ।”

କାଜଲ୍ ଏହା ମଧ୍ୟ ଲେଖିଛନ୍ତି ଯେ, “ଯେତେବେଳେ ତୁମେ ଜନ୍ମ ହୋଇଥିଲ ମୁଁ ବହୁତ ନର୍ଭସ୍ ଥିଲି । ଏହା ମୋ ଜୀବନର ସବୁଠାରୁ ବଡ ପରୀକ୍ଷା ଥିଲା ମୋ ଆଶା, ଆକାଂକ୍ଷା ଏବଂ ଭାବନା ସବୁ ତୁମ ସହ ଯୋଡି ହୋଇଯାଇଥିଲା । ଯେତେବେଳେ ତୁମେ ୧୦ବର୍ଷର ହେଲ ସେତେବେଳେ ମୋତେ ଅନୁଭବ ହେଉଥିଲା ଯେ ମୁଁ ତୁମର ଶିକ୍ଷକ । ମୁଁ ତୁମକୁ ସବୁ ଜିନିଷକୁ ଦେଖିବାର ଏବଂ କରିବାର ନୂଆ ଦିଗ ଦର୍ଶାଉଥିଲି ।”

ଅଜୟ ଦେବଗନ୍ ଲେଖିଛନ୍ତି ଯେ, “ହାପି ବାର୍ଥଡେ ନାୟେସା, ଏଭଳି ଜଟିଳ ପରିସ୍ଥିତିରେ ଏମିତି ଛୋଟ ଛୋଟ ଖୁସି ସବୁ କଷ୍ଟ ଭୁଲାଇଦେଇଥାଏ । ମୁ ତୁମ ବ୍ୟତୀତ ସେହି ଲୋକମାନଙ୍କ ପାଇଁ ମଧ୍ୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେଉଁମାନେ ଏହା ଆବଶ୍ୟକ କରନ୍ତି ।

ନାୟେସା ନିଜ ବାପା ଅଜୟଙ୍କର ଖୁବ୍ ନିକଟତର ଅଟନ୍ତି । ନାୟେସା ବର୍ତ୍ତମାନ ସିଙ୍ଗାପୁରରେ ପଢୁଛନ୍ତି । ନାୟେସା ଭଲ ପାଠ ପଢିବା ସହ ଜଣେ ଭଲ ସ୍ୱିମର୍ ମଧ୍ୟ ଅଟନ୍ତି ।

ଅଜୟ ନିକଟରେ ଏକ ଇଣ୍ଟରଭିଉରେ କହିଥିଲେ ଯେ, “ନାୟେସା ବହୁତ ବୁଦ୍ଧିମାନ ଅଟନ୍ତି । ସେ ସବୁ କଥାକୁ ଗଭୀର ଭାବେ ଚିନ୍ତା କରନ୍ତି ।

ମାଆ କାଜଲଙ୍କ ସହ ମଧ୍ୟ ନାୟେସାଙ୍କ ସମ୍ପର୍କ ବହୁତ ଭଲ ଅଟେ । ନାୟେସା ଫିଲ୍ମରେ ଆକ୍ଟିଂ କରିବାକୁ ଚାହାନ୍ତି ନାହିଁ । ସେ ୱାର୍ଲଡ୍ ଫେମସ୍ ଶେଫ୍ ହେବାପାଇଁ ଲକ୍ଷ୍ୟ ରଖିଛନ୍ତି ।

କାଜଲ୍ କିଛି ଦିନ ପୂର୍ବେ ଏକ ଇଣ୍ଟରଭିଉରେ କହିଥିଲେ ଯେ, “ନାୟେସା ଏବେ ବେକିଂ ଶିଖୁଛନ୍ତି । ତାଙ୍କୁ ବେକିଂ କରିବା ବହୁତ ପସନ୍ଦ ଅଟେ ।”

କାଜଲ୍ ନିଜ ଛୁଆମାନଙ୍କ ପାଇଁ ଖୁବ୍ ପଜେସିଭ୍ ଅଟନ୍ତି । ସେ ନିକଟରେ ଇଣ୍ଟରଭିଉରେ କହିଛନ୍ତି ଯେ, “ଯଦି କେହି ମୋ ଛୁଆଙ୍କୁ ଆଖି ଉଠାଇ ଦେଖେ ତେବେ ମୋତେ ତାକୁ ମାରିଦେବାପାଇଁ ଇଛା ହୁଏ ।”

ଅଜୟ ସବୁବେଳେ ନିଜ ଝିଅଙ୍କୁ ସପୋର୍ଟ କରନ୍ତି ଏବଂ ତାଙ୍କର ପ୍ରଶଂସା କରନ୍ତି । ନାୟେସା ଫିଲ୍ମରେ ଏଣ୍ଟ୍ରି କରିବେ କି ନାହିଁ ଏ ନେଇ ଅଜୟ କହିଛନ୍ତି ଯେ, “ନାୟେସା ଫିଲ୍ମ ବିଷୟରେ କଥା ହେବାକୁ ମଧ୍ୟ ଭଲପାଆନ୍ତି ନାହିଁ । ସେ ଏବେ ସିଙ୍ଗାପୁରରେ ପଢୁଛନ୍ତି ଏବଂ ସେ ବହୁତ ଖୁସି ଅଛନ୍ତି । ସେ ଫିଲ୍ମରେ ଏଣ୍ଟ୍ରି କରିବେ କି ନାହିଁ ବର୍ତ୍ତମାନ ଯାଏଁ କିଛି ସ୍ଥିର କରିନାହାନ୍ତି ।”

ନିକଟରେ ନାୟେସାଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ୍ ହୋଇଛି ଯେଉଁଥିରେ ସେ କାଜଲଙ୍କ ଗୀତ ‘ବୋଲେ ଚୁଡିୟା”ରେ ନାଚୁଛନ୍ତି । ଏହା ତାଙ୍କ ସ୍କୁଲ୍ ଇଭେଣ୍ଟର ଭିଡ଼ିଓ ଅଟେ ।

Leave a Reply

Your email address will not be published. Required fields are marked *