ଏହି ୪ଟି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ ଅଜୟ ଦେବଗନ୍ । ସେଥିରୁ ଗୋଟିଏ ଅଭିନେତ୍ରୀ ଆଜି ପର୍ଯ୍ୟନ୍ତ କୁଆଁରୀ ଅଟନ୍ତି !

ବଲିଉଡ଼ର ଅନେକ ଷ୍ଟାର୍ସ, ଅନେକ ଅଭିନେତ୍ରୀଙ୍କ ସହିତ ସମ୍ପର୍କ ରହିଛି । ଏଭଳି କୁହାଯାଏ କି, ଗୋଟିଏ ଅଭିନେତାଙ୍କ ଅନେକ ଅଭିନେତ୍ରୀଙ୍କ ସହିତ ସମ୍ପର୍କ ଥାଏ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନଥାଏ । ଯଦି ଆମେ ଅଜୟ ଦେବଗନଙ୍କ ବିଷୟରେ କଥା ହେବା ତେବେ ସେ ବହୁତ ଶାନ୍ତ ସ୍ୱଭାବର ଲୋକ ଅଟନ୍ତି । ଯେତେବେଳେ କି କାଜୋଲ ବହୁତ କଥା କୁହା ପ୍ରକୃତିର ଅଟନ୍ତି । ଦୁହେଁକ ସ୍ଵଭାବ ଜଣ ଜଣଙ୍କ ଠାରୁ ଅଲଗା ଅଟେ । ବିବାହ ବିଷୟରେ କହିବାକୁଗଲେ, ସେମାନେ ଦୁହେଁ ପ୍ରଥମେ ଭଲ ମିତ୍ର ଥିଲେ । ଯେତେବେଳେ ଅଜୟ ଦେବଗନ୍ ଓ କାଜୋଲଙ୍କ ମଧ୍ୟରେ ବିବାହ ହେବା ବିଷୟରେ ସମସ୍ତେ ଜାଣିଲେ, ତେବେ ବହୁତ ଲୋକ ତାଙ୍କ ବିଷୟରେ ବହୁତ କିଛି କହିଥିଲେ । ସେହି ସମୟରେ ଲୋକମାନେ କହିଥିଲେ ଏହି ଦୁହେଁକ ମଧ୍ୟରେ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିବ ନାହିଁ । କିନ୍ତୁ ଏଭଳି କିଛି ମଧ୍ୟ ହୋଇନଥିଲା । ଦୁହେଁ ୧୯୯୯ରେ ବିବାହ ହୋଇଥିଲେ ଓ ଆଜି ପର୍ଯ୍ୟନ୍ତ ଖୁସିରେ ଦୁହେଁ ନିଜ ବୈବାହିକ ଜୀବନକୁ ଖୁସିରେ ବଞ୍ଚୁଛନ୍ତି । କିନ୍ତୁ କାଜୋଲଙ୍କ ସହିତ ବିବାହ ହେବା ପୂର୍ବରୁ ଅଜୟ ଦେବଗନଙ୍କ ସହିତ ଅନେକ ଅଭିନେତ୍ରୀଙ୍କ ସହିତ ସମ୍ପର୍କ ଥିଲା । ଅଜୟ ଦେବଗନଙ୍କ ଚଳଚିତ୍ର “ଫୁଲ୍ ଓର୍ କାଣ୍ଟେ”ରେ ସଫଳତା ପରେ ତାଙ୍କୁ ଅନେକ ଚଳଚିତ୍ରରେ କାମ କରିବାକୁ ସୁଯୋଗ ମିଳିଲା ।

୧) କରିସ୍ମା କପୂର –

google

କରିସ୍ମା କପୂରଙ୍କ ସହିତ ଅଜୟ ଦେବଗନ୍ ଅନେକ ଚଳଚିତ୍ର କରିଥିଲେ ଓ ସେମାନେ ଦୁହେଁ ଗୋଟିଏ ସେଟରେ ବହୁତ ସମୟ ବିତାଇ ଥିଲେ । ଏଭଳି କୁହାଯାଏ କି କରିସ୍ମା ଅଜୟ ଦେବଗନଙ୍କୁ ବହୁତ ପସନ୍ଦ କରୁଥିଲେ । ସେହି ସମୟରେ ତାଙ୍କ ରୋମାନ୍ସ ବିଷୟରେ ମଧ୍ୟ ଖବର ଶୁଣିବାକୁ ମିଳୁଥିଲା । ସେହି ସମୟରେ ଲୋକଙ୍କୁ ଲାଗୁଥିଲା କି, ଏହି ଦୁହେଁ ବହୁତ ଶୀଘ୍ର ବିବାହ ହୋଇଯିବେ । କିନ୍ତୁ କୌଣସି କାରଣରୁ ଏହି ଦୁହେଁକ ମଧ୍ୟରେ ସମ୍ପର୍କ ଭାଙ୍ଗିଗଲା ଓ ଦୁହେଁ ବହୁତ ସମୟ ପର୍ଯ୍ୟନ୍ତ ଶତ୍ରୁ ହୋଇ ରହିଥିଲେ ।

୨) ରବିନା ଟଣ୍ଡନ –

google

ରବିନା ଟଣ୍ଡନଙ୍କ ସହିତ ଏକ୍ ହି ରାସ୍ତା, ଦିବ୍ୟା ଶକ୍ତି, ଦିଲୱାଲେ ଭଳି ଚଳଚିତ୍ରରେ ମିଶି କାମ କରିଥିଲେ । ଚଳଚିତ୍ର କରିବା ସମୟରେ ଦୁହେଁ ବହୁତ ନିକଟତର ଆସିଯାଇଥିଲେ । କିନ୍ତୁ ଯେତେବେଳେ ତବ୍ବୁଙ୍କ ସହିତ ସମ୍ପର୍କ ବଢ଼ିବାରେ ଲାଗିଲା, ରବିନା ଅଜୟଙ୍କ ଠାରୁ ଦୁରେଇଗଲେ ।

୩) ମନୀଷା କୋଇରାଲା –

google

ମନୀଷା କୋଇରାଲା ଓ ଅଜୟ ଦେବଗନଙ୍କ ମଧ୍ୟରେ ସମ୍ପର୍କ ସେତେବେଳେ ବଢିଥିଲା ଯେତେବେଳେ ଦୁହେଁ ଚଳଚିତ୍ର ଧନବାନରେ କାମ କରିଥିଲେ । ମନୀଷା ନିଜ କ୍ୟାରିଅରରେ ଅନେକ ଚଳଚିତ୍ର କରିଥିଲେ । ମନୀଷା କୋଇରାଲା ଓ ଅଜୟ ଦେବଗନଙ୍କ ସମ୍ପର୍କ ବହୁତ କମ୍ ଦିନ ହିଁ ଚାଲିଥିଲା । କିନ୍ତୁ କିଛି ସମୟପରେ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା ।

୪) ତବ୍ବୁ –

google

ତବ୍ବୁ ନିଜ କ୍ୟାରିଅରରେ ଅନେକ ଚଳଚିତ୍ରରେ କାମ କରିଥିଲେ । ସେ ଅନେକ ହିଟ୍ ଚଳଚିତ୍ରରେ କାମ କରିଥିଲେ । ସେ ଅଜୟ ଦେବଗନଙ୍କୁ ବହୁତ ଭଲ ପାଉଥିଲେ । ସେହି ସମୟରେ ଦୁହେଁଙ୍କ ସମ୍ପର୍କ ବହୁତ ଭଲ ଥିଲା । କିନ୍ତୁ କୌଣସି କାରଣରୁ ସେହି ଦୁହେଁଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଗଲା । ତବ୍ବୁ ସହିତ ବ୍ରେକ ଅପ୍ ହେବାପରେ ସେ କାଜଲ ସହିତ ବିବାହ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତବ୍ବୁ ଆଜି ପର୍ଯ୍ୟନ୍ତ କୁଆଁରୀ ହୋଇ ଅଛନ୍ତି ।

Be the first to comment

Leave a Reply

Your email address will not be published.


*