ମୁମ୍ବାଇରେ ଏକ ସୁନ୍ଦର ବଙ୍ଗଳା କିଣିଲେ ଅଜୟ ଦେବଗନ୍ ଯାହା ଅମିତାଭଙ୍କ ବଙ୍ଗଳାକୁ ବି ଦେଇଥାଏ ଟକ୍କର୍ ! ଜାଣନ୍ତୁ ଏହାର ମୂଲ୍ୟ…

ମୁମ୍ବାଇରେ ଏକ ସୁନ୍ଦର ବଙ୍ଗଳା କିଣିଲେ ଅଜୟ ଦେବଗନ୍ ଯାହା ଅମିତାଭଙ୍କ ବଙ୍ଗଳାକୁ ବି ଦେଇଥାଏ ଟକ୍କର୍ ! ଜାଣନ୍ତୁ ଏହାର ମୂଲ୍ୟ…

ଆମ ଫିଲ୍ମ ଜଗତରେ ଅନେକ ଏପରି ଷ୍ଟାର୍ ଅଛନ୍ତି ଯେଉଁମାନେ ଖୁବ୍ ଆଲିଶାନ୍ ଲାଇଫଷ୍ଟାଇଲ୍ ବଞ୍ଚିବାକୁ ପସନ୍ଦ କରନ୍ତି ଏବଂ ସବୁବେଳେ ଏମାନେ ନିଜର ଲାଇଫଷ୍ଟାଇଲ୍ କୁ ନେଇ ଚର୍ଚ୍ଚାରେ ରହନ୍ତି ଏବଂ ନିକଟରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏକ ଖୁବ୍ ସୁନ୍ଦର ଡ୍ୟୁପ୍ଲେକ୍ସ କିଣିଛନ୍ତି ଏବଂ ତାହାର ମୂଲ୍ୟ ୩୧ କୋଟି ଟଙ୍କା ବୋଲି କୁହାଯାଇଥିଲା । ଖବର ଏହା ମଧ୍ୟ ଥିଲା ଯେ ଏହି ଅପାର୍ଟମେଣ୍ଟ ପାଇଁ ଅମିତାଭ ବଚ୍ଚନ ୬୨ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ କରି ସାରିଛନ୍ତି । ଅମିତାଭଙ୍କ ପରେ ବଲିଉଡର ସିଂହମ୍ କୁହାଯାଉଥିବା ଅଜୟ ଦେବଗନ୍ ମଧ୍ୟ ମୁମ୍ବାଇର ଜୁହୁରେ ଏକ ଖୁବ୍ ସୁନ୍ଦର ଏବଂ ଆଲିଶାନ୍ ଘର କିଣିଛନ୍ତି ଯାହାର ମୂଲ୍ୟ ୬୦ କୋଟି ଟଙ୍କା ବୋଲି କୁହାଯାଉଛି ଏବଂ ଅଜୟ ଦେବଗନଙ୍କର ଏହି ନୂଆ ଘର ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଅଟେ ।

କହିରଖୁଛୁ ଯେ ଅଜୟ ଦେବଗନଙ୍କର ଏହି ନୂଆ ଘର ତାଙ୍କ ପୁରୁଣା ଘର “ଶାନ୍ତି” ଠାରୁ ମାତ୍ର ଅଳ୍ପ ଦୂରରେ ଅଟେ ଏବଂ ସେଠାରେ ଅଜୟ ଦେଗନଙ୍କ ବଙ୍ଗଳା ୫୯୦ ବର୍ଗଫୁଟ ସ୍ଥାନରେ ରହିଛନ୍ତି । ଅଜୟ ଦେବଗନଙ୍କର ଏହି ନୂଆ ଘରର ସୂଚନା ତାଙ୍କର ଏକ ସ୍ପୋକ୍ସ ପର୍ସନଙ୍କ ଦ୍ଵାରା ମିଳିଛି । ଏବେ ପର୍ଯ୍ୟନ୍ତ ଅଫିସିଆଲ୍ ଭାବରେ ଏହି ଘରର ଅସଲି ମୂଲ୍ୟ ଭାବରେ ସୂଚନା ମିଳିନାହିଁ । ମିଡ଼ିଆ ରିପୋର୍ଟ ଅନୁସାରେ ଅଜୟ ଦେବଗନ୍ ଅନେକ ସମୟରୁ ଏକ ନୂଆ ଘରର ସନ୍ଧାନରେ ଥିଲେ ଏବଂ ଏବେ ଅଜୟ ଦେବଗନଙ୍କର ସନ୍ଧାନ ଶେଷ ହୋଇ ଯାଇଛି । ଅଜୟ ଦେବଗନ୍ ଯେମିତି ନିଜ ନୂଆ ଘରକୁ ଶିଫ୍ଟ ହୋଇଯିବେ ସେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର୍ ଋତିକ୍ ରୋଶନ୍ ଏବଂ ଧର୍ମେନ୍ଦ୍ରଙ୍କ ପଡ଼ୋଶୀ ମଧ୍ୟ ହୋଇଯିବେ କାରଣ ଏହି ଘର ପାଖରେ ସେମାନଙ୍କ ଘର ରହିଛି ।

କହିରଖୁଛୁ ଯେ ଅଜୟ ଦେବଗନ୍ ବୋଲିଉଡ଼ର ଜଣେ ଅତ୍ୟନ୍ତ ଲୋକପ୍ରିୟ ଏବଂ ଜଣାଶୁଣା ସୁପରଷ୍ଟାର୍ ଅଟନ୍ତି ଏବଂ ଅଜୟ ଦେବଗନ୍ ନିଜର ସୁନ୍ଦର ଲାଇଫଷ୍ଟାଇଲ୍ ଏବଂ ଦାମୀ ସଉକ ପାଇଁ ମଧ୍ୟ ପରିଚିତ ଅଟନ୍ତି । ବର୍ତ୍ତମାନ ସମୟରେ ଅଜୟ ଦେବଗନ୍ ନିଜ ପରିବାର ସହିତ ନିଜର ମୁମ୍ବାଇ ସ୍ଥିତ ଘର “ଶାନ୍ତି”ରେ ରହନ୍ତି ଏବଂ ତାଙ୍କର ଏହି ଘର ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଆଲିଶାନ୍ ଅଟେ । ପୁଣି ଏବେ ଅଜୟ ଦେବଗନ୍ ମୁମ୍ବାଇରେ ନିଜର ଦ୍ୱିତୀୟ ଘର କିଣି ସାରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅଜୟ ଦେବଗନଙ୍କର ଏହି ନୂଆ ଘରର ସ୍ଥିତି ନିଆଯାଇଛି ଏବଂ ଏଥିରେ ରିନୋଭେସନର କାମ ଆରମ୍ଭ କରି ଦିଆଯାଇଛି ।

କହିରଖୁଛୁ ଯେ ଅମିତାଭ ବଚ୍ଚନ ଗତ କିଛି ସମୟରୁ ନିଜର ନୂଆ ଘରକୁ ନେଇ ଚର୍ଚ୍ଚାରେ ଥିଲେ ପୁଣି ବିଗ-ବୀଙ୍କ ବ୍ୟତୀତ ବର୍ତ୍ତମାନ ବଲିଉଡର ଅନେକ ଷ୍ଟାର୍ ନୂଆ ଘର କିଣିଛନ୍ତି । କିଛି ମାସ ପୂର୍ବରୁ ବଲିଉଡର ଜଣାଶୁଣା ଅଭିନେତା ଅର୍ଜୁନ୍ କପୂର୍ ମଧ୍ୟ ନିଜର ରୁମର୍ଡ ଗାର୍ଲଫ୍ରେଣ୍ଡ ମଲାଇକା ଅରୋଡ଼ାଙ୍କ ଘର ପାଖରେ ଏକ ଅତ୍ୟନ୍ତ ସୁନ୍ଦର ଏବଂ ଆଲିଶାନ୍ ଅପାର୍ଟମେଣ୍ଟ କିଣିଛନ୍ତି । ନିଜର ଏହି ନୂଆ ଘରକୁ ନେଇ ଅର୍ଜୁନ୍ ଖୁବ୍ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ ।

କହିରଖୁଛୁ ଯେ ବର୍ତ୍ତମାନ ସମୟରେ କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲୋକଡାଉନ୍ ଲାଗିଛି ଏବଂ ଏମିତିରେ ରିୟଲ୍ ଏଷ୍ଟେଟ୍ ସହିତ ଜଡ଼ିତ ଲୋକଙ୍କର ଏହା କହିବା କଥା ଯେ ମହାମାରୀର ଏହି ସମୟରେ ଫ୍ଲାଟ୍ ଏବଂ ଅପାର୍ଟମେଣ୍ଟର ମୂଲ୍ୟରେ ମଧ୍ୟ ଭାରି ନ୍ୟୁନତା ଆସିଛି । ଏହି କାରଣରୁ ବର୍ତ୍ତମାନ ଆମ ଫିଲ୍ମ ଜଗତର ଷ୍ଟାର୍ ମାନେ ମଧ୍ୟ ନୂଆ ନୂଆ ଘର କିଣୁଛନ୍ତି ।

Leave a Reply

Your email address will not be published. Required fields are marked *